କେଉଁ ବାରରେ ଜନ୍ମ ହୋଇଥିବା ମହିଳାଙ୍କ ସ୍ଵଭାବ କିପରି ହୋଇଥାଏ ? ବାରରୁ ଜାଣନ୍ତୁ ମହିଳାଙ୍କ ଚରିତ୍ର (Astrology)

ନାରୀର ମାୟା ତଥା ତାଙ୍କ ଚରିତ୍ର ଓ ସ୍ଵଭାବ ବିଷୟରେ ସ୍ଵୟଂ ଭଗବାନ ନାରାୟଣଙ୍କୁ ମଧ୍ୟ ଅଗୋଚର ବୋଲି କୁହାଯାଏ । ହିନ୍ଦୁ ଧର୍ମରେ ନାରୀ ବିଷୟରେ ଜାଣିବାକୁ ହେଲେ ଅନେକ ଜ୍ଯୋତିଷ ଶାସ୍ତ୍ରର ସାହାଯ୍ୟ ନେଇଥାନ୍ତି । କିନ୍ତୁ ଖୁବ କମ୍ ଏହା ଜାଣିଥିବେ ଯେ ନାରୀର ଜନ୍ମବାରରୁ ମଧ୍ୟ ତାଙ୍କ ସ୍ଵଭାବ ବିଷୟରେ ଜାଣି ହୋଇଥାଏ । ତେବେ ଚାଲନ୍ତୁ ଜାଣିବା କେଉଁ ବାରରେ ଜନ୍ମ ହୋଇଥିବା ନାରିଙ୍କ ସ୍ଵଭାବ ବ ଚରିତ୍ର କିପରି ହୋଇଥାଏ ।

ସୋମବାର

ସୋମବାର ଦିନ ଜନ୍ମ ହୋଇଥିବା ନାରୀ ଖୁବ ସୁନ୍ଦର ହୋଇଥାନ୍ତି ଓ ସେମାନଙ୍କ ମନ ମଧ୍ୟ ବହୁଳ ନିର୍ମଳ ହୋଇଥାଏ । ନିଜ ମଧୁର କଥାରେ ଅନ୍ୟମାନଙ୍କ ସମାନ କିଣି ନିଅନ୍ତି ଓ ଏମାନଙ୍କ ଜୀବନ ସୁଖମୟ ଏବଂ ଶାନ୍ତି ପୂର୍ଣ୍ଣ ହୋଇଥାଏ । ଏହି ନାରୀମାନେ ସର୍ବଦା ଠିକ କଥା ହିଁ କହିଥାନ୍ତି ।

ମଙ୍ଗଳବାର

ଏହି ବାରରେ ଜନ୍ମ ହୋଇଥିବା ନାରୀ ସ୍ବଭାବରେ ସାଧାରଣତଃ ଟିକେ କଠୋର ହୋଇଥାନ୍ତି । ଏମାନେ କାହା ଉପରେ ଶୀଘ୍ର ବିଶ୍ବାସ କରନ୍ତି ନାହିଁ ଓ ଭୁଲ କରିଥିବା ଲୋକ ଦଣ୍ଡ ପାଇବା ଉଚିତ ବୋଲି ଏମାନେ ବିଶ୍ବାସ ରଖନ୍ତି । ମିଛ କହୁଥିବା ଲୋକଙ୍କୁ ଏମାନେ ପସନ୍ଦ କରନ୍ତି । ଦେଖିବାକୁ ପତଳା ହୋଇଥିଲେ ମଧ୍ୟ ଶକ୍ତିଶାଳୀ ହୋଇଥାନ୍ତି ।

ବୁଧବାର

ଏହି ବାରରେ ଜନ୍ମ ହୋଇଥିବା ନାରୀମାନେ ଶିକ୍ଷା କ୍ଷେତ୍ରରେ ଖୁବ ପାରଙ୍ଗମ ହୋଇଥାନ୍ତି । କାରଣ ଏମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ । ଏମାନେ ଦେଖିବାକୁ ସୁନ୍ଦର ହେବା ସହିତ ଜୋମଳ ହୃଦୟ ମଧ୍ୟ ରହିଥାଏ । ଶିକ୍ଷା ସହ ଏମାନେ ଅନେକ କଳାର ଅଧିକାରୀ ହୋଇଥାନ୍ତି ।

ଗୁରୁବାର

ଗୁରୁବାର ଦିନ ଜନ୍ମ ହୋଇଥିବା ନାରୀଙ୍କୁ ସର୍ବଗୁଣସମ୍ପନ୍ନା ବୋଲି କୁହାଯାଇଛି । ଏମାନେ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବା ସହ ସବୁ କାର୍ଯ୍ୟରେ ମଧ୍ୟ ବେଶ ପାରଙ୍ଗମ ହୋଇଥାନ୍ତି । ଏହି ନାରୀଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ସବୁଦିନ ପାଇଁ ରହିଥାଏ । ତେଣୁ ଏମାନେ ପ୍ରଚୁର ଧନ ସମ୍ପତ୍ତିର ଅଧିକାରୀ ହୋଇଥାନ୍ତି ।

ଶୁକ୍ରବାର

ଏହି ବାରରେ ଜନ୍ମ ହୋଇଥିବା ନାରୀମାନେ ଖୁବ ଚଞ୍ଚଲ ସ୍ଵଭାବର ହୋଇଥାନ୍ତି । ଏମାନେ ବିଳାସମୟ ଜୀବନ ଅତିବାହିତ କରିବାକୁ ପସନ୍ଦ କରିଥାନ୍ତି । ଏମାନଙ୍କ ଭାବନା ଓ ଚିନ୍ତାଧାରା ବହୁତ ସୁନ୍ଦର ଅଟେ । ଏହି ନାରୀମାନେ ନିଜ କାମକୁ ନିଜେ କରିବା ପାଇଁ ପସନ୍ଦ କରନ୍ତି ।

ଶନିବାର

ଶନିବାର ଦିନ ଜନ୍ମ ହୋଇଥିବା ନାରିଙ୍କ ଉପରେ ଭଗବାନ ଶନିଦେବଙ୍କ କୃପା ରହିଥାଏ । ଏମାନେ ସ୍ବଭାବରେ ରାଗୀ ହୋଇଥିଲେ ମଧ୍ୟ ନିଜସ୍ଵ ପରିଚୟ ତିଆରି କରିଥାନ୍ତି । ଏମାନେ ଦେଖିବାକୁ ଡେଙ୍ଗା ଏବଂ ପତଳା ହୋଇଥାନ୍ତି । ଏମାନେ ସ୍ବାଭିମାନି ଓ ଆତ୍ମନିର୍ଭରଶୀଳ ହୋଇଥାନ୍ତି ।

ରବିବାର

ଏହି ଦିନ ଜନ୍ମ ହୋଇଥିବା ନାରୀ ଭଗବାନଙ୍କ ଉପରେ ଯଥେଷ୍ଟ ବିଶ୍ବାସ ରଖିଥାନ୍ତି ଓ ଦାନପୁଣ୍ୟ କରିଥାନ୍ତି । ଏମାନେ ଶକ୍ତିଶାଳୀ ହେବା ସହ ଶାନ୍ତିପୂର୍ଣ୍ଣ ମନୋଭାବ ରଖିଥାନ୍ତି । ଏହି ନାରୀମାନେ ଖୁବ ଚତୁର ମଧ୍ୟ ହୋଇଥାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।