ECMO ଟ୍ରିଟମେଣ୍ଟ ପରେ ଏବେ କେମିତି ଅଛନ୍ତି Abhishek Mahapatra, ଦେଖନ୍ତୁ Video

ବିବାହର କେବଳ ଆଠ ଦିନ ପରେ କରୋନାରେ ଆକ୍ରାନ୍ତ ହୋଇ ଏବେ ଯାଏ ଚିକିତ୍ସାଧୀନ ଅଛନ୍ତି ଅଭିଷେକ ମହାପାତ୍ର । ତେବେ କରୋନାରେ ଆକ୍ରାନ୍ତ ହୋଇ ତାଙ୍କ ଅବସ୍ଥା ବିଗିଡିବା ପରେ ସରକାରଙ୍କୁ ଇକମୋ ଚିକିତ୍ସା ପାଇଁ ଅନୁମତି ମାଗିଥିଲେ ଘରଲୋକ ।

ଏହା ଅପରେ ତାଙ୍କୁ ଏୟାରଲିଫ୍ଟ କରାଯାଇ ଇକମୋ ଚିକିତ୍ସା ନିମନ୍ତେ କୋଲକାତା ନିଆ ଯାଇଥିଲା। ପ୍ରାୟ ଦୁଇ ମାସରୁ ଅଧିକ ସମୟ ହେବେ ତାଙ୍କ ଅବସ୍ଥାରେ କୌଣସି ସୁଧାର ଆସି ନାହିଁ । ତେବେ ତାଙ୍କ ଗ୍ରାମବାସୀ କହୁଛନ୍ତି କି, “ପାଖାପାଖି ଦୁଇ ମାସ ହେବ ଅଭିଷେକ ଚିକିତ୍ସିତ ହେଉଛନ୍ତି, ତଥାପି ତାଙ୍କ ସ୍ଵାସ୍ଥ୍ୟରେ ଉନ୍ନତି ହେଉ ନାହିଁ । ପୂର୍ବରୁ କହୁଥିଲେ କି ଅଭିଷେକଙ୍କ ଅବସ୍ଥା ସୁଧୁରୁଛି ମାତ୍ର ଏବେ ଆଉ ସୁଧୁରୁନି ।”

“ସେଥିପାଇଁ ଆମେ ତାଙ୍କ କୂଳ ଦେବତା ଦାନେଶ୍ବର ମହାଦେବଙ୍କ ପୀଠରେ ତା ସ୍ୱାସ୍ଥ୍ୟର ଉନ୍ନତି ନିମନ୍ତେ ରୁଦ୍ରାଭିଷେକ କରୁଛୁ । ସମସ୍ତ ଗ୍ରାମବାସୀ ତା ପାଇଁ ଦୀପା ଜାଳୁଛୁ । ଆମ ସମସ୍ତଙ୍କର ଆଶା ଓ ଭରସା ଠାକୁର ନିଶ୍ଚିତ ଆମ କଥା ଶୁଣିବେ ଓ ଆମ ପୁଅକୁ ଭଲ କରି ଫେରାଇ ଆଣିବେ ।”

ଭଦ୍ରକ ଜିଲ୍ଲାର ମନ୍ଦାରୀ ଗ୍ରାମରେ ଅଭିଷେକଙ୍କ ଘର । ଗତ ମେ ମାସ ୫ ତାରିଖରେ ସେ ସେହି ଗ୍ରାମର ମୌସୁମୀଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହର ଆଠ ଦିନ ପରେ ଅଭିଷେକ କରୋନାରେ ଆକ୍ରାନ୍ତ ହୋଇଥିଲେ । ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କ ପତ୍ନୀ ମୌସୁମୀ ସୋସିଆଲ ମିଡିଆରେ ଆର୍ଥିକ ସହାୟତା ପାଇଁ ଲୋକଙ୍କୁ ଅନୁରୋଧ କରିଥିଲେ ।

ଗତ ଜୁନ ୯ ତାରିଖରେ ଅଭିଷେକଙ୍କୁ ଏକମୋ ଚିକିତ୍ସା ପାଇଁ ଏୟାରଲିଫ୍ଟ ଯୋଗେ କୋଲକାତା ନିଆ ଯାଇଥିଲା। ପ୍ରଥମେ ପ୍ରଥମେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଦେଖିବାକୁ ମିଳିଥିଲା । କିନ୍ତୁ ଏ ପର୍ଯ୍ୟନ୍ତ ପ୍ରାୟ ଦୁଇ ମାସ ବିତି ଯାଇଥିଲେ ମଧ୍ୟ ଔ କିଛି ବିଶେଷ ସୁଧାର ଦେଖିବାକୁ ମିଳୁ ନାହିଁ ଅଭିଷେକଙ୍କ ସ୍ୱାସ୍ଥ୍ୟବସ୍ଥାରେ ।

ଅନ୍ୟ ପଟେ ସୌମ୍ୟଙ୍କ ସ୍ୱାସ୍ଥ୍ୟବସ୍ତା ଜାଣିବା ପରେ ଗ୍ରାମ ଲୋକେ ତାଙ୍କ ପାଇଁ ଗ୍ରାମ ମନ୍ଦିରରେ ରୁଦ୍ରାଭିଷେକ ଯଜ୍ଞ କରୁଛନ୍ତି । ସେମାନଙ୍କ ସଂପୂର୍ଣ୍ଣ ବିଶ୍ବାସ ରହିଛି ଯେ, ମହାଦେବ ତାଙ୍କ ଗାଁ ପୁଅକୁ ସୁସ୍ଥ କରି ଶୀଘ୍ର ଘରକୁ ଫେରେଇ ଆଣିବେ ।