କେହି ତୁମର କିଛିବି କ୍ଷତି କରି ପାରିବେ ନାହିଁ ଯଦି ଜାଣି ନିଅନ୍ତି ଏହି 5 Chanakya Neeti

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆମ ଜୀବନରେ ବହୁତ ମହତ୍ଵ ରଖିଥାଏ । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ପୁଣି ଥରେ ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା ରଚିତ କିଛି ନୀତି ନେଇ ଆସିଛୁ । ତେବେ ଆସନ୍ତୁ ଜାଣିବା ଏହି ନୀତି ବିଷୟରେ । ପ୍ରଥମ ନୀତି ହେଲା ଭାଇ ବନ୍ଧୁ ଓ ସମ୍ପର୍କୀୟମାନଙ୍କୁ ସଙ୍କଟ ସମୟରେ ଚିହ୍ନି ପାରିବେ ଓ ଜୀବନସାଥିକୁ ଟଙ୍କା ନ ଥିବା ସମୟରେ ଚିହ୍ନି ପାରିବେ । ଅର୍ଥାତ ଆମେ ଯେତେବେଳେ କୌଣସି ଅସୁବିଧାରେ ପଡିଥିବା ସେତେବେଳେ ଯେଉଁ ବନ୍ଧୁ ସହାଯ୍ୟ କରିଥାଏ ସେ ହିଁ ଆମର ପ୍ରକୃତ ବନ୍ଧୁ ଅଟେ । ସୁଖରେ ଥିବା ସମୟରେ ସମସ୍ତେ ଆମ ସାଥିରେ ଥାନ୍ତି କିନ୍ତୁ ଅସୁବିଧାରେ ସାହାଯ୍ୟ କରିବା ଲୋକ ହିଁ ପ୍ରକୃତ ମଣିଷ ଅଟେ ।

ଏହିଭଳି ଆମର ଜୀବନସାଥି ଯଦି ଆମର ଆବଶ୍ୟକତା ଓ ଧନକୁ ସଞ୍ଚୟ କରିବାର କଳାକୁ ଶିଖନ୍ତି ନାହିଁ ତେବେ ସେ ଆମ ସହ ଜୀବନ ବିତେଇବା ପାଇଁ ଯୋଗ୍ୟ ନୁହନ୍ତି । ଏହିଭଳି ଲୋକ ଆଗକୁ ଯାଇ ଆମ ପାଇଁ ବିପଦ ସୃଷ୍ଟି କରିପାରନ୍ତି ।

କେବେବି ନିଜର କିଛି ବି ଗୁପ୍ତ କଥା କାହାକୁ କୁହନ୍ତୁ ନାହିଁ ଏହି ଅଭ୍ୟାସ ଆମକୁ ବର୍ବାଦ କରିଦେଇ ପାରେ । ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ଯଦି ଆମେ କାହାକୁ ବି ଆମର ଗୁପ୍ତ କଥା କହିଦେଉ ତେବେ ତାହା ଆଉ ଗୁପ୍ତ ହୋଇ ରୁହେ ନାହିଁ । ଆମର ଏହି ଗୁପ୍ତ କଥା ନିଆଁ ଭଳି ସମାଜରେ ପ୍ରଚାର ହୋଇଯାଏ ଯଦି ଆମର ରହସ୍ୟ ସମସ୍ତଙ୍କୁ ଜଣା ପଡିଯିବ ତେବେ ସେହି ଦିନ ଠାରୁ ଆମର ପତନ ଆରମ୍ଭ ହୋଇଯିବ ।

ସବୁ କଷ୍ଟ ଠାରୁ ବଡ କଷ୍ଟ ହେଲା ପର ଘରେ ରହିବା । ଇତିହାସ ଶାଖୀ ଅଛି କି ମନୁଷ୍ୟ ନିଜ ଵସ୍ତୁ ଉପରେ ହିଁ ନିଜର ହକ ସାବ୍ୟସ୍ତ କରି ପାରିବ । କିନ୍ତୁ ଅନ୍ୟର ଵସ୍ତୁ ବ୍ୟବହାର କଲେ ଏହା ଦୟାର ବଶବର୍ତ୍ତ ହୋଇଯାଏ ।

କୌଣସି ମନୁଷ୍ୟକୁ ବହୁତ ନିରୀହ ବି ହେବା ଉଚିତ ନୁହେଁ କାରଣ ସବୁଠୁ ନିରୀହ ମଣିଷକୁ ହିଁ ଅଧିକ କଷ୍ଟ ମିଳିଥାଏ । ଆଚାର୍ଯ୍ୟ ଚାଣକ୍ୟଙ୍କ ଉଦାହରଣ ସ୍ୱରୂପ କହିଛନତି କି ଯେତେବେବେଳେ ଗୋଟିଏ ଜଙ୍ଗଲର ଗଛକୁ କାଟିବାର ଥାଏ ତେବେ ଗଛ କାଟିବା ଵାଲା ସର୍ବ ପ୍ରଥମେ ସେହି ଗଛକୁ କାଟେ ଯେଉଁ ଗଛ ଅଧିକ ସିଧା ଥାଏ । କାରଣ ସେହି ଗଛକୁ କାଟିବାର ତାକୁ କୌଣସି ଅସୁବିଧା ହୋଇ ନ ଥାଏ । ସେହିଭଳି ଯେଉଁ ମନୁଷ୍ୟର ସ୍ଵଭାଵ ସରଲ ଓ ବିଶ୍ଵାସୀ ହୋଇଥାଏ ସେମାନଙ୍କୁ ବହୁତ କଷ୍ଟ ମିଳିଥାଏ ।

ସମସ୍ତଙ୍କ ମିତ୍ରତା ପଛରେ ଗୋଟିଏ ସ୍ୱର୍ଥ ଥାଏ । ଦୁନିଆରେ ଏମିତି କେହି ନାହାନ୍ତି ଯାହାର ମିତ୍ରତା ପଛରେ ସ୍ଵାର୍ଥ ନାହିଁ । ଏହା ସତ୍ୟ ବଚନ ଅଟେ । ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ବଚନଙ୍କୁ ସମସ୍ତେ ବହିଷ୍କାର କରିଥାନ୍ତି । କିନ୍ତୁ ଯିଏ ସତ୍ୟ ମିତ୍ର ଅଟେ ସେ ଏହି କଥାକୁ ମାନନ୍ତି ନାହିଁ ।

ଆଚାର୍ୟ ଚାଣକ୍ୟ କହିଥାନ୍ତି ଦୁର୍ବଳିଆ ଲୋକମାନେ ସବୁବେଳେ ହାରିଥାନ୍ତି ତେଣୁ ନିଜର ଦୁର୍ବଳତାକୁ କାହା ପାଖରେ ପ୍ରଦର୍ଶିତ କରନ୍ତୁ ନାହିଁ । ଏହା ସହିତ ସବୁବେଳେ ଭଲ ଉପାୟରେ ଟଙ୍କା ରୋଜଗାର କରିବା ଉଚିତ ଯାହା ଦ୍ୱାରା ଟଙ୍କା ବ୍ୟର୍ଥ ଯିବ ନାହିଁ । ଆମ ଶାସ୍ତ୍ରରେ ମାନ୍ୟତା ଅଛି କି ଅବାଟରେ ଉପାର୍ଜନ କରିଥିବା ଟଙ୍କା କେବେ ବି ଆମ ଭଲ କାମରେ ଲାଗେ ନାହିଁ ଏହା ଆମର ବର୍ବାଦର କାରଣ ହୋଇଥାଏ ।

ଯାହା ବିତିଗଲା ବିତି ଗଲା ଯଦି ଆମ ଦ୍ୱାରା କିଛି ଖରାପ କାମ ହୋଇଯାଇଛି ତେବେ ସେଥିରେ କିଛି ଚିନ୍ତା ନ କରି ବର୍ତମାନକୁ ସୁଧାରି ନେଇ ଭବିଷ୍ୟତକୁ ସୁଧାରି ନେବା ଉଚିତ । ସଫଳତା ଏହି ନିୟମରେ ଅଛି । ଯଦି ଆମେ ବିତି ଯାଇଥିବା କଥାକୁ ଧରି ବସିବା ତେବେ ଜୀବନରେ ଆମେ କେବେ ବି ସଫଳତାରେ ପହଞ୍ଚି ପାରିବା ନାହିଁ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।