ସୂର୍ଯ୍ୟ ପରାଗ ୨୦୨୧- ଜାଣନ୍ତୁ ଚନ୍ଦ୍ର ଗ୍ରହଣ ପରେ କେବେ ଲାଗିବ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଓ ଏହାର ସୂତକ ସମୟ, ଗର୍ଭବତୀ ମହିଳା ରୁହନ୍ତୁ ସାବଧାନ !

ବର୍ଷ ପ୍ରଥମ ସୂର୍ଯ୍ୟ ଗ୍ରହଣ, ଚନ୍ଦ୍ର ଗ୍ରହଣର ଠିକ୍ ୧୧ ଦିନ ପରେ ୧୦ ଜୁନକୁ ଲାଗିବାକୁ ଯାଉଛି । ଏହି ଦିନ ଜ୍ୟେଷ୍ଠ ଅମାବାସ୍ୟା ଏବଂ ସାବିତ୍ରୀ ପୂଜା ମଧ୍ୟ ଅଟେ ଏବଂ ଏହା ସହିତ ଶନି ଦେବଙ୍କ ଜୟନ୍ତୀ ମଧ୍ୟ ଅଟେ ।

ଏହା ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ଅଟେ ଯାହା ଗୋଲାକାର ହେବ ଏବଂ ଏହା ଭାରତରେ ଜମା ଦିଶିବ ନାହିଁ । ସେଥିପାଇଁ ଏହା ଖଗୋଳ ବିଜ୍ଞାନ ହିସାବରେ ଏହାକୁ ଦେଖାଯିବ ଏବଂ ଖାସ୍ ମଧ୍ୟ ରହିବ । ଧାର୍ମିକ ରୂପରେ ଏହାର ମହତ୍ତ୍ଵ ରହିବ ନାହିଁ, କାରଣ ୧୫ ଦିନ ମଧ୍ୟରେ ଏହି ଦୁଇ ଗ୍ରହଣ ହେଉଥିବାରୁ ଯାହା ଭାରତରେ ନ ଦେଖାଯିବାରୁ ଏହାର ଅଶୁଭ ପ୍ରଭାବ ମଧ୍ୟ ଅଧିକ ପଡ଼ିବ ନାହିଁ ।

ତେବେ ଏହି ସୂର୍ଯ୍ୟ ଗ୍ରହଣ ୧୫ ଦିନରେ ଥରେ ଏବଂ ବର୍ଷରେ ଦୁଇଥର ଲାଗିବାରୁ ଏହା ବହୁତ ଖାସ୍ ହୋଇ ଯାଇଥାଏ । ଯଦି ଆମେ ଭାରତୀୟ ସମୟ ହିସାବରେ ଦେଖିବା ତେବେ ଏହା ଦ୍ବିପହର ୧:୪୨ ମିନିଟ୍ ରେ ଆରମ୍ଭ ହେବ ଏବଂ ଏହା ସନ୍ଧ୍ୟା ୬:୪୧ ମିନିଟ୍ ରେ ସମାପ୍ତ ହେବ । ପୂରା ୫ ଘଣ୍ଟା ୩୯ ମିନିଟ୍ ପର୍ଯ୍ୟନ୍ତ ଏହି ଗ୍ରହଣ ରହିବ ଏବଂ ଯେଉଁ ଗ୍ରହଣ ଗୋଲାକାର ରୂପରେ ରହିବ ତାହା ୩ ମିନିଟ୍ ୪୮ ସେକେଣ୍ଡ ର ରହିବ ।

ଏହା ସମସ୍ତ ରାଶି, ସମସ୍ତ ବ୍ୟକ୍ତି ବିଶେଷ ମାନଙ୍କ ଉପରେ ଏହାର ପ୍ରଭାବ ପଡ଼ିବ । ଏହା ସହିତ ଉତ୍ତର ପୂର୍ବ ଆମେରିକା, ୟୁରୋପ, ଉତ୍ତର ଏସିଆ, ଉତ୍ତର ଆଣ୍ଟ୍ଲାଟିକ୍ ମହାସାଗର ଉପରେ ଗ୍ରହଣ ଲାଗିବ ଏବଂ ଏହାର ପ୍ରଭାବ ମଧ୍ୟ ପଡ଼ିବ । ଏହାର ବିଶେଷତ୍ଵ ହେଲା ଏହି ସୂର୍ଯ୍ୟ ଗ୍ରହଣ ଲାଗିବା ଦ୍ଵାରା କୈାଣସି ପ୍ରଭାବ ପଡ଼ିବ ନାହିଁ । ଦେଖିବାକୁ ଗଲେ ବିଶେଷ ପ୍ରଭାବ ପଡ଼ିବ ନାହିଁ । ଏହା ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷରେ ଅମାବାସ୍ୟା ତିଥିରେ ଲାଗିବ । ଗ୍ରହଣର ସୂତକାଳ ଗ୍ରହଣର ଠିକ୍ ୧୨ ଘଣ୍ଟା ପୂର୍ବରୁ ଲାଗିଯିବ ।

ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଗ୍ରହଣ ସମୟରେ ଶୋଇବା ବର୍ଜିତ ବୋଲି ମାନନ୍ତି । ସୂର୍ଯ୍ୟ ଗ୍ରହଣ ସମୟରେ କୈାଣସି ମନ୍ଦିର ଭିତରେ ପ୍ରବେଶ କରିବାର ଅନୁମତି ମିଳି ନଥାଏ । ସେଥିପାଇଁ ମନ୍ଦିର ଭିତରକୁ ଯାଆନ୍ତୁ ନାହିଁ ଏବଂ ଘରର ମନ୍ଦିରରେ ମଧ୍ୟ ପୂଜା କରନ୍ତୁ ନାହିଁ । ଏହି ସମୟରେ ପୂଜା ସ୍ଥାନକୁ କପଡ଼ାରେ ଘୋଡ଼ାଇ ଦିଅନ୍ତୁ ।

ସୂତକାଳ ଲାଗିବା ପରେ ଘରେ ନିୟମିତ ପରି ଖାଦ୍ୟ ପ୍ରସ୍ତୁତ କରନ୍ତୁ ନାହିଁ କି ଖାଦ୍ୟ ଖାଆନ୍ତୁ ନାହିଁ । ଶାସ୍ତ୍ରରେ ବେମାର, ବୃଦ୍ଧ ଏବଂ ଶିଶୁ ମାନଙ୍କୁ ଖାଇବା ପାଇଁ କୈାଣସି ବାରଣ କରାଯାଇ ନାହିଁ । ଗ୍ରହଣ ସମୟରେ ବାତାବରଣରେ ନକରାତ୍ମକ ଶକ୍ତିର ପ୍ରଭାବ ରହିଥାଏ ସେଥିପାଇଁ ଗର୍ଭବତୀ ମହିଳା ମାନେ ଘରେ ରହିବା ଉଚିତ୍ ।