କେବେ ଭାରତ ତ ଆଉ କେବେ ଦକ୍ଷିଣ ଆଫ୍ରିକା ! ଦକ୍ଷିଣ ଆଫ୍ରିକାର ଏମିତି ଖେଳ ଦେଖି ସମସ୍ତଙ୍କର ହୋସ ଉଡି ଯାଉଛି….

ମଇଦାନ କୁ ଏବେ ଦୁଇ ବାଘ ଆସିଛନ୍ତି । ହଁ ଦର୍ଶକ ବନ୍ଧୁ ଆମେ ଏଠାରେ କହୁଛୁ ଭାରତ ଓ ଦକ୍ଷିଣ ଆଫ୍ରିକା ର ମ୍ଯାଚ ବିଷୟରେ । ଏ ଯାଏଁ ଭାରତ ଗୋଟେ ମି ମ୍ଯାଚ ହାରି ନାହିଁ । ଆଉ ସେପଟେ ଦକ୍ଷିଣ ଆଫ୍ରିକାର ଖେଳ ଦେଖିଲେ ହୋସ ଉଡି ଯାଇଛି । ପ୍ରାୟତଃ ମ୍ଯାଚରେ 300 ଉପରେ ସ୍କୋର କରୁଛି ଦକ୍ଷିଣ ଆଫ୍ରିକା । ଆଉ ପଡିଆ ଭିତରେ ଖେଳ ଦେଖିବା ସହ ଟାଇମ ଟେବଲ ତାଲିକାରେ ଆଗ ପଛ ଚାଲିଛି ।

କ୍ରମାଗତ ପଏଣ୍ଟ ଟେବଲରେ ପ୍ରଥମ ସ୍ଥାନରେ ରହି ଆସୁଥିବା ଦକ୍ଷିଣ ଆଫ୍ରିକା କୁ କାଟି ଭାରତ ଏକ ନମ୍ବର ରେ ହୋଇଛି । ଆଉ ଗତ କାଲି ମ୍ଯାଚରେ ନିୟୁଜଲ୍ୟାଣ୍ଡ କୁ ହରାଇ ପୁଣି ଥରେ ଦକ୍ଷିଣ ଆଫ୍ରିକା ପଏଣ୍ଟ ଟେବଲର ଶୀର୍ଷ କୁ ଆସିଛି । ଆଉ ଆଜି ଯଦି ଭାରତ ଶ୍ରୀଲଙ୍କା କୁ ହରାଇ ଦିଏ ପୁଣି ଥରେ ଦକ୍ଷିଣ ଆଫ୍ରିକାକୁ ପଛରେ ପକାଇ ଦେବ ଆଉ ହେବେ ଏକ ନମ୍ବର । ଏ ଲଢେଇ ପଡିଆ ବାହାରେ ଚାଲିଛି ।

ସେପଟେ କାଲି ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସ ମ୍ୟାନ ମାନେ ଚଉକା ଛକା ବର୍ଷା କରିଛନ୍ତି । ଦକ୍ଷିଣ ଆଫ୍ରିକା ଚାଳିଆ ବିଶ୍ଵକର 13 ତମ ସଂସ୍କରଣରେ ଷଷ୍ଠ ବିଜୟ ହାସଲ କରି ସେମି ଫାଇନାଲ ର ଦ୍ଵାରରେ ପହଞ୍ଚିଛି । ପୁନେ ରେ ଗତ କାଲି ଖେଳ ଯାଇଥିବା 32ତମ ମ୍ୟାଚ ରେ ଦକ୍ଷିଣ ଆଫ୍ରିକା ବ୍ୟାଟିଙ୍ଗ ଓ ବୋଲିଙ୍ଗ ରେ ଚମତ୍କାର ପ୍ରଦର୍ଶନ କରି ନିୟୁଜଲ୍ୟାଣ୍ଡ କୁ 190 ରନ ରେ ପରାସ୍ତ କରିଛି ।

ଅନ୍ୟ ପଟେ ନିୟୁଜଲ୍ୟାଣ୍ଡ କ୍ରମାଗତ ଭାବେ ତୃତୀୟ ଥର ପରାସ୍ତ ସହ ସେମି ଫାଇନାଲ କୁ ନେଇ ସଙ୍କଟରେ ପଡିଛି । ଦକ୍ଷିଣ ଆଫ୍ରିକା 7ଟି ମ୍ଯାଚରୁ 6ଟି ବିଜୟ ଓ ଗୋଟେ ପରାଜୟ ସହ 12 ପଏଣ୍ଟ ସହ ଟେବଲର ଶୀର୍ଷ ରେ ପହଞ୍ଚିଛି । ନିୟୁଜଲ୍ୟାଣ୍ଡ 7ଟି ମ୍ଯାଚରୁ 4ଟି ବିଜୟ ଓ 3ଟି ରେ ପରାସ୍ତ ହେବା ସହ ତଳକୁ ଖସି ଆସିଛି  ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସ ମ୍ୟାନ ହୁସେନ ଙ୍କ 133 ଓ ବିକାମ ଙ୍କ 114 ରନ ବଳରେ 357 ରନ କରିଥିଲା ।

ଜବାବରେ ନିୟୁଜଲ୍ୟାଣ୍ଡ ବ୍ୟାଟିଂ ବିପର୍ଯ୍ୟୟ ଭୋଗୀ ଶେଷରେ 167 ରନ କରି ସକ୍ଷମ ହୋଇଥିଲା । ଆଉ ସେପଟେ ପଡିଆ ବାହାରେ ଚର୍ଚ୍ଚା ହେଉଛି ଦକ୍ଷିଣ ଆଫ୍ରିକାର ଖେଳ ଦେଖିଲେ ହୋସ ଉଡି ଯାଉଛି । ଅନ୍ୟ ପରେ ଛକା ମାରିବାରେ ଦକ୍ଷିଣ ଆଫ୍ରିକା ବି ଆଗରେ ରହିଛି । ନିୟୁଜଲ୍ୟାଣ୍ଡ ବିପକ୍ଷ ବିଶ୍ଵକପ ମ୍ଯାଚରେ ଦକ୍ଷିଣ ଆଫ୍ରିକା ସର୍ବାଧିକ ଛକାରେ ନୂଆ କୀର୍ତ୍ତିମାନ କରିଛି ।

କୌଣସି ବିଶ୍ଵକପ ସଂସ୍କରଣରେ ଦଳ ସର୍ବାଧିକ ଛକା ମାରିବାରେ ଏହି ରେକର୍ଡ ହୋଇଛି । ଦକ୍ଷିଣ ଆଫ୍ରିକା 7ଟି ମ୍ଯାଚରୁ 82 ଛକା ମାରି ଏହି ରେକର୍ଡ କରିଛି । ପୂର୍ବରୁ ଇଂଲଣ୍ଡ 2029 ବିଶ୍ଵକପ ସଂସ୍କରଣରେ 11ଟି ମ୍ଯାଚରେ 77ଟି ଛକା ମାରି ରେକର୍ଡ ସ୍ଥାପନ କରିଥିଲା । ତେବେ ଦୁଇ ଦଳ ମଧ୍ୟରୁ କିଏ ବିଜୟୀ ହେଉଛି ତାହାକୁ ନେଇ ସମସ୍ତଙ୍କର ନଜର ରହିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।