କୌଣସି ଫିଲ୍ମର ଲଭ ଷ୍ଟୋରି ଠାରୁ କମ ନୁହେଁ ଏହି ନେତାମାନଙ୍କ ଲଭ ଷ୍ଟୋରି, ନିଶ୍ଚୟ ପଢନ୍ତୁ

ଯେତେବେଳେ କାହା ସହିତ ଆମକୁ ପ୍ରେମ ହୋଇଥାଏ ତେବେ ଆମ ପାଇଁ ସେ ସବୁଠୁ ମହତ୍ଵପୂର୍ଣ୍ଣ ହୋଇଯାଏ ଓ ଆମେ ତାକୁ ନିଜର ଜୀବନସାଥି କରିବା ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ହୋଇଥାଉ । ପ୍ରେମକୁ କୌଣସି ବି ନିକିତିରେ ଓଜନ କରାଯାଇ ନ ଥାଏ । ପ୍ରେମକୁ ନେଇ ସମସ୍ତଙ୍କର ଅନୁଭବ ସମାନ ହୋଇଥାଏ । ସେ ସାଧାରଣ ବ୍ୟକ୍ତିଙ୍କ ହେଉ ବା କୌଣସି ସେଲିବ୍ରିଟି । ଆଜି ଆମେ ଆପଣଙ୍କୁ ନେତାମାନଙ୍କ ବିଷୟରେ କହିବାକୁ ଯାଉଛୁ । ଯେଉଁମାନଙ୍କ ପ୍ରେମ କାହାଣୀ କୌଣସି ଫିଲ୍ମି ଲଭ ଷ୍ଟୋରି ଠାରୁ କମ ନୁହେଁ ।

ଦେବେନ୍ଦ୍ର ଫଡଣବୀସ – ଅମୃତା

ଭାରତୀୟ ଜନତା ପାର୍ଟିର ନେତା ଓ ମହାରଷ୍ଟ୍ରର ପୂର୍ବ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବୀସଙ୍କର ଅମୃତାଙ୍କ ସହ ପ୍ରଥମ ସାକ୍ଷାତ ଏକ ବନ୍ଧୁ ଘରେ ହୋଇଥିଲା । ପ୍ରଥମ ସାକ୍ଷାତରେ ହିଁ ସେ ଅମୃତାଙ୍କୁ ପ୍ରେମ କରି ବସିଲେ । ଏହା ପରେ ଦୁଇ ଜଣ ବିବାହ କରିବା ପାଇଁ ନିଷ୍ପତି ନେଲେ ।

ସଚିନ ପାୟଲଟ – ସାରା

ସଚିନ କଂଗ୍ରେସର ନେତା ଓ ରାଜସ୍ଥାନର ଉପ ମୁଖ୍ୟମନ୍ତ୍ରୀ ଅଟନ୍ତି । ତାଙ୍କର ଗଣନା ସବୁଠୁ ଯୁବ ନେତାମାନଙ୍କ ମଧ୍ୟରେ ବି ହୋଇଥାଏ । କହିବାକୁ ଗଲେ ତାଙ୍କୁ ଜାମ୍ମୁ କାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ଫାରୁଖ ଅବ୍ଦୁଲ୍ଲାଙ୍କ ଝିଅ ସାରାଙ୍କ ସହ ପ୍ରେମ ହୋଇଗଲା । ସଚିନ ପାୟଲଟ ଓ ସାରାଙ୍କର ପ୍ରଥମ ସାକ୍ଷାତ ବିଦେଶରେ ହୋଇଥିଲା । ଯାହା ପରେ ପ୍ରେମରେ ବଦଳିଗଲା । ଦୁଇ ଜଣ ପରସ୍ପରକୁ ବିବାହ କରିବାକୁ ଚାହୁଁଥିଲେ ।

କିନ୍ତୁ ତାଙ୍କର ପରିବାର ଏହା ବିରୁଦ୍ଧରେ ଥିଲେ । ଏହା ପରେ ସାରା ନିଜର ପରିବାର ବିରୁଦ୍ଧରେ ଯାଇ ସଚିନଙ୍କ ସହ ବିବାହ କରିଲେ । କିନ୍ତୁ କିଛି ଦିନ ପରେ ତାଙ୍କର ପିତା ଫାରୁଖ ଅବ୍ଦୁଲ୍ଲା ତାଙ୍କର ବିବାହକୂ ସ୍ଵୀକାର କରିନେଲେ ।

ଜ୍ୟୋତିରାଦିତ୍ୟ ସିଂଧିୟା – ପ୍ରିୟଦର୍ଶନୀ

UASରୁ ନିଜର ଶିକ୍ଷା ପୁରା କରିବା ପରେ ଭାରତକୂ ଫେରିଥିବା ଜ୍ୟୋତିରାଦିତ୍ୟ ସିଂଧିୟାଙ୍କ ସାକ୍ଷାତ ଦିଲ୍ଲୀର ଏକ ସ୍ଥାନରେ ପ୍ରିୟଦର୍ଶନୀଙ୍କ ସହ ହୋଇଗଲା । ଏହା ପରେ ଦୁଇ ଜଣ ପରସ୍ପରକୂ ୩ ବର୍ଷ ପର୍ଯ୍ୟନ୍ତ ଡେଟ କରିବା ପରେ ବିବାହ କରିଲେ ।

ଅଖିଲେଶ ୟାଦବ – ଡିଂପଲ

ୟୁପିର ପୂର୍ବ ମୁଖ୍ୟମନ୍ତ୍ରୀ ଅଖିଲେଶ ୟାଦବ ଓ ତାଙ୍କର ପତ୍ନୀ ଡିଂପଲଙ୍କ ବିବାହରେ ସବୁଠୁ ବଡ ସମସ୍ୟା ମୁଲାୟମ ସିଂହଙ୍କ ରାଗ ଥିଲା । ଡିଂପଲଙ୍କ ପରିବାର ଏହି ବିବାହ ପାଇଁ ପ୍ରସ୍ତୁତ ଥିଲେ । କିନ୍ତୁ ଅଖିଲେଶ ଯାଦବଙ୍କୁ ତାଙ୍କର ପିତାଙ୍କୁ ମନାଇବା ପାଇଁ ବହୁତ କଷ୍ଟ କରିବାକୁ ପଡିଥିଲା ।