କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କର ପ୍ରିୟ ମାସ ଅଟେ । ତେଣୁ ଏହି ମାସକୁ ବହୁ ପୂଜନୀୟ ମନାଯାଇଥାଏ । ଏହି ମାସରେ କରାଯାଇଥିବା ପୂଜା ବ୍ରତ ଫଳ ନିଶ୍ଚୟ ମିଳିଥାଏ । ଏବଂ ଏହାଦ୍ଵାରା ଘରେ ସୁଖ ଓ ଶାନ୍ତି ଭରିରହିଥାଏ । ଭଗବାନ ବିଷ୍ଣୁ ନାରଦ ଓ ପ୍ରୁଥଙ୍କୁ ଏହି କାର୍ତ୍ତିକ ମାସର ମହାନତା ବିଷୟରେ କହିଥିଲେ । ଏହି ମାସରେ କିଛି ନିୟମ ରହିଛି ଯାହାକୁ ପାଳନ କରିବା ଦ୍ୱାରା ନିଜର ମନୋସ୍କାମନା ପୁରଣ ହୋଇଥାଏ ଓ ଗୃହକୁ ସୁଖ ଓ ଶାନ୍ତିର ଆଗମନ ହୋଇଥାଏ । ତେବେ ଆସନ୍ତୁ ଜାଣିବା କନ୍ ସେହି ନିୟମ ଗୁଡ଼ିକ । ଏହି ମାସର ୭ ଟି ନିୟମ ରହିଛି ଯାହାକୁ ପାଳନ କରିବାଦ୍ୱାରା ଆପଣ ହୋଇପାରନ୍ତି ଲକ୍ଷପତି ଓ ପୁଣ୍ୟବତି ।
୧- ତୁଳସୀ ଗଛକୁ ପୂଜା କରନ୍ତୁ । କାରଣ ଏହି ତୁଳସୀ ଶ୍ରୀ ହରୀଙ୍କର ଅତି ପ୍ରିୟ ହୋଇଥିବାରୁ ଏହି ମାସରେ ତୁଳସୀ ଗଛର ମହିମା କିଛି ଅଲଗା ହୋଇଥାଏ । ତୁଳସୀ ଗଛକୁ ପୂଜା କରିବା ଦ୍ୱାରା ମନୋସ୍କାମନା ପୂରଣ ହୋଇଥାଏ ତେଣୁ ଏହି ମାସରେ ତୁଳସୀ ପୂଜା ନିତ୍ୟାନ୍ତ ଜରୁରୀ ଅଟେ ।
୨-ଦୀପ ଦାନ ମହାପୁଣ୍ୟ ଅଟେ । ଅର୍ଥାତ୍ ଏହି ମାସରେ ଯଦି ଆପଣ କୌଣସି ପୋଖରୀରେ ଦୀପଟିଏ ଦାନ କରନ୍ତି ତେବେ ଆପଣଙ୍କ ଘରୁ ସବୁ ନକାରାତ୍ମକ ଭାବନା ଦୂର ହୋଇଯାଇଥାଏ ।
୩- ଶାସ୍ତ୍ର ଅନୁସାରେ ବିଛଣା ଅପେକ୍ଷା ଭୂମିରେ ଏହି ମାସରେ ଶୋଇଲେ ବ୍ୟକ୍ତିର ମନ ଭଲ ରହିଥାଏ । ବ୍ୟକ୍ତିର ମନରୁ ସବୁ ନକାରାତ୍ମକ ଭାବନା ଦୂର ହୋଇ ସକାରାତ୍ମକ ଭାବନା ଆସିଥାଏ । ଫଳରେ ସେ ଖୁସି ରହିଥାଏ । ଏହା ଦ୍ଵାରା ଶରୀରର ରକ୍ତ ସଞ୍ଚାଳନ ଠିକ୍ ହୋଇଥାଏ ।
୪- ଏହି ମାସରେ ଶରୀରରେ ତେଲ ଲଗାଇବା କଥା ନୁହେଁ । କେବଳ ମାସର ଚତୁର୍ଥୀ ଦିନ ହିଁ ତେଲ ଲଗାଇବା କଥା ।
୫- ଏହି ମାସରେ ମୁଗ, ଚଣା ଓ ମଟର ଆଦି ସେବନ କରିବା କଥା ନୁହେଁ । ଏହା ଛଡା ବ୍ୟକ୍ତିଙ୍କୁ ମଦାଓ ମାଂସ ଠାରୁ ମଧ୍ୟ ଦୂରେଇ ରହିବା ଅତ୍ୟନ୍ତ ଜରୁରୀ ହୋଇଥାଏ ।
୬- ଯେଉଁମାନେ ଏହି ମାସରେ ବ୍ରତ ରଖିଥାନ୍ତି ସେମାନଙ୍କୁ ତପସ୍ୱୀ ଭଳି ରହିବାକୁ ପଡ଼ିଥାଏ । ଏହି ସମୟରେ କମ୍ କଥା କହିବା, ଝଗଡା ଆଦି ନକରିବା ଓ ନିଜକୁ ନିୟନ୍ତ୍ରଣ କରିବା ନିହାତି ଜରୁରୀ ଅଟେ ।
୭- ଏହି ମାସରେ ବ୍ରହ୍ମଚର୍ଯ୍ୟା ନିୟମ ପାଳଂ କରିବା ଅତ୍ୟନ୍ତ ଜରୁରୀ ଅଟେ । ଏହି ସମୟରେ ଭଗବାନ ବିଷ୍ଣୁଙ୍କ ନାମ ସ୍ମରଣ କରିବା ଉଚିତ୍ । ଯାହା ଫଲରେ ଘରକୁ ଧନ ରତ୍ନ ଓ ସୁଖଶାନ୍ତି ର ଆଗମନ ହୋଇଥାଏ । ଓ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ସର୍ବଦା କୃପା ବର୍ଷା କରିଥାନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।