କାର୍ତ୍ତିକ ମାସରେ ନିଶ୍ଚୟ ପାଳନ କରନ୍ତୁ ଏହି 5 ଟି ନିୟମ, ହେବ ପୂଣ୍ୟ ପ୍ରାପ୍ତି, ଜୀବନ ହସ ଖୁସିରେ ଭରିଯିବ (Kartika Purnima 2021)

କାର୍ତ୍ତିକ ମାସକୁ ହିନ୍ଦୁଧର୍ମର ସବୁଠୁ ପବିତ୍ର ମାସ ଭାବେ ପାଳନ କରାଯାଏ । ଶାସ୍ତ୍ରାନୁସାରେ ଭଗବାନ ବିଷ୍ଣୁଙ୍କ ଏହି ପ୍ରିୟ ମାସରେ ବ୍ରତ, ତପ, ପୂଜା ପାଠ ଓ ଦାନ ଧର୍ମ ଆଦି କରିବା ଦ୍ଵାରା ଜୀବନର ସମସ୍ତ ସମସ୍ଯା ଦୂର ହୋଇଥାଏ ଓ ଘରେ ସୁଖଶାନ୍ତି ଭରି ରହିଥାଏ । ଏହାସହ କିଛି ନିୟମ ରହିଛି ଯାହା ଏହି ମାସରେ ପାଳନ କରିବା ଦ୍ଵାରା ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । ଆଜି ଆମେ ଆପଣଙ୍କୁ ସେହି ସବୁ ନିୟମ ଗୁଡିକ ବିଷୟରେ କହିବାକୁ ଯାଉଛୁ ।

ପ୍ରଥମରେ ଭଗବାନ ବିଷ୍ଣୁଙ୍କୁ ତୁଳସୀ ଅତିପ୍ରିୟ ହୋଇଥିବାରୁ ଏହି ମାସରେ ତୁଳସୀ ମୁଜାକୁ ଖୁବ ଗୁରୁତ୍ଵ ଦିଆଯାଏ । ଏହି ମାସରେ ତୁଳସୀ ମା’ଙ୍କର ପୂଜାର୍ଚ୍ଚନା କରିବା ଦ୍ଵାରା ଭଗବାନ ବିଷ୍ଣୁଙ୍କ ସହ ମା ଲକ୍ଷ୍ମୀଙ୍କର ମଧ୍ୟ କୃପା ପ୍ରାପ୍ତ ହୋଇଥାଏ । ତେଣୁ ଏହି ମାସରେ ସୁଫଳ ପାଇବାକୁ ଚାହୁଁଥିଲେ ତୁଳସୀ ମାତାଙ୍କ ପୂଜା କରିବା ଉଚିତ ।

ଦ୍ଵିତୀୟରେ ହେଉଛି ଦୀପଦାନକୁ କାର୍ତ୍ତିକ ମାସର ସବୁଠୁ ପବିତ୍ର ନିୟମ ବୋଲି ମାନାଯାଏ । ଏହି ମାସରେ ନଦୀ ଏବଂ ପୋଖରୀ ଆଦିରେ ଦୀପଦାନ କରିବା ଶୁଭ ହୋଇଥାଏ । ଏପରି କରିବା ଦ୍ଵାରା ଘରେ ବାସ କରୁଥିବା ନକରାତ୍ମକ ଶକ୍ତି ଦୂର ହୋଇଥାଏ ଏବଂ ଜୀବନରେ ସୁଖର ଆଗଣ ହୋଇଥାଏ ।

ତୃତୀୟରେ ଶାସ୍ତ୍ରାନୁସାରେ ପବିତ୍ର କାର୍ତ୍ତିକ ମାସରେ ବିଛଣା ଅପେକ୍ଷା ଭୂମିରେ ଶୋଇବା ଅତି ଲାଭଦାୟକ ମାନାଯାଏ । ମାନାଜୟ ଥାଏ କି ଏହି ମାସରେ ଭୂମିରେ ଶୋଇବା ଦ୍ଵାରା ବ୍ୟକ୍ତିଙ୍କ ମନ ଶୁଦ୍ଧହୋଇଥାଏ ଓ ତାଙ୍କ ମନରୁ ନକରାତ୍ମକ ଭାବନା ଦୂର ହୋଇ ସକାରାତ୍ମକ ବିଚାର ପ୍ରବେଶ ହୋଇଥାଏ । ଏହାଦ୍ବାରା ଶରୀରର ରକ୍ତ ସଞ୍ଚାଳନ ପ୍ରକ୍ରିୟା ମଧ୍ୟ ସଠିକ ଭାବେ ହୋଇଥାଏ । ଯାହାଫଳରେ ବ୍ୟକ୍ତିଙ୍କ ଶରୀର ସୁସ୍ଥ ସବଳ ଏବଂ ରୋଗମୁକ୍ତ ହୋଇଥାଏ ।

ଚତୁର୍ଥରେ ମାନ୍ୟତା ରହିଛି କି ଏହି ମାସରେ ଶରୀରରେ ତେଲ ଲଗାଇବା ଉଚିତ ନୁହେଁ । ଯଦି କେହି ଏହି ମାସରେ ଶରୀରରେ ଏଲ ଲଗାଇବା ପାଇଁ ଚାହୁଁଛନ୍ତି ତେବେ କେବଳ ନରକ ଚତୁର୍ଦ୍ଦଶୀ କାର୍ତ୍ତିକ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନ ତେଲ ଲଗାଇ ପାରିବେ ।

ପଞ୍ଚମରେ ଏହି ମାସ ସାରା ମୁଗ, ମଶୁର, ମଟର ଓ ଚଣା ଆଦି ଖାଦ୍ଯ ସେବନ କରିବା ଉଚିତ ନୁହେଁ । ଏହାଛଡା ବ୍ୟକ୍ତିଙ୍କୁ ମଦ ଏବଂ ମାଂସ ସେବନରୁ ମଧ୍ୟ ଦୂରେଇ ରହିବା ଆବଶ୍ୟକ । ଯେଉଁ ଲୋକ ଏହି ମାସରେ ବ୍ରତ ରଖିଥାନ୍ତି ସେମାନେ ତପସ୍ଵୀଙ୍କ ଭଳି ଜୀବନ ଅତିବାହିତ କରିବା ଉଚିତ । କମ୍ କଥା କହିବା, ଅଯଥା କଥା ନଶୁଣିବା, ଝଗଡା ନ କରିବା ଓ କାହା ବିଷୟରେ ଖରାପ କଥା ନ କହିବା ଆଦି ନିୟମ ପାଳନ କରିବା ଉଚିତ । ଏହି ସମୟରେ ବ୍ୟକ୍ତି ନିଜକୁ ଯଥାସମ୍ଭବ ନିୟନ୍ତ୍ରଣରେ ରଖିବା ଦ୍ଵାରା ବ୍ରତର ଉଚିତ ଫଳ ମିଳିଥାଏ ।

ଏହାସହ ଏହି ମାସରେ ବ୍ରହ୍ମାଚର୍ଯ୍ୟା ପାଳନ କରିବା ଓ ଭଗବାନ ବିଷ୍ଣୁଙ୍କ ନାମ ପାଳନ କରିବା ଉଚିତ । ଏପରି କରିବା ଦ୍ଵାରା ପତି ପତ୍ନୀଙ୍କ ମଧ୍ୟରେ ବିବାଦ ସମାପ୍ତ ହୋଇଥାଏ ବୋଲି ମାନାଯାଏ । ଏହି ମାସରେ ବ୍ୟକ୍ତି ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ କରିବା ଦ୍ଵାରା ବ୍ୟକ୍ତିଙ୍କ ଶରୀର ଓ ମନ ଉଭୟକୁ ସକାରାତ୍ମକ ଶକ୍ତି ମିଳିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।