କରୋନା ଆତଙ୍କ: ସରକାର ଦେଲେ ନୂଆ ଆଦେଶ ଏବେ ସମସ୍ତ ଦୋକାନ ଓ ଗାଡି ଚଳାଚଳ ଉପରେ ଲାଗିବ ଏହି ସବୁ କଟକଣା- ପଢନ୍ତୁ ସମ୍ପୁର୍ଣ୍ଣ ଖବର

ସାରା ଦୁନିଆରେ ଏବେ କରୋନାର ଆତଙ୍କ ଖେଳିଯାଇଛି । ଯାହାକୁ ଦେଖ ସେ ଏହି ଭାଇରସକୁ ନେଇ ବହୁତ ଭୟଭୀତ ରହୁଛି । ତେବେ ଆମ ଓଡିଶାରେ ମଧ୍ୟ ଏହି ଭାଇରସ ରେ ପୀଡିତଙ୍କ ସଂଖ୍ୟା ୨ ହେଲାଣି । ଯେଉଁଥି ପାଇଁ ଏବେ ସରକାର ବହୁତ ଚିନ୍ତିତ ହୋଇ ପଡିଛନ୍ତି । ସେଥିପାଇଁ ଆଜି ସରକାର ଏହି ବଡ ନିଷ୍ପତ୍ତି ନେଇଛନ୍ତି । ସରକାର ଏବେ କରୋନାକୁ ନେଇ ବହୁତ ସତର୍କ ହୋଇଯାଇଛନ୍ତି ।

ଏବଂ ଗୋଟେ ପରେ ଗୋଟେ ନିୟମ ସବୁ ଲାଗୁ କରି ଏଥିରୁ ବଞ୍ଚିବାର ବାଟ ଖୋଜୁଛନ୍ତି । ତେବେ ଏବେ ଏବେ ମିଳିଥିବା ଖବର ଅନୁସାରେ ଆଜି ଠାରୁ ସରକାର ଭୁବନେଶ୍ବରରେ ଅଡ-ଇଭିନ ଫର୍ମୁଲା ଲାଗୁ କରିଛନ୍ତି । ତେବେ ଏହାର ଅର୍ଥ ହେଲା ଅଡ ଦିନ ମାନଙ୍କରେ ଅଡ ନମ୍ବର ଗାଡି ଚାଲିବ ଓ ଇଭେନ ଦିନରେ ଇଭେନ ନମ୍ବରର ଗାଡି ଚାଲିବ । ତେବେ ଏହା କେବଳ ପବ୍ଲିକ ଟ୍ରାନ୍ସପୋର୍ଟ ଯେମିତିକି ବସ, ଅଟୋ, ରିକ୍ସା ଆଦି ପାଇଁ ଲାଗୁ ହେବ ।

କିନ୍ତୁ ପ୍ରାଇଭେଟ ଗାଡି, ଜରୁରୀ କାଳୀନ ସେବା ଗାଡି, ହସ୍ପିଟାଲର ଗାଡି ଆଦି ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ । ଏହି ନିୟମ ଆଜିଠାରୁ ଭୁବନେଶ୍ବରରେ ଲାଗୁ ହେବା । ଏହି ନିୟମ ଅନୁସାରେ ଅଡ ଦିନରେ ଅଡ ଗାଡି ନମ୍ବର ଓ ଇଭିନ ଦିନରେ ଇଭେନ ଗାଡି ନମ୍ବର ଚାଲିବ ।

ତେବେ କେବଳ ଏତିକି ନୁହେଁ ସରକାର ଏହି ଭାଇରସ ସହ ଲଢିବା ପାଇଁ ସମସ୍ତ ବାର, ରେଷ୍ଟୁରାଣ୍ଟ, ଗହଣା ଦୋକାନ, ସମସ୍ତ ପ୍ରକାର ସୋରୂମ, ଆଦି ବନ୍ଦ କରିବାକୁ ଆଦେଶ ଦେଇଛନ୍ତି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଯେମିତିକି ଖାଦ୍ୟ ପଦାର୍ଥ ଓ ଔଷଧ ଆଦି ଦୋକାନ ସବୁ ଖୋଲା ରହିବ । ସେଥିରେ ପନିପରିବା, ମାଛ, ମାଂସ ଆଦି ଦୋକାନ ମଧ୍ୟ ଖୋଲା ରହିବ ।

କରୋନା ସହ ଲଢିବା ପାଇଁ ସରକାର ଯେଉଁ ସବୁ ପଦକ୍ଷପ ନେଉଛନ୍ତି ସେଥିପାଇଁ ସାଧାରଣ ଜନତା ମାନେ ମଧ୍ୟ ସରକାରଙ୍କ ସାଥ ଦେବା ନିହାତି ଆବଶ୍ୟକ । ଏହା ବ୍ୟତୀତ ସବୁବେଳେ ନିଜର ସ୍ଵଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ, ଯେତେ ସମ୍ଭବ ଘରୁ ନ ବାହାରିବାକୁ ଚେଷ୍ଟା କରନ୍ତୁ । ସେହିଭଳି କିଛି ଜରୁରୀ କାମ ନ ଥିଲେ ଘରୁ ବାହାରନ୍ତୁ ନାହିଁ ।