ସୁଶାନ୍ତ ଙ୍କ ଆତ୍ମହତ୍ୟା ପରେ, ସୋସିଆଲ ମିଡ଼ିଆରେ ଟ୍ରୋଲ ହୋଇ କରଣ ଜୋହର ଦେଲେ ଇସ୍ତଫା

ଗତକାଲି ବଲିଉଡ ଡ଼ାଇରେକ୍ଟର କରଣ ଜୋହର ସୁଶାନ୍ତ ଙ୍କ ଆତ୍ମହତ୍ୟାରେ ଅତିଷ୍ଠ ହୋଇ ନିଜ ନିର୍ଦେଶକ ପଦ ରୁ ଇସ୍ତଫା ଦେଇଛନ୍ତି । ଖବର ଅନୁଯାୟୀ, କରଣ ଜୋହର ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତାମାନଙ୍କ ଉପରେ ଅତ୍ୟଧିକ ରାଗିଛନ୍ତି ଯେ ଏହି କଷ୍ଟ ସମୟରେ ତାଙ୍କ ପାଇଁ କେହି ଠିଆ ହୋଇନାହାଁନ୍ତି । ଯେତେବେଳେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଥିଲା, ସେତେବେଳେ ଇଣ୍ଡଷ୍ଟ୍ରିର କୌଣସି ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ନଥିଲେ । କରଣ ଙ୍କୁ କେହି ସମର୍ଥନ କରିନଥିଲେ ।

ତେଣୁ ସେ ନିଜ ଡ଼ାଇରେକ୍ଟର ପଦ ରୁ ଇସ୍ତଫା ଦେଇଛନ୍ତି । ଗତ କାଲି କରଣ ଜୋହର ଙ୍କ ସହ କିଛି ବଲିଉଡ ଡ଼ାଇରେକ୍ଟର ପ୍ରଡ୍ୟୁସର ଙ୍କ ସହ କଥା ବାର୍ତ୍ତା ହୋଇଥିଲା । କରଣ ଙ୍କ ଏହି ନିଷ୍ପତ୍ତି ପରେ ଅଭିନେତ୍ରୀ ଦୀପିକା ପଡୁକୋନ ତାଙ୍କୁ କଲ କରିଥିଲେ । ବହୁତ ବୁଝାଇବା ପରେ ମଧ୍ୟ କରଣ ନିଜ ନିଷ୍ପତ୍ତି ରେ ଅଟଳ ଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କରଣ ଏହି ଉତ୍ସବର କଳାକାର ନିର୍ଦ୍ଦେଶକ ସ୍ମୃତି କିରଣଙ୍କୁ ଏକ ମେଲ କରି ରିଜାଇନ ବିଷୟରେ କହିଛନ୍ତି । MAMI ବୋର୍ଡରେ ବିକ୍ରମଦିତ୍ୟ ମୋଟୱାନେ, ସିଦ୍ଧାର୍ଥ ରୟ କାପୁର, ଦୀପିକା ପାଦୁକୋନ, ଜୋୟା ଅଖତର ଏବଂ କବୀର ଖାନ ରହିଛନ୍ତି ।

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ କରଣ ଜୋହର ବଲିଉଡରେ ଆତ୍ମୀୟତା ବିବାଦକୁ ନେଇ ଆହତ ହେବା ପରେ MAMI ଅର୍ଥାତ୍ ମୁମ୍ବାଇ ଏକାଡେମୀ ଅଫ୍ ମୁଭିଙ୍ଗ ଇମେଜ୍ ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି । ଏଥିସହିତ ଏହା ମଧ୍ୟ ଖବର ଅଛି ଯେ MAMI ଚଳଚ୍ଚିତ୍ର ମହୋତ୍ସବର ଚେୟାରମ୍ୟାନ୍ ତଥା ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ କରଣଙ୍କୁ ମନାଇବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ କରଣ ତାଙ୍କ କଥା ଶୁଣି ନାହାଁନ୍ତି ଏବଂ ଇସ୍ତଫା ଦେଇଛନ୍ତି ।

ସୁଶାନ୍ତଙ୍କ ଦେହାନ୍ତ ପରେ ଆତ୍ମୀୟତା ପ୍ରସଙ୍ଗ ବା ନେପୋଟିଜ୍ମ ଅଧିକ ଗରମ ହେବାରେ ଲାଗିଛି । ତାଙ୍କର ପ୍ରଶଂସକ ଏବଂ କିଛି କଳାକାର ବିଶ୍ୱାସ କରନ୍ତି ଯେ ସୁଶାନ୍ତ ସିଂ ରାଜପୁତ ବଲିଉଡରେ ଆତ୍ମୀୟତା ବା ନେପୋଟିଜ୍ମ ଏବଂ ଅସମ୍ମାନ ର ଶିକାର ହୋଇ ଆତ୍ମହତ୍ୟା କରିଛନ୍ତି । ତେବେ ତାଙ୍କ ଆତ୍ମହତ୍ୟା ପଛର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ ।

କିନ୍ତୁ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ କିଛି ବଲିଉଡ ତାରକା ବହୁ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି । ଏହି ସମାଲୋଚନାରେ କରଣ ଜୋହର ସବୁଠାରୁ ଅଧିକ ଟାଣି ହୋଇଛନ୍ତି । ଆଲିଆ ଭଟ୍ଟ, ସୋନମ କପୁର, ଅର୍ଜୁନ କପୁର, ସୋନାକ୍ଷୀ ସିହ୍ନା, ସଲମାନ ଖାନଙ୍କ ସହ କରଣଙ୍କୁ ମଧ୍ୟ ଟ୍ରୋଲ କରାଯାଇଥିଲା । ସୋସିଆଲ ମିଡ଼ିଆ ରେ ଏହି କଳାକାର ଙ୍କ ଉପରେ ଲୋକ ମାନଙ୍କ ରାଗ ବଢ଼ିବାରେ ଲାଗିଛି ।

ଏକ ରିପୋର୍ଟ ଅନୁଯାୟୀ, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଆଲିଆ ଭଟ୍ଟଙ୍କ ଇନଷ୍ଟାଗ୍ରାମରେ ପ୍ରାୟ ସାଢ଼େ ଚାରି ଲକ୍ଷ ଫଲୋଅର ବା ଅନୁଗାମୀ ହ୍ରାସ ପାଇଛନ୍ତି । ଏଥି ସହିତ କରଣ ଜୋହର ପ୍ରାୟ ଏକ ଲକ୍ଷ 90 ହଜାର ଅନୁସରଣକାରୀଙ୍କୁ ହରାଇଛନ୍ତି । ବଲିଉଡର ‘ଦବଙ୍ଗ’ ଅର୍ଥାତ୍ ସଲମାନ ଖାନଙ୍କ ପ୍ରାୟ 50 ହଜାର ଅନୁସରଣକାରୀ ଇନଷ୍ଟାଗ୍ରାମରେ ହ୍ରାସ ହୋଇଛନ୍ତି । ଅନ୍ୟପକ୍ଷରେ ଶ୍ରଦ୍ଧା କପୁର, କ୍ରିତି ସାନନ୍ ଏବଂ କଙ୍ଗନା ରାନାୱତଙ୍କ ଅନୁଗାମୀମାନେ ବୃଦ୍ଧି ପାଇଛନ୍ତି । ଦେଖା ଯାଉ ଏହି ବିବାଦ କେବେ ଶାନ୍ତ ପଡୁଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।