କନ୍ୟା ସଂକ୍ରାନ୍ତି (17 September 2021) ସୂର୍ଯ୍ୟ ଚଳିବେ କନ୍ୟା ରାଶିକୁ, ସୁନା ଠାରୁ ବି ଅଧିକ ଚମକିବ ଏହି 5 ରାଶିର ଭାଗ୍ୟ

ଏଥର କନ୍ୟା ସଂକ୍ରାନ୍ତିରେ ସୂର୍ଯ୍ୟ ସିଂହ ରାଶିରୁ କନ୍ୟା ରାଶିରେ ଗୋଚର କରିବେ । ଏହି ଦିନ ଭଗବାନ ବିଶ୍ଵକର୍ମାଙ୍କ ପୂଜା ଏବଂ ଭଗବାନ ବାଉନଙ୍କ ଜନ୍ମଦିନ । ଏହାସହ ଏହି ଦିନ ବଡ ଏକାଦଶୀ ମଧ୍ୟ । ଏହି କନ୍ୟା ସଂକ୍ରାନ୍ତି ଦିନ ଏକ ବହୁତ ବଡ ଦୁର୍ଲଭ ସଂଯୋଗ ବନୁଅଛି । ସୂର୍ଯ୍ୟଙ୍କ ଏହି ରାଶି ପରିବର୍ତ୍ତନ ଯୋଗୁଁ ୫ଟି ରାଶିର ଭାଗ୍ୟ ଚମକିବାକୁ ଯାଉଛି । ତେବେ ଚାଲନ୍ତୁ ଜାଣିବା କେଉଁ ଗୁଡିକ ସେହି ଭାଗ୍ୟଶାଳୀ ରାଶି ।

ସୂର୍ଯ୍ୟଙ୍କ ବିନା ପୃଥିବୀପୃଷ୍ଠରେ କୌଣସି ଜୀବଜନ୍ତୁଙ୍କ ଅସ୍ତିତ୍ଵ ସମ୍ଭବ ନୁହେଁ । ସୂର୍ଯ୍ୟଙ୍କର ଏପରି ଅପାର ଶକ୍ତି ରହିଛି ଯାହା ଦ୍ଵାରା ଅନ୍ୟ ଗ୍ରହମାନେ ଚଳାୟମାନ ହୁଅନ୍ତି । ବୈଦିକ ଜ୍ଯୋତିଷରେ ସୂର୍ଯ୍ୟଙ୍କୁ ସଫଳତା ପ୍ରଦାନକାରୀ, ରାଜପଦ ଓ ଗୌରବ ଏବଂ ଉଚ୍ଚ ଦେବା କାରକ ବୋଲି ବିବେଚନା କରାଯାଏ । ଆମ ସୌରମଣ୍ଡଳର ମୂଳତତ୍ତ୍ଵ ହେଉଛନ୍ତି ସୂର୍ଯ୍ୟ । ସୂର୍ଯ୍ୟ ଊର୍ଜାର ବିଶାଳ ସ୍ରୋତ ହୋଇଥିବାରୁ ଏହା ପୃଥିବୀପୃଷ୍ଠରେ ଜୀବନ ଅସ୍ତିତ୍ଵ ପାଇଁ ଅତି ଆବଶ୍ୟକ ଅଟେ । ଜ୍ଯୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମାର କାରକ ବିଚାର କରାଯାଏ ।

ଏହି ଜାତକଙ୍କ କୁଣ୍ଡଳୀରେ ସୂର୍ଯ୍ୟଙ୍କୁ ଆତ୍ମସମ୍ମାନ ବୋଲି ଦର୍ଶାଯାଏ । ଯେଉଁ କାରଣରୁ ସମସ୍ତ ରାଶିମାନଙ୍କ ଉପରେ ଏହାର କିଛି ନା କିଛି ପ୍ରଭାବ ପଡିଥାଏ । ପ୍ରଥମରେ ହେଉଛି ମେଷ ରାଶି । ସୂର୍ଯ୍ୟଙ୍କ ଏହି ଗୋଚରରେ ମେଷ ରାଶି ଉପରେ ଗଭୀର ପ୍ରଭାବ ପଡିବାକୁ ଯାଉଛି । ଏହି ସମୟରେ ଆପଣଙ୍କୁ ସରକାରୀ କାର୍ଯ୍ୟରେ ଲାଭ ମିଳିବାର ଅଧିକ ସମ୍ଭାବନା ରହିଛି । ଏହା ସହ ଆପଣଙ୍କ ସ୍ଵଭାବରେ ଅତିରିକ୍ତ ଊର୍ଜାର ପ୍ରଭାବ ରହିବ ।

ଦ୍ବିତୀୟରେ ହେଉଛି ବୃଷ ରାଶି । ଆପଣଙ୍କର ବିଦେଶ ଯାତ୍ରା କରିବାର ଯୋଗ ବନୁଅଛି । ଯେଉଁମାନେ ପୂର୍ବରୁ ହିଁ ବିଦେଶରେ ଅଛନ୍ତି ସେମାନଙ୍କ କ୍ଯାରିଅରରେ ଆହୁରି ଉନ୍ନତି ଦେଖିବାକୁ ମିଳିବ । ତେବେ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ ହୁଅନ୍ତୁ । ଏଥିପାଇଁ ଖାଦ୍ୟପେୟ ଉପରେ ଧ୍ୟାନ ଦେବା ଆବଶ୍ୟକ ରହିଛି । ତୃତୀୟରେ ହେଉଛି ମିଥୁନ ରାଶି । ଏହି ସମୟରେ ଆପଣଙ୍କ ଆୟରେ ବୃଦ୍ଧି ହୋଇପାରେ । ଏହା ସହ ସମାଜରେ ମଧ୍ୟ ଆପଣଙ୍କ ଖ୍ଯାତି ବଢିବ ।

ଚତୁର୍ଥରେ ହେଉଛି କର୍କଟ ରାଶି । ସୂର୍ଯ୍ୟଙ୍କ ଏହି ପରିବର୍ତ୍ତନ ଯୋଗୁଁ ଆପଣଙ୍କ ରାଶିରେ ମଧ୍ୟ ଏହାର ଶୁଭ ପ୍ରଭାବ ପଡିବାକୁ ଯାଉଛି । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପଦୋନ୍ନତି ହୋଇପାରେ । ପଞ୍ଚମରେ ହେଉଛି କନ୍ୟା ରାଶି । ସ୍ଵୟଂ ସୂର୍ଯ୍ୟ ଆପଣଙ୍କ ରାଶିରେ ଗୋଚର କରୁଥିବାରୁ ସମାଜରେ ଆପଣଙ୍କ ମାନସମ୍ମାନ ବୃଦ୍ଧି ପାଇବ । ଭାଗ୍ୟର ସହଯୋଗ ମିଳିବା ହେତୁ ଆପଣଙ୍କ ପରିସ୍ଥିତି ଅନୁକୂଳ ରହିବ। ଦୂର ଯାତ୍ରା ଆପଣଙ୍କ ପାଇଁ ଲାଭଜନକ ରହିବ ।

ଏହା ଥିଲା ସେହି ୫ଟି ଭାଗ୍ୟଶାଳୀ ରାଶି । ଆମ ପୋଷ୍ଟ ଆପଣଙ୍କୁ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।