ନମସ୍କାର ବନ୍ଧୁଗଣ । ମା ମୁଁ ଆଉ ଲୋକ ନିନ୍ଦା ସହି ପାରିଲି ନାହି । କେମିତି ବା ସହିଥାନ୍ତି ମୋ ସହ ଗଣ ଦୁଷ୍କର୍ମ ପରେ ଲୋକ ନିନ୍ଦା ମୋତେ ଏମିତି କରିବା ପାଇଁ ବାଧ୍ୟ କରିଲା । ମୋତେ କ୍ଷମା କରିବ ବାପା ମୋ ସହ ନାରାୟଣ ଗୌଡ ଯାହା କରିଛି ଉଁ ଆଉ କୋଉ ମୁହଁ ନେଇ ଚାଲି ପାରିଥାନ୍ତି ? ମୋତେ ଆଜି ବହୁତ ଖରାପ ଲାଗୁଛି ମୁଁ ନିଜକୁ ଧିକ ଭାବୁଛି କାରଣ ତମେ ମୋ ପାଇଁ ଆଜି ଲଜିତ । ମୋର ଏହି ନିସ୍ପତି ପାଇଁ ବାପା ମା କେହି ଦାୟୀ ନୁହନ୍ତି । ଏ ନିସ୍ପତି କେବଳ ମୋର । ଆଇ ଲଭ ୟୁ ବାପା ମା ଆଇ ମିସ ୟୁ ।
ଝିଅର ଏଭଳି ଶେଷ ଚିଠିରେ କାନ୍ଦ ବୋବାଳିରେ ଫାଟି ପଢୁଛି ଘର । ବୋହି ଯାଉଛି ଧାର ଧାର ଲୁହ । କୋହ ସମ୍ଭାଳି ପାରୁ ନାହାନ୍ତି ଘରେ ଲୋକେ । ଆଉ ଶୁଭିବନି ଝିଅର ପାଉଁଜି ର ଶବ୍ଦ କି ମା ର ଡାକ । କାରଣ ଝିଅ ସମସ୍ତଙ୍କୁ ଛାଡି ଆରପାରିକି ଚାଲି ଯାଇଛି । ଆଜି ଦୁଷ୍କର୍ମର ଲଜ୍ୟା କୁ ସହି ନ ପାରି ହାରି ଦେଇଛି ଜୀବନ ଜଣେ ନାବାଳିକା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଭଞ୍ଜନଗର ଜଡାଘାତୁଣୀ ଗାଁ ରେ ।
ହାତୁଣୀ ଗାଁ ର ରାଜେନ୍ଦ୍ର ଗଉଡ ଙ୍କ ନାବାଳିକା ଝିଅ ପୂଜା ଗୌଡ କିଛି ଦିନ ପୂର୍ବେ ନଦୀକୁ ଗାଧୋଇ ଯାଉଥିବା ସମୟରେ ଉକ୍ତ ଗାଁ ର ରମେଶ ଗୌଡ ଙ୍କ ପୁଅ ନାରାୟଣ ଗୌଡ ପୂଜାଙ୍କୁ ଏକା ଦେଖି ତାହା ସହ ଜୋର ଜବରଦସ୍ତି କରି ଶାରୀରିକ ସମ୍ପର୍କ ରଖିଥିଲା । ପରବର୍ତ୍ତୀ ମୂହୁର୍ତ୍ତ ରେ ଏହି ବିଷୟରେ କାହାରିକୁ କହିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା ନାରାୟଣ ଗୌଡ ପୂଜା ଙ୍କୁ । ଯେଉଁଥି ପାଇଁ ପୂଜା ଏହି ଘଟଣା କୁ ନେଇ କାହାରିକୁ କହି ନ ଥିଲେ ।
ଏହାର ସୁଯୋଗ ନେଇ ନାରାୟଣ ପୂଜାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖି ଆସୁଥିଲା । କେବଳ ପୂଜା ସହ ଶାରୀରିକ ସମ୍ପର୍କ ରଖୁଥିଲା ତାହା ନୁହେଁ ବରଂ ନାରାୟଣ ପୂଜାର ଅଶ୍ଳୀଳ ଫୋଟୋ ମଧ୍ୟ ଉଠାଇଥିଲା । ଏମିତି ଅଭିଯୁକ୍ତ ନାରାଯଙ୍କ ନିର୍ଯାତନା ଅଧିକ ବଢିବାକୁ ଲାଗିଲା ସେ ନେଇ ପୂଜା ତାଙ୍କ ଘର ଲୋକଙ୍କୁ କହିଥିଲେ ।
ଘର ଲୋକ ନିଜ ସମାଜରେ କଥା ପକାଇବା ପରେ ଦୁଇ ଜଣଙ୍କର ବିବାହ ଆଇନ କହିଥିଲେ ବୁଦ୍ଧିଜୀବୀ । କିନ୍ତୁ ଏଭଳି ବିବାହକୁ ପୁଅ ଘର ଲୋକେ ବାରଣ କରିଥିଲେ । ତେବେ ଝିଅ କାହିଁକି ତାଙ୍କ ଘରେ କହିଲା ବୋଲି ଏହାର ପ୍ରତିଶୋଧ ନେବା ପାଇଁ ସବୁ ଅଶ୍ଳୀଳ ଫୋଟୋ କୁ ଭାଇରାଲ କରିଥିଲା ଅଭିଯୁକ୍ତ ନାରାୟଣ ଗୌଡ ।
ଯାହା ପରେ ଲୋକ ନିନ୍ଦା ସହି ନ ପାରି ଆରପାରିକୁ ଚାଲି ଯାଇଛନ୍ତି ପୂଜା ଗୌଡ । ବନ୍ଧୁଗଣ ଆପଣ ମାନଙ୍କର ପୂଜାଙ୍କ ସହ ହୋଇଥିବା ଦୁର୍ବ୍ୟବହାର ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।