କାନ୍ଦବୋବାଳିରେ ଫାଟି ପଡୁଛି ପୁରା ଗାଁ, ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିରୁ ବି ଲୁହ ଝରି ପଡିବ, ଦେଖନ୍ତୁ video

ଦେଶର ଯବାନମାନେ ନିଜ ଜୀବନକୁ ବାଜି ଲଗାଇ ଦେଶକୁ ସୁରକ୍ଷା ପ୍ରଦାନ କରୁଛନ୍ତି । ଆଉ ସେଥିପାଇଁ ତ ଆମେ ଦେଶ ଭିତରେ ଶାନ୍ତିରେ ନିଃଶ୍ଵାସ ମାରି ପାରୁଛୁ । ନିଜ ପରିବାର ଠାରୁ ଦୂରରେ ବଣ ଜଙ୍ଗଲ ମଧ୍ୟରେ ନିଜର ସବୁ ସ୍ଵାର୍ଥ ଭୁଲି ମାଟି ମା’ ପାଇଁ କାମ କରନ୍ତି ଭାରତୀୟ ଯବାନ ମାନେ । ଏମିତିକି ଖିଆ ପିଆ ମଧ୍ୟ ଠିକ ନଥାଏ । ବଞ୍ଚିବା ପାଇଁ ଯେତିକି ଆବଶ୍ୟକ ସେତିକି ଖାଦ୍ଯ ଖାଇ ବିଶ୍ରାମ ନନେଇ ସେମାନେ ଅବିରତ ଦେଶକୁ ସୁରକ୍ଷା ପ୍ରଦାନ କରିଥାନ୍ତି ।

ଆଉ ଦେଶ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ଯବାନ ଯେତେବେଳେ ଦୁନିଆ ଛାଡି ଚାଲିଯାଏ ସେତେବେଳେ ତାଙ୍କ ପାଇଁ ସମସ୍ତଙ୍କୁ ଆଖିରୁ ଲୁହ ଝରେ । ଖାଲି ସେତିକି ନୁହେଁ ବରଂ ଏତେ ବଡ଼ ବଳିଦାନ ପାଇଁ ଯବାନ ନିଜ ଦେଶ, ରାଜ୍ୟ ଓ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ପାତ୍ର ହୋଇଥାନ୍ତି । ଦେଶ ପାଇଁ ଜୀବନ ଦେଉଥିବା ଯବାନଙ୍କର ନିଜର ବି ଗୋଟେ ଛୋଟ ପରିବାର ଥାଏ । ଗୋଟେ ପୁଅ, ଭାଇ, ସ୍ଵାମୀ ଓ ବାପାକୁ ହରାଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡନ୍ତି ସତ କିନ୍ତୁ ଗର୍ବରେ ତାଙ୍କ ମସ୍ତକ ଉଚ୍ଚ ହୋଇଯାଏ ।

ତେବେ ଆଜି ଆମେ କହୁଛୁ ଦେଶ ସେବା ପାଇଁ ସେନାରେ ଭର୍ତ୍ତି ହୋଇଥିବା ଜଣେ ଯବାନ ପ୍ରତାପ ନିଆଲଙ୍କ କଥା । ଦେଶର ରକ୍ଷା ପାଇଁ ଯୋଗ ଦେଇଥିବାରୁ ପୁରା ଗାଁ ତାଙ୍କ ପାଇଁ ଗର୍ବ କରୁଥିଲା । ହେଲେ ପ୍ରତାପ ହଠାତ କ୍ୟାନ୍ସର ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ ଶେଷରେ ତାଙ୍କ ଜୀବନ ଚାଲି ଯାଇଥିଲା ।

ଆଉ ତାଙ୍କ ମୃ-ତ୍ୟୁ ପରେ ପୁରା ଗାଁରେ ଶୋକର ଛାୟା ଖେଳିଯାଇଛି । ବଲାଙ୍ଗୀର ବେଲପଡା ବ୍ଲକରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଯବାନଙ୍କ ମରଶରୀର ଗାଁରେ ପହଞ୍ଚିବା ପରେ ପୁରା ଗାଁରେ କାନ୍ଦବୋବାଳି ପଡିଥିଲା । ଉକ୍ତ ଯବାନଙ୍କ ସ୍ତ୍ରୀ କହିଛନ୍ତି କି, ତାଙ୍କ ପାଇଁ ଦେଶ ପାଇଁ କାମ କରୁଥିଲେ ତେଣୁ ସେ ଗର୍ବିତ ।

ସରକାର ତାଙ୍କ ଛୋଟ ଏବଂ ତାଙ୍କ ପାଇଁ କିଛି ସାହାଯ୍ୟ କଲେ ସେ ଉପକୃତ ହେବେ ବୋଲି କହିଛନ୍ତି । ତେବେ ଯବାନଙ୍କ ଆଗମନରେ ତାଙ୍କୁ ଶେଷ ସ୍ଵାଗତ ଜଣାଇବା ପାଇଁ ଗାଁ ଲୋକେ କଳସ ସ୍ଥାପନା କରିଥିଲେ ଓ ଗାର୍ଡ ଅଫ ଅନର ସହ ଶହୀଦ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।