ପ୍ରତିଦିନ ସକାଳେ ଖାଲି ପେଟରେ କଞ୍ଚା ରସୁଣ ଚୋବାଇ ଖାଇବା ଦ୍ଵାରା, ମିଳିଥାଏ ଏହି ୬ଟି ରୋଗରୁ ମୁକ୍ତି

ରସୁଣର ବ୍ୟବହାର ତ ଆମେ ସମସ୍ତେ କରିଥାଉ । ସାଧାରଣତଃ ଖାଦ୍ୟ ତିଆରି କରିବାରେ ଏହା ବ୍ୟବହାର ହୋଇଥାଏ । କିନ୍ତୁ ଆପଣଙ୍କୁ କଣ ଜଣାଅଛି କି ରସୁଣ ଏକ ଔଷଧୀ ଅଟେ । ଆର୍ଶ୍ଚର୍ଜ୍ୟ  ହେବାର କୌଣସି କଥା ନାହିଁ କାରଣ ରସୁଣ ଏକ ଆୟୁର୍ବେଦିକ ଔଷଧୀ ଅଟେ ଯାହାର ଔଷଧୀୟ ଗୁଣ କାରଣରୁ ଏହା ଆରମ୍ଭରୁ ଖାଦ୍ୟ ତିଆରି କରିବାରେ ବ୍ୟବହୃତ ହୋଇଥାଏ । କାରଣ ଏହା ଖାଦ୍ୟରେ ସ୍ଵାଦ ବି ବଢାଇ ଥାଏ ଓ ଆମକୁ ରୋଗମାନଙ୍କ ଠାରୁ ମଧ୍ୟ ଦୂରେଇ ରଖିଥାଏ । କଣ ଆପଣଙ୍କୁ ଜଣା ଅଛି କି ଯଦି ଆମେ ରସୁଣକୁ କଞ୍ଚା ଖାଇଥାଉ ଏମିତିରେ ଏହା ଆମ ଶରୀର ପାଇଁ ୧୦ଗୁଣ ଅଧିକ କାମ କରିଥାଏ ।

ଥଣ୍ଡା ଜ୍ଵରରୁ ଆରମ୍ଭ କରି କ୍ୟାନ୍ସର ଭଳି ଗମ୍ଭୀର ରୋଗମାନଙ୍କୁ ରସୁଣର ବ୍ୟବହାର କରି ଆମେ ଶେଷ କରି ପାରିବା । ଯଦି ଆପଣଙ୍କୁ ଜଣା ନାହିଁ ତେବେ ଆଜି ଆମେ ଏହି ୬ ଟି ରୋଗ ବିଷୟରର ଜଣାଇବୁ, ଯଦି ଆପଣ ସକାଳୁ ଖାଲି ପେଟରେ ରସୁଣ ଖାଆନ୍ତି ଆପଣଙ୍କ ଶରୀରରୁ ସେହି ରୋଗ ଭଲ ହୋଇଯିବ । ଯଦି ଆପଣ ୨-୩ ପାଖୁଡା ରସୁଣ କଞ୍ଚା ଚୋବାଇ ଖାଆନ୍ତି ତେବେ ଏହା ଅଧିକ ଲାଭକାରୀ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ସେହି ୬ ଟି ରୋଗ କଣ କଣ ?

ହୃଦରୋଗ

ରସୁଣ ହୁଦୟ ସମ୍ବନ୍ଧିତ ସମସ୍ୟାକୁ ଦୂର କରିଥାଏ । ରସୁଣ ଖାଇବା ଦ୍ଵାରା ଶରୀରରେ ରକ୍ତ ଜମାଟ ବାନ୍ଧେ ନାହିଁ ଓ ହାର୍ଟଆଟାକ ହେବାର ସମସ୍ୟା କମିଯାଇଥାଏ । ରସୁଣ ଓ ମହୁର ମିଶ୍ରଣକୁ ଖାଇବା ଦ୍ଵାରା ହୃଦୟକୁ ଯାଉଥିବା ଧମନୀରେ ଜମାଟ ବାନ୍ଧି ଥିବା ରକ୍ତ ବି ବାହାରି ଯାଇଥାଏ ଯାହା କାରଣରୁ ବ୍ଲଡ ସରକୁଲେସନ ଠିକ ଭାବରେ ହୋଇଥାଏ । ଏମିତିରେ ହୃଦୟ ସମ୍ବନ୍ଧିତ ଯେତେ ବି ରୋଗ ଭଲ ହୋଇଯାଇଥାଏ । ତେବେ ଆପଣଙ୍କୁ ଯଦି ହୃଦରୋଗ ଥାଏ ତେବେ ଆପଣ ସକାଳେ ଖାଲି ପେଟରେ ରସୁଣ ଚୋବାଇ ଖାଆନ୍ତୁ । ଏହା ଆପଣଙ୍କ ପାଇଁ ଲାଭକାରୀ ଅଟେ ।

ହାଇ ବ୍ଲଡପ୍ରେସର

ରସୁଣ ଖାଇବା ଦ୍ଵାରା ହାଇ ବ୍ଲଡପ୍ରେସରରେ ଆରାମ ମିଳିଥାଏ । ରସୁଣ ବ୍ଲଡ ସରକୁଲେସନକୁ କଣ୍ଟ୍ରୋଲ କରିବାରେ ବହୁତ ସାହାର୍ଯ୍ୟ କରିଥାଏ । ହାଇ ବ୍ଲଡପ୍ରେସର ଥିବା ରୋଗୀଙ୍କୁ ପ୍ରତିଦିନ ରସୁଣ ଖାଇବାକୁ କୁହାଯାଇଥାଏ । ଯଦି ଆପଣ ଏହାକୁ କଞ୍ଚା ସକାଳେ ଖାଲି ପେଟରେ ଚୋବାଇ ଖାଆନ୍ତି ତେବେ ଏହା ଅଧିକ ଲାଭ ଦେଇଥାଏ ।

ପେଟ ରୋଗ

ସବୁ ପ୍ରକାର ପେଟ ରୋଗ ଯେମିତି ଡାଇରିଆ, କୋଷ୍ଟ କାଠିନ୍ୟ ପାଇଁ ରସୁଣ ବହୁତ ଉପଯୋଗୀ ଅଟେ । ଏଥିପାଇଁ ଯଦି ଆପଣ ସକାଳେ ୨ ପାଖୁଡା ରସୁଣ କଞ୍ଚା ଚୋବାଇ ଖାଆନ୍ତି ତେବେ ଏହି ରୋଗରୁ ଆରାମ ମିଳିବ । କେବଳ ଏତିକି ନୁହେଁ ରସୁଣ ଆମ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ମଧ୍ୟ ବାହାର କରିଦେଇଥାଏ ।

ହଜମ ସମସ୍ୟା

ଆପଣଙ୍କର ଡାଇଜେଷ୍ଟିଭ ସିଷ୍ଟମରେ ଯଦି କୌଣସି ପ୍ରକାର ସମସ୍ୟା ଦେଖାଦିଏ ତେବେ ଆପଣ ସକାଳେ ଖାଲି ପେଟରେ କଞ୍ଚା ରସୁଣ ଚୋବାଇ ଖାଆନ୍ତୁ ଏଥିରୁ ଆପଣଙ୍କର ହଜମ ପ୍ରକ୍ରିୟା ଠିକ ରହିଥାଏ ଓ ଭୋକ ମଧ୍ୟ ବଢିଥାଏ ।

ଦାନ୍ତ ଦରଜ

ରସୁଣରେ ଆଣ୍ଟି ବ୍ୟାକ୍ଟେରିଆଲ ଓ ଦରଜ ନିବାରଣ ଗୁଣ ମିଳିଥାଏ । ଯଦି ଆପଣଙ୍କ ଦାନ୍ତରେ ଦରଜ ଥାଏ ତେବେ କଞ୍ଚା ରସୁଣକୁ ସେହି ଦାନ୍ତରେ ଚୋବାଇ ଖାଇଲେ ତୁରନ୍ତ ଦାନ୍ତ ଦରଜରୁ ଆରାମ ମିଳିଥାଏ ।

ଥଣ୍ଡା,ଜ୍ଵର

ଥଣ୍ଡା ଜ୍ଵରରେ ମଧ୍ୟ ଏହା ଆମକୁ ଆରମ ଦେଇଥାଏ । ରସୁଣ ନିଶ୍ଵାସ ସମ୍ବନ୍ଧୀୟ ରୋଗ ପାଇଁ ମଧ୍ୟ ଲାଭକାରୀ ଅଟେ । ଥଣ୍ଡା, ଜ୍ଵର, କାଶ, ଆଜ୍ମା , ନିମୋନିଆର ଚିକିଶ୍ଚାରେ ରସୁଣର ସେବନ କରିବା ପ୍ରାକୃତିକ ଔଷଧ ଭଳି କାମ କରିଥାଏ । ଯଦି ଆପଣ ଏହି ରୋଗମାନଙ୍କଠାରୁ ବଞ୍ଚିବାକୁ ଚାହୁଞ୍ଚନ୍ତି ତେବେ ପ୍ରତିଦିନ ସକାଳେ ୧-୨ ପାଖୁଡା କଞ୍ଚା ରସୁଣ ଚୋବାଇ ଖାଇବା ଦ୍ଵାରା ଏହି ରୋଗମାନଙ୍କ ଠାରୁ ଦୂରେଇ ରହିବେ ଓ ଯଦି ଆପଣଙ୍କୁ ଏହି ସବୁ ରୋଗ ଅଛି ତେବେ ବହୁତ ଶୀଘ୍ର ଆପଣଙ୍କୁ ଏଥିରୁ ଆରାମ ମିଳିବ ।

ଯଦି ଆପଣ ବା ଆପଣଙ୍କ ସମ୍ବନ୍ଧୀୟ ଏହି ରୋଗରେ ପୀଡିତ ତେବେ ଏହି ଲେଖାଟି ସେୟାର କରି ସମସ୍ତଙ୍କୁ ଜଣାନ୍ତୁ ଓ ଏମିତି ଅନେକ ସ୍ୱାସ୍ଥ୍ୟ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।