ଯଦି ଆପଣ ବି କାଟି ଦେଉଛନ୍ତି ନାକ ଚୁଟି, ତ ନିଶ୍ଚୟ ପଢନ୍ତୁ ଏହି ଖବର, ନ ହେଲେ ହେଇପାରେ କ୍ଷତି

ବର୍ତ୍ତମାନ ସମୟରେ ସମସ୍ତେ ପରସ୍ପର ଠାରୁ ଅଧିକ ସୁନ୍ଦର ଦେଖା ଯିବା ପାଇଁ ଚାହାନ୍ତି । ଏଥିପାଇଁ ସେମାନେ ସବୁ କିଛି କରିବାକୁ ପ୍ରସ୍ତୁତ ଥାଆନ୍ତି । ଯାହା ଦ୍ଵାରା ଜଣା ଅଜଣାତରେ ତାଙ୍କର ବହୁତ କ୍ଷତି ବି ହୋଇଯାଏ । ସୁନ୍ଦର ଦେଖା ଯିବା ପାଇଁ ଲୋକମାନେ ନିଜର ନାକ ଓ କାନର ଚୁଟିକୁ କାଟି ଦିଅନ୍ତି । ଖାସକରି ଝିଅମାନେ ନିଜର ଅଜାଗା ଚୁଟିକୁ କାଟିବା ପାଇଁ ପାର୍ଲର କିମ୍ବା ଘରେ ଟ୍ରିମର କିମ୍ବା କ୍ରୀମର ବ୍ୟବହାର କରିଥାନ୍ତି ।

ଏମିତିରେ ଆପଣ ଦେଖିଥିବେ କି କିଛି ଲୋକମାନଙ୍କର ନାକ ଓ କାନରେ ବହୁତ ଲମ୍ବା ଲମ୍ବା ଚୁଟି ଉଠିଥାଏ ଓ ଲୋକମାନେ ଏହାକୁ କାଟି ଦିଅନ୍ତି, ଯାହା ଦ୍ଵାରା ତାଙ୍କୁ ସମାଜରେ ଲଜ୍ଜିତ ହେବାକୁ ନ ପଡେ । କିନ୍ତୁ ଯଦି ଆପଣ ଏହି ଚୁଟି ବିଷୟରେ କିଛି ଖାସ କଥା ଜାଣିଯିବେ ତେବେ ବୋଧେ ଆପଣ ଏମିତି କରିବା ବନ୍ଦ କରିଦେବେ ।

ଆପଣଙ୍କୁ କହିଦେଉଛୁ କି ଲୋକମାନେ ଏହା ଭାବନ୍ତି କି ନାକର ଚୁଟି କୌଣସି କାମର ନୁହେଁ । ସେଥିପାଇଁ ଏହାକୁ କାଟି ଦିଅନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ନାକର ଚୁଟି ହେବାର ଲାଭ ବିଷୟରେ କହିବାକୁ ଯାଉଛୁ । ନାକରେ ଚୁଟି ରହିବାର ସବୁଠୁ ବଡ ଲାଭ ଏହା ଅଟେ କି ଯେତେବେଳେ ଆପଣ ପ୍ରଶ୍ଵାସ ନେଇ ଥାନ୍ତି ତେବେ ଆପଣଙ୍କର ନାକର ଚୁଟି ପବନରୁ ଅପରିଷ୍କାର, ଜୀବାଣୁ ଓ କୀଟାଣୁକୁ ଆପଣଙ୍କ ଶରୀର ଭିତରେ ପ୍ରବେଶ କରିବାକୁ ଦିଏ ନାହିଁ ।

ଏମିତିରେ ଯଦି ଆପଣ ନିଜର ନାକର ଚୁଟି କାଟି ଦିଅନ୍ତି ତେବେ ପବନରେ ଥିବା ଜୀବାଣୁ ଓ କୀଟାଣୁ ଆପଣଙ୍କ ଶରୀରରେ ପ୍ରବେଶ କରି ଯାଇଥାଏ । ଯେଉଁ କାରଣରୁ ଆପଣ କୌଣସି ବି ରୋଗର ଶିକାର ହୋଇଯାନ୍ତି । ଏହା ଦ୍ଵାରା ଆପଣଙ୍କୁ ଇନ୍ଫେକ୍ସନ ବି ହୋଇପାରେ ।

ଏମିତିରେ ଆପଣଙ୍କୁ କହିଦେଉଛୁ କି ଆପଣ ନିଜର ନାକର ଚୁଟିକୁ ପୂରାପୂରି କାଟି ଦିଅନ୍ତୁ ନାହିଁ, ଏମିତିରେ ଯଦି ଆପଣଙ୍କର ନାକର ଚୁଟି ଅଧିକ ଲମ୍ବା ହୋଇ ଯାଇଛି ଓ ନାକରୁ ବାହାରକୁ ବାହାରି ଯାଉଛି, ତେବେ ଆପଣ ବାହାରେ ଥିବା ଚୁଟିକୁ କାଟି ଦିଅନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।