କଣ ପାଇଁ ଆତ୍ମହତ୍ୟା କଲେ ଜାଣିନୁ… ‘ BJB College ରେ ଯୁକ୍ତ ତିନି ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ କିଛି ଏମିତି କହିଲେ ଅଧ୍ୟାପିକା

ଭୁବନେଶ୍ବର ବିଜେପି କଲେଜର ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଜଣାପଡିବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଛାତ୍ରୀ ଜଣଙ୍କ ନାମ ହେଉଛି ରୁଚିକା ମହାନ୍ତି । ସେ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀ ଥିଲେ । କଟକ ଜିଲ୍ଲା କଖଡିରେ ତାଙ୍କ ଘର ବୋଲି ଜଣାପଡିଛି । ରୁଚିକା ବିଜେପି କଲେଜରେ ଇତିହାସ ଅନର୍ସ ରେ ପଢୁଥିଲେ  । କିନ୍ତୁ ଆଜି ସନ୍ଦେହଜନକ ଭାବେ ତାଙ୍କ ମୃତଦେହ ମିଳିଛି ।

ସବୁଦିନ ଭଳି ଆଜି ବି ରୁଚିକାଙ୍କ ବ୍ୟବହାର ସ୍ଵାଭାବିକ ଥିଲା ଓ ସେ କୌଣସି ବିଷୟକୁ ନେଇ ଚିନ୍ତିତ ଜଣା ପଡୁ ନଥିଲେ ବୋଲି ତାଙ୍କ ରୁମ୍ ରେ ରହୁଥିବା ଅନ୍ୟ ଛାତ୍ରୀମାନେ କହିଛନ୍ତି । ଏନେଇ ବିଜେବି କଲେଜର ଜଣେ ଅଧ୍ୟାପିକା ମନ୍ତବ୍ୟ ଦେଇଛନ୍ତି । ତାଙ୍କ କହିବା ଅନୁଯାୟୀ ରୁଚିକାଙ୍କ ସହ ଛାତ୍ରୀମାନେ କ୍ଳାସ କରିବାକୁ ଯାଇଥିବା ବେଳେ ରୁଚିକ ଏକାକୀ ରୁମ୍ ରେ ଥିଲେ । ଆଜି ଦ୍ଵିପ୍ରହର ପର୍ଯ୍ୟନ୍ତ କିନ୍ତୁ ରୁଚିକାଙ୍କ ରୁମ୍ ବନ୍ଦ ଥିଲା । ଏହା ଦେଖି ତାଙ୍କୁ ଯେତେ ଯିଏ ଡାକିଲେ ମଧ୍ୟ ସେ ଶୁଣି ନଥିଲେ ।

ତେଣୁ ଛାତ୍ରୀମାନେ ବ୍ୟସ୍ତ ହୋଇ ହଷ୍ଟେଲ ୱାର୍ଡେନଙ୍କୁ ଏକଥା ଜଣାଇଥିଲେ । ତା’ପରେ ସେମାନେ ସୁପରିଟେଡେଣ୍ଟଙ୍କୁ ଏକଥା ଜଣାଇଥିଲେ । ସମସ୍ତେ ଆସି ଯେତେ ଡାକିଲେ ମଧ୍ୟ ରୁଚିକା କବାଟ ଖୋଲି ନଥିଲେ । ସମସ୍ତେ ଖୁବ ଚିନ୍ତାରେ ପଡି ଯାଇଥିଲେ । ଏଥିପାଇଁ ସେମାନେ କାଳେ କିଛି ହୋଇଥିବ ଭାବି ଆମ୍ବୁଲାନ୍ସ ମଧ୍ୟ ଡକେଇ ରେଡି ରଖିଥିଲେ । କିଛି ଛାତ୍ରୀ ସ୍କାଏଲାଇଟ ବାଟେ ରୁଚିକାଙ୍କୁ ଦେଖିବାକୁ ଚେଷ୍ଟା କରିଥିଲେ ।

ରୁଚିକା ଖଟ ଉପରେ ପେଟେଇକି ପଡିଛନ୍ତି ଆଉ ତାଙ୍କ ଶରୀର ବିଲକୁଲ ମଧ୍ୟ ସ୍ଵାଭାବିକ ଲାଗୁ ନାହିଁ ବୋଲି ଦେଖିବାକୁ ମିଳିଥିଲା । ଏହାପରେ ପୋଲିସକୁ ଖବର ଦିଆ ଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ସମସ୍ତଙ୍କ ଉପସ୍ଥିତିରେ ଶାବଳରେ କବାଟ ଭାଙ୍ଗି ରୁଚିକାଅଙ୍କ ରୁମ୍ ରେ ପ୍ରବେଶ କରିଥିଲା ପୋଲିସ । ରୁଚିକାଙ୍କୁ ମେଡିକାଲ ନେବା ପାଇଁ ପୂର୍ବରୁ ଆମ୍ବୁଲାନ୍ସ ପ୍ରସ୍ତୁତ ଥିଲା, କିନ୍ତୁ ଏହା ପୂର୍ବରୁ ହିଁ ରୁଚିକା ମୃତ୍ୟୁବରଣ କରି ସାରିଥିଲେ ।

ତାଙ୍କ ହାତ ଓ ଓଠ ନୀଳ ପଡି ଯାଇଥିଲା । ତେଣୁ ରୁଚିକା କିଛି ଖାଇ ଆତ୍ମହତୟଆ କରିଥିବା ସନ୍ଦେହ କରାଯାଉଛି । ତେବେ ରିପୋର୍ଟ ଆସିବା ପରେ ଯାଇ ରୁଚିକାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ । ଏଯାଏଁ ସେମାନେ ରୁଚିକାଙ୍କ ଆତ୍ମହତୟଆ କରିବା ପଛର କୌଣସି କାରଣ ଜାଣି ନାହାନ୍ତି ବୋଲି କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।