ଦାନ୍ତ ପୋକ ଖାଉଛି କି ? ଜାଣନ୍ତୁ କେମିତି କରିବେ ଚିକିତ୍ସା- Dr Pritish Patnaik

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟତ ଅଧିକାଂଶ ଲୋକ ମାନଙ୍କର କମ ବୟସରୁ ହିଁ ଦାନ୍ତ ଜନିତ ସମସ୍ଯା ଦେଖା ଯାଇଛି । ଦାନ୍ତ ପୋକ ଖାଇବା ଦ୍ଵାରା ଆମକୁ ଖାଦ୍ୟ ଚୋବାଇବାରେ ଅସୁବିଧା ହୋଇଥାଏ ଓ ଆମ ଦାନ୍ତରେ ବହୁତ କଷ୍ଟ ଅନୁଭବ ହୋଇଥାଏ ।

ଆମ ମାନଙ୍କ ଦାନ୍ତ ସାଧାରଣ ଆବଡାଖାବଡା ହୋଇ ରହିଥାଏ । ଆମ ଦାନ୍ତ ଅଧିକ ସମୟ ଯାଏଁ ଖାଦ୍ଯ ପଦାର୍ଥ ଲାଗି ରହିଲେ ଯାହା ଦ୍ଵାରା ଦନ୍ତରେ ବ୍ୟାକ୍ଟେରିୟା ଜମାଟ ବାନ୍ଧି ଥାଏ । ଏହା ପରେ ଧୀରେ ଧୀରେ ଦାନ୍ତରେ ଛୋଟ କଣା ସୃଷ୍ଟି ହୋଇଥାଏ । ସେହି ସମୟରେ ଜଣାପଡି ଥାଏ ଯେ ଦାନ୍ତରେ ପୋକ ଖାଇ ଯାଇଛି । ଯେଉଁ ମାନେ ଅଧିକ ମିଠା ଜାତୀୟ ଖାଦ୍ଯ ଖାଇଥାନ୍ତି ଠିକ ଭାବେ ଦାନ୍ତ ସଫା କରନ୍ତି ନାହି ସେହି ମାନଙ୍କ ଠାରେ ଏହି ଭଳି ସମସ୍ଯା ଦେଖାଯାଏ ।

ପିଲା ମାନେ ଅଧିକାଂଶ ଚକଲେଟ ଆଦି ମିଠା ଜିନିଷ ଖାଇବାକୁ ଭଲ ପାଆନ୍ତି । ସେମାନେ ନିଜ ଦାନ୍ତର ଠିକ ଭାବେ ଯତ୍ନ ନିଅନ୍ତି ନାହି । ଏହି କାରଣ ହେତୁ ପିଲା ମାନଙ୍କର କମ ବୟସରେ ଦାନ୍ତ ପୋକ ଖାଇ ଯାଇଥାଏ । ଦାନ୍ତ ପୋକ ଖାଇବା କିଛି ବିଶେଷ ଲକ୍ଷଣ ରହିଛି । ପ୍ରଥମେ ଦାନ୍ତ ରଙ୍ଗ ବଦଳି ଥାଏ । ଏହା ପରେ ଦାନ୍ତର ରଙ୍ଗ ହଳଦିଆ ହେବ ପରେ ଧୀରେ ଧୀରେ କଳା ପଡିଯାଏ ।

ଏହା ପରେ ଦାନ୍ତରେ ଧୀରେ ଧୀରେ କଣା ସୃଷ୍ଟି ହୋଇଥାଏ । ଏହି ସବୁ ହେଉଛି ଦାନ୍ତ କଣା ହେବାର କିଛି ବିଶେଷ ଲକ୍ଷଣ ଯାହାକୁ ଆପଣ ମାନେ ଧ୍ୟାନ ଦେବା ଉଚିତ । ଦାନ୍ତ ବିନ୍ଧିବାର କିଛି ବିଶେଷ ଚିକିତ୍ସା ରହିଛି । ଯଦି ଆପଣ ମାନଙ୍କୁ ଦାନ୍ତ ବିନ୍ଧା ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ।

ଡାକ୍ତର ମାନେ ପ୍ରଥମେ ଦାନ୍ତର ଏକ୍ସ-ରେ କରନ୍ତି । ଏହା ପରେ ଦାନ୍ତର ଖରାପ ହେବାର ମୁଖ୍ୟ କାରଣ ଜଣା ପଡିଥାଏ । ଯଦି ଦାନ୍ତ କଣା ହୋଇଥାଏ ତେବେ ଦାନ୍ତର ଫିଲିଙ୍ଗ କରାଯାଏ । ଯଦି ଦାନ୍ତରେ କ୍ୟାବିଟି ଥିବ ତେବେ ଡାକ୍ତର ମାନେ କ୍ୟାବିଟିକୁ ବାହାର କରି ଦିଅନ୍ତି । ଦାନ୍ତକୁ ସୁରକ୍ଷିତ ରଖିବା ନିହାତି ଆବଶ୍ୟକ ଅଟେ । ପ୍ରତିଦିନ ଦୁଇ ତାହାର ଦାନ୍ତ ସଫା କରିବା ଉଚିତ । ସକାଳେ ଓ ରାତିରେ ବ୍ରସ କରିବା ଉଚିତ ଛୋଟ ପିଲା ହେଉ ବା ଅନ୍ୟ କେହି ହୁଅନ୍ତୁ କରିବା ଉଚିତ ।

ଏପରି କରିବା ଦ୍ଵାରା ଆମ ଦାନ୍ତରେ ଥିବା ସବୁ ଜୀବାଣୁ ନଷ୍ଟ ହୋଇଥାନ୍ତି । ଭୋଜନ କରିବା ପରେ ଭଲ ଭାବେ ମୁହଁକୁ ଧୋଇବା ଉଚିତ । ଦାନ୍ତ ସଫା କରିବା ସହ ଜିଭକୁ ମଧ୍ୟ ଭଲ ଭାବେ ସଫା କରିବା ଉଚିତ । କାରଣ ଅଧିକାଂଶ ବ୍ୟାକ୍ଟେରିୟା ଜିଭରେ ଲାଗି ରହିଥାଏ । ତେଣୁ ଆମକୁ ଉଭୟ ଦାନ୍ତ ଓ ଜିଭର ଯତ୍ନ ନେବା ଉଚିତ ।

ଅଧିକ ମିଠା ଜାତୀୟ ଖାଦ୍ଯର ସେବନ କରିବା ଅନୁଚିତ ଅଟେ । ଏହା ଛଡା ଲବଙ୍ଗ ତେଲର ବ୍ୟବହାର କରିବା ଉଚିତ । କେବେ ବି ଭୁଲରେ ଦାନ୍ତ ବିନ୍ଧା ହେଉଥିଲେ ବା ପୋକ ଖାଇଥିଲେ ଅମୃତାଞ୍ଜନ ବା ସେକ ଦେବା ଉଚିତ ନୁହେ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।