ଆଜି କମିଲା ସୁନା ଚାନ୍ଦି ରେଟ, ଜାଣନ୍ତୁ କେତେ ଟଙ୍କା ହେଲା ଶସ୍ତା

ଲକଡାଉନ ୩.୦ କାରଣରୁ ସୁନା ଚାନ୍ଦିର ଚାହିଦା କମିଛି । ଚାହିଦା କମିବା କାରଣରୁ ଆଜି ସୁନା ଚାନ୍ଦିର ମୂଲ୍ଯରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୁନା ୧୭୦ ଟଙ୍କା ଶସ୍ତା ହୋଇ ଏବେ ୪୫୭୪୫ ଟଙ୍କା ପ୍ରତି ୧୦ ଗ୍ରାମରେ ପହଞ୍ଚିଛି । ଯେତେବେଳେ କି ସୋମବାର ଦିନ ଏହା ୧୮୦ ଟଙ୍କା ବଢି ୪୫୯୧୩ ଟଙ୍କା ପ୍ରତି ୧୦ ଗ୍ରାମରେ ପହଞ୍ଚିଛି । ସେଇଠି ଚାନ୍ଦିର ମୂଲ୍ଯ ବି ହ୍ରାସ ପାଇବାକୁ ଲାଗିଛି । ଆଜି ବି ଚାନ୍ଦି ୫୯୦ ଟଙ୍କା ଶସ୍ତା ହୋଇଛି । ଏହା ପୂର୍ବରୁ ଚାନ୍ଦି ସୋମବାର ଦିନ ୯୦୦ ଟଙ୍କା ପ୍ରତି କିଲୋ ଶସ୍ତା ହୋଇଥିଲା ।

ଏହି କାରଣରୁ ଶସ୍ତା ହେଲା ସୁନା ଚାନ୍ଦି

ବିଦେଶରେ କମ୍ଜୋର ସ୍ଥିତି ଯୋଗୁ ବ୍ୟବସାୟୀ ମାନେ ନିଜ ଜମା କାରୋବାରରେ ହ୍ରାସ କରିଛନ୍ତି । ଯେଉଁ କାରଣରୁ ମଙ୍ଗଳବାର ଦିନ ଫ୍ୟୁଚର ବାଣିଜ୍ୟରେ ସୁନା ମୂଲ୍ୟ 0.88 ପ୍ରତିଶତ ହ୍ରାସ ହୋଇ ୪୫୪୦୫ ଟଙ୍କା ପ୍ରତି ୧୦ ଗ୍ରାମ ହୋଇ ଯାଇଛି । MCX ରେ ଜୁନ୍ ଡେଲିଭରି ବାଲା ଅନୁବନ୍ଧର ଦାମ ୪୦୨ ଟଙ୍କା ଅର୍ଥାତ ୦.୮୮ ପ୍ରତିଶତ ହ୍ରାସ ପାଇବା ସହିତ ୪୫୪୦୫ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି, ଯେଉଁଥିରେ ୧୩,୫୭୪ ଲଟ ପାଇଁ କାରୋବାର ହୋଇଥିଲା ।

ଅଗଷ୍ଟ ମାସରେ ଡେଲିଭରି ବାଲା ସୁନା ଅନୁବନ୍ଧର ଦାମ ୩୭୮ ଟଙ୍କା ଅର୍ଥାତ ୦.୮୨ ପ୍ରତିଶତ ହ୍ରାସ ପାଇବା ସହିତ ୪୫୬୪୦ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି, ଯେଉଁଥିରେ ୨୨୩୩ ଲଟ ପାଇଁ କାରୋବାର ହୋଇଥିଲା । ବିଶ୍ଵ ସ୍ତରରେ ନ୍ୟୁୟର୍କ ରେ ସୁନା ୦.୭୫ ପ୍ରତିଶତ ହ୍ରାସ ପାଇବା ସହିତ ୧,୭୦୦,୪୦ ଡଲାର ପ୍ରତି ଔନ୍ସ ରହିଛି ।

ମଙ୍ଗଳବାର ଦିନ ରୂପାର ଦାମ ୧୬୫ ଟଙ୍କା ହ୍ରାସ ପାଇ ୪୧,୦୭୯ ଟଙ୍କା ପ୍ରତି କିଗ୍ରା ରହିଛି । MCX ରେ ଚାନ୍ଦିରେ ଜୁଲାଇ ମାସରେ ଡେଲିଭରି ବାଲା ଅନୁବନ୍ଧ ର ଦାମ ୧୬୫ ଟଙ୍କା ଅର୍ଥାତ ୦.୪ ପ୍ରତିଶତ ହ୍ରାସ ପାଇ ୪୧,୦୭୯ ପ୍ରତି କିଗ୍ରା ରହିଛି ।