ନିଆରା ବିବାହ ! କମ୍ ବୟସରୁ ସ୍ଵାମୀକୁ ହରାଇ ବିଧବା ହୋଇଥିଲା ଝିଅ, ମଥାରେ ସିନ୍ଦୂର ଦେଇ ଘରକୁ ବୋହୂ କରି ଆଣିଲେ ଯୁବକ, ଦେଖନ୍ତୁ video

ପୁଅ ପାଇଁ ବାପା ଘରକୁ ନେଇ ଆସିଲେ ବିଧବା ବୋହୂ । ବିଧବା କନ୍ୟାଙ୍କୁ ବଧୂ ବେଶରେ ସଜେଇ ବାହା ହେଲେ ପୁଅ । ଜଣେ ବିଧବାଙ୍କୁ ସଧବାର ଉପହାର ଦେଇଛନ୍ତି ଏହି ବାପା । ଯୌବନାବସ୍ଥାରେ ବିଧବା ହୋଇଯିବା କଷ୍ଟ କଣ ତାକୁ ସେ ଅନୁଭବ କରି ପାରିଥିଲେ । ସେଥିପାଇଁ ସେହି ବିଧବା କନ୍ୟା ହାତରେ ନିଜ ପୁଅକୁ ଟେକି ଦେଇଛନ୍ତି । ଏମିତି ଏକ ସୁନ୍ଦର ଉଦାହରଣ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁରର ଚନ୍ଦ୍ରାଦେଇପୁରରେ ।

ବ୍ରାହ୍ମଣଙ୍କ ମନ୍ତ୍ର ଓ ପରିଜନଙ୍କ ସହଯୋଗ ବ୍ଯତୀତ ଏହି ବାହାଘରରେ ଯୌତୁକ କି ଜାତକ କିଛି ବି ଦରକର ପଡିନି । ଚନ୍ଦ୍ରାଦେଇପୁରର ବିମ୍ବାଧର କରଙ୍କ ପୁଅ ଅମୂଲ୍ୟ କୁମାର କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳର ପୁହାଳ ଗ୍ରାମର ଅକ୍ଷୟ ପରିଡାଙ୍କ ବିଧବା ଝିଅ ଅନୁସୂୟାଙ୍କୁ ବୈଦିକ ରୀତିନୀତିରେ ବିବାହ କରିଛନ୍ତି । 2016ରେ ସାଲେପୁରରେ ବାହା ହୋଇଥିଲେ ଅନୁସୂୟା । ହେଲେ କରୋନାରେ ସ୍ଵାମୀଙ୍କର ମୃତ୍ୟୁ ହୋଇ ଯାଇଯିବା ପରେ ବାପଘରେ ଆସି ରହୁଥିଲେ ଅନୁସୂୟା ।

ଏଭଳି ଖବର ପାଇବା ପରେ ଅମୂଲ୍ୟ ଅନୁସୂୟାଙ୍କୁ ବାହା ହେବା ପାଇଁ କହିଥିଲେ ଓ ଉଭୟ ପରିବାରକୁ ରାଜି କରାଇଥିଲେ । ସମାଜରେ ବେସାହାରା ହୋଇ ଯାଇଥିବା ବିଧବାଙ୍କୁ କିପରି ସାହାର ଦେଇ ହେବ ସେନେଇ ପ୍ରଚେଷ୍ଟା ଜାରି ରଖିଛନ୍ତି ଅମୂଲ୍ୟ । ସେଥିପାଇଁ ନିଜେ ବ୍ରାହ୍ମଣ ଘରର ପୁଅ ହୋଇ ଖଣ୍ଡାୟତ ଘରର ଜଣେ ବିଧବା କନ୍ୟାଙ୍କୁ ବିବାହ କରିଛନ୍ତି ।

ଅନୁସୂୟାଙ୍କୁ ବାହା ହୋଇ ଅମୂଲ୍ୟ ବେଶ ଖୁସି ଅଛନ୍ତି । ତାଙ୍କର ଏଭଳି ସିଦ୍ଧାନ୍ତକୁ ନେଇ ସାଧାରଣରେ ଅନେକ ଲୋକ ପ୍ରଶ୍ନ ଉଠାଉଥିବା ବେଳେ ଅମୂଲ୍ୟ କିନ୍ତୁ ନିଜ ନିଷ୍ପତ୍ତିରେ ବେଶ ଖୁସି ଥିବା କହିଛନ୍ତି । ଉଭୟଙ୍କ ପରିବାରର ସହମତି ଏବଂ ସଂପୂର୍ଣ୍ଣ ବୈଦିକ ରୀତିନୀତିରେ ଏହି ବିବାହ କରିଛନ୍ତି ଅମୂଲ୍ୟ । ଆମ ସମାଜ ଏବେବି ବିଧବା ମାନଙ୍କୁ ଅଶୁଭ ମାନୁଥିବା ବେଳେ ଅମୂଲ୍ୟ ଅନୁସୂୟାଙ୍କୁ ବିବାହ କରି ଏକ ବଡ ଉଦାହରଣ ସୃଷ୍ଟି କରିଛନ୍ତି ।

ଉଭୟ ଅନୁସୂୟା ଓ ଅମୂଲ୍ୟ ଏନେଇ ବେଶ ଖୁସି ଥିବା କହିଛନ୍ତି । ଉଭୟଙ୍କ ପରିବାର ମଧ୍ୟ ଏହି ବିବାହରେ ସନ୍ତୁଷ୍ଟ ଥିବା କହିଛନ୍ତି । ତେବେ ଆଗକୁ ଅମୂଲ୍ୟ ଓ ଅନୁସୂୟାଙ୍କ ଜୀବନ ସୁଖମୟ ହେଉ ବୋଲି ଆମର କାମନା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।