ଜାଣନ୍ତୁ କେମିତି କଳାରଙ୍ଗର ସୂତା ଆପଣଙ୍କୁ କରିଦେବ ମାଲାମାଲ, ବର୍ଷିବ ମା ଲକ୍ଷ୍ମୀଙ୍କର କୃପା

କଳା ରଙ୍ଗକୁ ହିନ୍ଦୁ ଧର୍ମରେ ବହୁତ ଅଶୁଭ ବୋଲି କୁହାଯାଏ । ସେଥିପାଇଁ ଗୁରୁଜନମାନେ କୌଣସି ବି ଶୁଭ କାର୍ଯ୍ୟରେ କଳା ରଙ୍ଗର କପଡା ପିନ୍ଧନ୍ତି ନାହିଁ । କିନ୍ତୁ ଯେତେବେଳେ ଖରାପ ନଜରର କଥା ଆସେ ତେବେ ଏଥିରୁ ବଞ୍ଚିବା ପାଇଁ କଳା ରଙ୍ଗ ହିଁ ବ୍ୟବହାର କରାଯାଏ ।

ଯଦି ଘରେ କୌଣସି ଛୋଟ ପିଲା ଥାଏ ତେବେ ତାହାକୁ ଖରାପ ନଜରରୁ ବଞ୍ଚାଇବା ପାଇଁ କଳା ରଙ୍ଗର ସୂତାରେ ତାବିଜ ବାନ୍ଧି କରି ପିନ୍ଧାଇ ଦିଆଯାଇଥାଏ । କଳା ରଙ୍ଗର କାଜଲ ବି ଲଗାନ୍ତି । ଅନ୍ୟ ପଟେ କିଛି ଲୋକମାନେ ନିଜର ଗୋଟିଏ ଗୋଡରେ କଳା ରଙ୍ଗର ସୂତା ବାନ୍ଧିଥାନ୍ତି ।

କହିବାକୁ ଗଲେ କଳା ରଙ୍ଗ କେବଳ ଆପଣଙ୍କୁ ଖରାପ ନଜରୁ ବଞ୍ଚାଇ ନ ଥାଏ, ଯଦି ଆପଣ ଏହି ଉପାୟକୁ କରୁଛନ୍ତି ତେବେ ସଫଳତା ଆପଣଙ୍କ ପାଦ ଛୁଇଁବ । ଆପଣଙ୍କୁ କହି ଦେଉଛୁ କି କଳା ସୂତା କୌଣସି ବ୍ୟକ୍ତିକୁ ଖରାପ ନଜରରୁ ତ ବଞ୍ଚାଇ ଥାଏ ଏହା ସହିତ ଏହା ବ୍ୟକ୍ତିକୁ ମାଲାମଲ ବି କରି ଦେଇଥାଏ । ଯଦି ଆପଣ ଏହି ଉପାୟକୁ କରୁଛନ୍ତି ତେବେ ମାତା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ସର୍ବଦା ରହିବ ।

ଉପାୟ –

ଏକ କଳା ରଙ୍ଗର ସୂତା ଆଣି ମଙ୍ଗଳବାର କିମ୍ବା ଶନିବାର ଦିନ ହନୁମାନ ମନ୍ଦିରକୁ ନେଇ ଯାଆନ୍ତୁ ଓ ସୂତାରେ ଛୋଟ ଛୋଟ ଗଣ୍ଠି ବାନ୍ଧି ନିଅନ୍ତୁ । ଏହା ପରେ ଏହି ସୂତାକୁ ହନୁମାନଙ୍କର ଗୋଡରେ ଚଢାନ୍ତୁ ଏବଂ ତାଙ୍କ ଗୋଡର ସିନ୍ଦୁରକୁ ଏହି ସୂତା ଉପରେ ଲଗାନ୍ତୁ । ଏହା ପରେ ଏହି ସୂତାକୁ ଘରର ମୁଖ୍ୟ ଦ୍ଵାରରେ କିମ୍ବା ତିଜୋରିରେ ବାନ୍ଧି ଦିଅନ୍ତୁ । ଏହା କରିବା ଦ୍ଵାରା ଆପଣ ଜଲ୍ଦି ମାଲାମାଲ ହୋଇଯିବେ ।

ଯଦି ଆପଣ ଘରର ମୁଖ୍ୟ ଦ୍ଵାରରେ କଳା ସୂତା ବାନ୍ଧୁଛନ୍ତି ତେବେ ଏହା ଆପଣଙ୍କ ଘରକୁ ଖରାପ ନଜରରୁ ବଞ୍ଚାଇ ଥାଏ ଓ ଭିନ୍ନ ଭିନ୍ନ ସମସ୍ୟାରୁ ବି ରକ୍ଷା କରିଥାଏ ।

କହିଦେଉଛୁ କି ଯଦି ବୈଜ୍ଞାନିକମାନଙ୍କ କଥାକୁ ମାନିବେ ତ କଳା ସୂତା ଖରାପ ନଜର ଓ ପବନକୁ ଅବଶୋଷିତ କରି ନେଇ ଥାଏ । ଯେଉଁ କାରଣରୁ ଏହାର ପ୍ରଭାବ ଶରୀର ଉପରେ ପଡେ ନାହିଁ । ଏହା ଛଡା କଳା ସୂତା ଶନିଙ୍କର ପ୍ରକୋପରୁ ବି ବଞ୍ଚାଇଥାଏ ।