ସୁଷ୍ମିତା ସେନଙ୍କ ଠାରୁ ସମସ୍ତ ମାତା ପିତାଙ୍କୁ ଶିଖିବା ଦରକାର ପିଲାମାନଙ୍କର ଲାଳନ ପାଳନ କରିବାର ଏହି ୬ ଟି ଗୁଣ

ପିଲାମାନଙ୍କର ଲାଳନ ପାଳନ କରିବା କୌଣସି ସହଜ କାମ ନୁହେଁ । ପିଲାମାନଙ୍କର ଭବିଷ୍ୟତକୁ ଉଜ୍ୱଲ କରିବା ଓ ତାଙ୍କୁ ମାନସିକ ରୂପରେ ଖୁସିରେ ରଖିବା, ଏହା ଛଡା ବହୁତ ଜିନିଷ ପ୍ରତି ଧ୍ୟାନ ରଖିବାକୁ ପଡିଥାଏ । ଏମିତିରେ ଆଜି ଆମେ ଆପଣଙ୍କୁ ବଲୀଉଡର ଅଭିନେତ୍ରୀ ସୁଷ୍ମିତା ସେନଙ୍କର କିଛି ଖାସ ପେରେଂଟିଂଗ ଟିପ୍ସ ବିଷୟରେ କହିବାକୁ ଯାଉଛୁ । ସୁଷ୍ମିତା ସେନ ଏକ ସିଂଗଲ ପ୍ୟାରେଣ୍ଟ ଅଟନ୍ତି ।

ସେ ବିବାହ କରି ନାହାନ୍ତି କିନ୍ତୁ ଦୁଇଟି ପିଲାଙ୍କୁ ଗୋଦ ନେଇଛନ୍ତି । ସୁଷ୍ମିତା ସିଂଗଲ ପ୍ୟାରେଣ୍ଟ ହେବା ସତ୍ବେ ବି ସେ ନିଜର ପିଲାମାନଙ୍କର ଲାଳନ ପାଳନ ବହୁତ ଭଲ ଭାବରେ କରିଥାନ୍ତି ।

ପିଲାମାନଙ୍କ ସହ ସବୁବେଳେ ବିଶ୍ୱସନୀୟ ରୁହନ୍ତୁ

ପିଲାମାନଙ୍କ ମାମଲାରେ ସବୁବେଳେ ଆନେସ୍ଟୀ (ବିଶ୍ୱସନୀୟ) ରୁହନ୍ତୁ । ପିଲାମାନେ ଯେତେବେଳେ ଯାହା ବି ପ୍ରଶ୍ନ ପଚାରୁଛନ୍ତି ତେବେ ତାଙ୍କୁ ମିଛ ନ କହି ତାଙ୍କୁ ସତ ବିଷୟରେ ଅବଗତ କରାନ୍ତୁ । ସୁଷ୍ମିତା ଏକ ଉଦାହରଣ ଦେଇ କହିଥିଲେ କି “ଥରେ ତାଙ୍କର ଝିଅ ରେନୀ ସ୍କୁଲରୁ ଆସି ପଚାରିବାକୁ ଲାଗିଲା କି ତାର ପିତା କିଏ ? ଏମିତିରେ ମୁଁ ଭଗବାନ ଶିବଙ୍କର ଶିବଲିଙ୍ଗ ତରଫରୁ ଇଶାରା କରି କହିଲି କି ‘ଏ ହେଉଛନ୍ତି ତୁମର ପିତା’ ।

ମସ୍ତି ଓ ମଜା ବି ଜରୁରୀ ଅଟେ

ଜୀବନରେ ଯେତିକି ଡିସିପ୍ଲିନ ଜରୂରୀ ଅଟେ ସେତିକି ମସ୍ତି ବି ଜରୁରୀ ଅଟେ । ଯେଉଁଠି ପିଲାମାନଙ୍କ ସହ ଶକ୍ତ ହେବାର ଅଛି ତେବେ ସେଠି ହୁଅନ୍ତୁ କିନ୍ତୁ ଯେଉଁଠି ପିଲାମାନଙ୍କ ସହ ମସ୍ତି ଓ ମଜା କରିବାର ଅଛି ତେବେ ସେଠି ମଜା କରନ୍ତୁ । ସୁଷ୍ମିତା କହିଲେ କି ସେ ପ୍ରଥମେ ଏକ ସଖ୍ତ ମା ଥିଲେ କିନ୍ତୁ ପରେ ସେ ଲଭେଳୀ ମା ହୋଇଗଲେ ।

କେବେ ବି ହାର ମାନନ୍ତୁ ନାହିଁ

ସୁଷ୍ମିତା କୁହନ୍ତି କି ପିଲାମାନଙ୍କୁ ବଡ କରିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ କରିବାକୁ ପଡିଥାଏ । ଯେପରି କି ଟଙ୍କାର ଅସୁବିଧା, ଖରାପ ସ୍ୱାସ୍ଥ୍ୟ ଇତ୍ୟାଦି । କିନ୍ତୁ ଆପଣଙ୍କୁ ସବୁ ପରିସ୍ଥିତିରେ ଏହି ସମସ୍ତ ସମସ୍ୟାକୁ ସାମନା କରିବାକୁ ପଡିବ । ସବୁ ସମସ୍ୟାର ଏକ ସମଧାନ ନିଶ୍ଚିତ ଥାଏ ।

ଜ୍ଞାନ ସବୁଠୁ ବଡ ପୁଞ୍ଜି

ସୁଷ୍ମିତାଙ୍କର କହିବା ଅଟେ କି ଜୀବନର ଯୁଧ୍ୟକୁ ଜିତିବା ପାଇଁ ଜ୍ଞାନ ସବୁଠୁ ବଡ ଅସ୍ତ୍ର ଅଟେ । ସେଥିପାଇଁ ପିଲାମାନଙ୍କୁ ସବୁବେଳେ ପଢିବା ପାଇଁ ପ୍ରୋତ୍ସାହିତ କରନ୍ତୁ ।

ପିଲାମାନଙ୍କୁ ସ୍ଵପ୍ନ ଦେଖିବାକୁ ଦିଅନ୍ତୁ

କେତେକ ମାତା ପିତା ନିଜର ସ୍ଵପ୍ନକୁ ପିଲାମାନଙ୍କ ଉପରେ ନଦି ଦିଅନ୍ତି । କିନ୍ତୁ କହିବାକୁ ଗଲେ ପିଲାମାନଙ୍କୁ ନିଜ ପସନ୍ଦ ହିସାବରେ ହିଁ ନିଜର କ୍ୟାରିୟର ବାଛିବାକୁ ଦିଅନ୍ତୁ । ତାଙ୍କୁ କେବେ ବି ସ୍ଵପ୍ନ ଦେଖିବାକୁ ମନା କରନ୍ତୁ ନାହିଁ । ସେ ବଡ ସ୍ଵପ୍ନ ଦେଖିଲେ ହିଁ ଜୀବନରେ କିଛି ବଡ କରିବେ । ତାଙ୍କୁ ସବୁବେଳେ ସପୋର୍ଟ କରନ୍ତୁ ।

ଆପଣ ଏକା ବି ବହୁତ ଅଟନ୍ତି

ଯଦି କୌଣସି କାରଣରୁ ଆପଣ ଏକା ହିଁ ନିଜର ପିଲାମାନଙ୍କର ଲାଳନ ପାଳନ କରୁଛନ୍ତି ତେବେ ନିରାଶ ହୁଅନ୍ତୁ ନାହିଁ । ସୁଷ୍ମିତା ସେନ ବହୁତ ସ୍ଥାନରେ ଏହାକୁ ପ୍ରମାଣିତ କରିଛନ୍ତି କି ଜଣେ ପ୍ୟାରେଣ୍ଟ ବି ନିଜର ପିଲାମାନଙ୍କର ଲାଳନ ପାଳନ ଭଲ ଭାବରେ କରି ପାରିବ ।