କଳା ଅପରାଜିତା ଫୁଲଗଛ ଘରପାଖେ ଥିଲେ ଜାଣି ନିଅନ୍ତୁ ଏହି ଭୟଙ୍କର କଥା ! ଯାଆନ୍ତୁ Dr. Jagadananda Acharya ଙ୍କ ଠାରୁ କଳା ଅପରାଜିତାର ପୂଜା ବିଧି ଓ କିଛି ଉପାୟ

ଭଗବାନ ଶ୍ରୀ ସଦାଶିବ, ପ୍ରଭୁ ବଜରଙ୍ଗବାଲି ଏବଂ ଶନିଦେବଙ୍କର ଅତିପ୍ରିୟ ଫୁଲ ଅଟେ କଳା ଅପରାଜିତା । ଏହି ଫୁଲ ଘରର ସମସ୍ତ ନକରାତ୍ମକ ଶକ୍ତି ଓ ସଙ୍କଟ ଦୂର କରିବା ସହ ଘରେ ସକାରାତ୍ମକ ଊର୍ଜା ଭରିଥାଏ । ଘରପାଖେ ଏହି କଳା ଅପରାଜିତା ଫୁଲ ଲଗାଇ ପୂଜା କରିବା ଦ୍ଵାରା ଘରେ ସୁଖ, ଶାନ୍ତି, ସମୃଦ୍ଧି ଇତ୍ୟାଦି ବୃଦ୍ଧି ପାଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଏହି ଗଛକୁ ଆମେ ଘରର ଐଶାନ୍ୟ କୋଣରେ ଲଗାଇବା ଉଚିତ । ଧଳା ଅପରାଜିତାକୁ ମଧ୍ୟ ସମାନ କୋଣରେ ଲଗାଇବା ଉଚିତ ।

ଯଦି ଆପଣ ଘରେ ଧଳା ଅପରାଜିତା ଗଛ ଲଗାଉଛନ୍ତି ତେବେ ପ୍ରତିଦିନ ଫୁଲ, ପାଣି ଓ ଧୂପଦୀପ ଦେଇ ପୂଜା କରିବା ଉଚିତ ଓ ସନ୍ଧ୍ୟାବତୀ ଦେବା ଉଚିତ । କିନ୍ତୁ ଯଦି କୌଣସି ଦିନ ଆପଣ ଏହା କରିପାରିଲେ ନାହିଁ ତେବେ ତା’ ପାଇଁ କୌଣସି ଦୋଷାଦୋଷ ନାହିଁ । ହେଲେ ଆପଣ ଯଦି ଘର ପାଖରେ କଳା ଅପରାଜିତା ଫୁଲ ଲଗାଉଛନ୍ତି ଏବଂ ପ୍ରତିଦିନ ଫୁଲ, ପାଣି ଏବଂ ସନ୍ଧ୍ଯାବତୀ ଦେଇ ପୂଜା କରୁଛନ୍ତି ତେବେ ବହୁତ ଭଲ କଥା ।

କିନ୍ତୁ ଯଦି ଆପଣ କୌଣସି ଦିନ କଳା ଅପରାଜିତା ଫୁଲକୁ ପୂଜା କରୁନାହାନ୍ତି କିମ୍ବା ସନ୍ଧ୍ୟା ବତୀ ଦେଉ ନାହାନ୍ତି ତେବେ ଏହାଦ୍ବାରା ଅନେକ ଦୋଷାଦୋଷ ଆପଣଙ୍କ ଉପରେ ଲାଗିଥାଏ । ସେଥିପାଇଁ ଘରପାଖେ କଳା ଅପରାଜିତା ଗଛ ଲଗାଇବାକୁ ବାରଣ କରାଯାଏ । ଯଦି ଆପଣ ଦୈନନ୍ଦିନ କଳା ଅପରାଜିତା ଗଛକୁ ପୂଜା କରିପାରିବେ ତେବେ ଘରପାଖେ ଏହି ଗଛ ଲଗାଇଲେ କିଛି ସମସ୍ଯା ହେବ ନାହିଁ ।

ହେଲେ ଏହି ଗଛକୁ ଘରର ଐଶାନ୍ୟ କୋଣରେ ଲଗାଇବେ । ଏହି ଐଶାନ୍ୟ କୋଣ ଭଗବାନ ଇଶାନେଶ୍ବର ଏବଂ ପ୍ରଭୁ ସଦାଶିବଙ୍କ ବାସସ୍ଥାନ । ହେଲେ ଏହାକୁ ଧ୍ୟାନରେ ରଖିବେ ଯାହାବି ହେଉ ପଛେ ଯେମିତି ଆପଣ କୌଣସି ଦିନ କଳା ଅପରାଜିତା ଗଛକୁ ଫୁଲ, ପାଣି ଦେଇ ପୂଜା କରିବାକୁ ଭୁଲିବେ ନାହିଁ । ଏହାସହ ନିହାତି ଭାବେ ପ୍ରତ୍ଯେକ ଦିନ ସନ୍ଧ୍ଯାବତୀ ମଧ୍ୟ ଦେବେ । ଏପରି କରିବା ଦ୍ଵାରା ବାରମ୍ବାର ଆପଣଙ୍କ ଘରକୁ ଯେଉଁ ସଙ୍କଟ ଆସୁଛି ଓ ଯେଉଁ ନକରାତ୍ମକତା ଘରେ ବାସ କରୁଛି ତାହା ଦୂର ହେବ ।

କଳା ଅପରାଜିତା ଗଛ ଯେତେ ଯେତେ ବଢିବ ଆପଣଙ୍କ ଘରୁ ନକରାତ୍ମକ ଊର୍ଜା ସେତେ ଅଧିକ ବାହାରିଯିବ ଓ ଧନ ସମୃଦ୍ଧି ମଧ୍ୟ ବୃଦ୍ଧି ହୋଇଚାଲିବ । ଏହି ଗଛ ଘରେ ଲଗାଇବାର ଅର୍ଥ ଆପଣଙ୍କ ଘର ଉପରେ ଶନିଦେବ, ବଜରଙ୍ଗବାଲି ଓ ସଦାଶିବଙ୍କ ଦୃଷ୍ଟି ସର୍ବଦା ଲାଗିରହିବ । ଯଦି ଆପଣ ଏହି ଗଛକୁ ପୂଜା କରୁନାହାନ୍ତି ତେବେ ଘର ପ୍ରତି ସମସ୍ଯା ପରେ ସମସ୍ଯା ମାଡି ଆସିବ ।

ଯଦି ଆପଣଙ୍କ ଉପରେ ଶତ୍ରୁ ସମସ୍ଯା ଲାଗି ରହୁଥାଏ ତେବେ ୫, ୭, ୧୧ କିମ୍ବା ୨୧ଟି କଳା ଅପରାଜିତା ଫୁଲ ନେଇ ଭଗବାନ ଶଙ୍କରଙ୍କୁ ମଙ୍ଗଳବାର ଦିନ ଲାଗି କରନ୍ତୁ । ଦେଖିବେ ଯାହା ସମସ୍ଯା ରହୁଛି ତାହା ନିଶ୍ଚିତ ଭାବେ ଦୂର ହେବ । ଯଦି ଆପଣ ଉପରେ ଶନିଙ୍କ ସାଢେସାତୀ ବା କୁଦୃଷ୍ଟି ଲାଗି ରହିଛି ଆପଣ ଶନିବାର ମାଟି ଦୀପରେ ରାଶି ତେଲ ଦେଇ କଳା ଅପରାଜିତା ଗଛମୂଳେ ରାତି ସମୟରେ ଜାଳନ୍ତୁ । ଦେଖିବେ ଆପଣଙ୍କର ଯାହାବି ଶନି ପୀଡା ରହିଛି ତାହା ଦୂର ହୋଇଯିବ ।

ଘର ଉପରେ ବାରମ୍ବାର କୌଣସି ସଙ୍କଟ ଦେଖା ଦେଉଥିଲେ ପ୍ରତି ମଙ୍ଗଳବାର ୨୭ଟି କଳା ଅପରାଜିତା ଫୁଲ ପ୍ରଭୁ ବଜରଙ୍ଗବାଳିଙ୍କୁ ଅର୍ପଣ କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।