Vastu Shastra- କଳା ସୂତା ପିନ୍ଧିବାର ଆଶ୍ଚର୍ଯ୍ୟଜନକ ଫାଇଦା, ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ !

ବନ୍ଧୁଗଣ ପିଲା ଜନ୍ମ ହେବା ପରେ ତାଙ୍କ ଘରେ ନଜର ନ ଲାଗିବା ପାଇଁ କଳା ସୂତା ବାନ୍ଧିଥାନ୍ତି । ଆଜିକାଲି ଦୁନିଆରେ ପୁରୁଣା ରୀତିନୀତି ଭୁଲି ଲୋକ ମାନେ ନିଜ କାମରେ ବ୍ୟସ୍ତ ରହୁଛନ୍ତି । ଯାହାର ପ୍ରଭାବ ଆମ ସଂସ୍କୃତି ଉପରେ ଦେଖିବାକୁ ମିଳୁଛି ।

ଆଜି ଆମେ ଆପଣ ମାନଙ୍କୁ କଳା ସୂତା ସହ ଜଡିତ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣଙ୍କର ନକାରାତ୍ମକ ପ୍ରଭାବ ଦୂର ହୋଇଯିବ । କଳା ରଙ୍ଗ ନକାରାତ୍ମକ ଶକ୍ତିକୁ କମ କରିଥାଏ । ସେଥିପାଇଁ ଖରାପ ନଜରରୁ ବଞ୍ଚିବା ପାଇଁ କଳା ସୁତାର ପ୍ରୟୋଗ କରାଯାଏ । ଯଦି ଆପଣଙ୍କ ଘରେ କଳହ ଲାଗି ରାହୁଥାଏ ତେବେ ଏହାର ନିବାରଣ ପାଇଁ ଶନିବାର ଦିନ ଶନି ମନ୍ଦିରକୁ ଯାଇ କଳା ସୂତାରେ ୧୦୮ଟି ଗଣ୍ଠି ବାନ୍ଧି ରଖି ଦିଅନ୍ତୁ ।

ଯଦି ଆଖ ପାଖରେ ଶନି ମନ୍ଦିର ନାହି ତେବେ ଘରେ ମଧ୍ୟ ଏହି କାମ କରି ହେବ । ଏହା ପରେ କଳା ସୂତାକୁ ଆପଣଙ୍କ ଘରର ମୁଖ୍ୟ ଦ୍ଵାରରେ ବାନ୍ଧି ଦିଅନ୍ତୁ । ଏପରି କରିବା ଦ୍ଵାରା ଘରେ ଅଶୁଭ ଶକ୍ତି ବା ଖରାପ ନଜରର ପ୍ରବେଶ ହେବ ନାହି । ଯଦି ଆପଣଙ୍କ ଘରେ କେହି ବ୍ୟକ୍ତି ରୋଗାଗ୍ରସ୍ତ ବାରମ୍ବାର  ହେଉଥାନ୍ତି ତେବେ କଳା ସୂତାକୁ ମନ୍ଦିରର୍ତେ ସିନ୍ଦୁର ଲଗାଇ ଆଣି ରଖନ୍ତୁ । ଏହା ପରେ ଅନ୍ୟ ଏକ ଦିନ ରୋଗାଗ୍ରସ୍ତ ଥିବା ବ୍ୟକ୍ତିଙ୍କ ପାଦରେ ବାନ୍ଧି ଦିଅନ୍ତୁ । ଏପରି କରିବା ଦ୍ଵାରା ସେହି ବ୍ୟକ୍ତିଙ୍କ ପାଖରୁ ନକାରାତ୍ମକ ଶକ୍ତି ଦୂରେଇ ରହିବ । ଏହା ସହ ଖରାପ ନଜର ମଧ୍ୟ ଲାଗିବ ନାହି ।

ଯେଉଁ ମହିଳା ଗର୍ଭବତୀ ହୋଇଥିବେ ସେମାନଙ୍କ ଉପରେ ଅଧିକ ଖରାପ ନଜର ଲାଗିଥାଏ । ତେଣୁ ଏହାର ନିବାରଣ ପାଇଁ କଳା ସୂତାକୁ ଗର୍ଭବତୀ ମହିଳାଙ୍କ ଚାରିପଟେ ବୁଲାଇ ଦେଇ ସେହି ସୂତାକୁ ବର ଗଛରେ ବାନ୍ଧି ଦିଅନ୍ତୁ ବା ନଦୀରେ ଭସାଇ ଦିଅନ୍ତୁ । ଏହି ଉପାୟ ମହିଳାଙ୍କର ପିଲା ଜନ୍ମ ହେବା ଯାଏଁ କରିବା ଉଚିତ । ଏହା ଦ୍ଵାରା ଗର୍ଭବତୀ ମହିଳାଙ୍କ ପାଖରେ କୌଣସି ଅଶୁଭ ଶକ୍ତି ଦେଖାଯିବ ନାହି । ଏହା ସହ କାହାରି ଖରାପ ନଜର ମଧ୍ୟ ଲାଗିବ ନାହି ।

ଏହା ଛଡା କଳା ସୂତାରେ ରୁଦ୍ରାକ୍ଷ ବାନ୍ଧି ଧାରଣ କରିଲେ ଶୁଭ ହୋଇଥାଏ । ଏହା ବ୍ଯତୀତ ପୁରୁଣା କଳା ସୂତାକୁ ବର ଗଛ ତଳେ ମାଟିରେ ପୋତି ଦେବା ଉଚିତ ବା ନଦୀରେ ଭସାଇ ଦେବା ଉଚିତ । ଗୋଡରେ କଳା ସୂତା ପିନ୍ଧିଲେ ଅଶୁଭ ଶକ୍ତିର ପ୍ରଭାବ କମ ହୋଇଥାଏ । କଳା ସୂତା ମନ୍ଦିରରୁ ପୂଜାରୀଙ୍କ ଠାରୁ ବା ବଜାରରୁ କିଣି ଧାରଣ କରିବା ଉଚିତ । ଅନ୍ୟ କେହି ଦେଇଥିବା କଳା ସୂତା ଧାରଣ କରିବା ଅନୁଚିତ ଅଟେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।