କଳା, ଫଟା ଓଠକୁ ବାସ୍ କିଛି ଦିନ ମଧ୍ୟରେ ସୁନ୍ଦର କରନ୍ତୁ… Get baby pink lips naturally at home

ବନ୍ଧୁଗଣ ଓଠ ଆମ ମୁଖମଣ୍ଡଳକୁ ସୁନ୍ଦର କରିବାରେ ବିଶେଷ ଭୂମିକା ନେଇଥାଏ । ଓଠ ଯେତେ ସୁନ୍ଦର ହୋଇଥିବ । ମୁହଁର ସୁନ୍ଦରତା ମଧ୍ୟ ସେତେ ଫୁଟିକି ନଜର ଆସୁଥିବ । ତେବେ ସଫ୍ଟ, ଗୋଲାପୀ ଓ ସୁନ୍ଦର ଓଠ କାହାକୁ ଅବା ପସନ୍ଦ ନୁହେଁ । ହେଲେ ଓଠ ସହ ଜଡିତ ମଧ୍ୟ ବିଭିନ୍ନ ପ୍ରକାର ସମସ୍ଯା ଅନେକ ସମୟରେ ଦେଖିବାକୁ ମିଳିଥାଏ । ଯେପରି ଓଠ କଳା ପଡିଯିବା, ଓଠ ଫାଟିବା ଭଳି କିଛି ପ୍ରୋବ୍ଲେମ ଓଠ ର ସୁନ୍ଦରତାକୁ ନଷ୍ଟ କରିଦେଇଥାଏ ।

ଯଦି ଆପଣ ମଧ୍ୟ ନିଜର ଓଠକୁ ସୁନ୍ଦର ଗୋଲାପୀ ଓଠ ବନାଇବାକୁ ଚାହୁଁଛନ୍ତି । ତେବେ ଆମେ କହିବାକୁ ଯାଉଥିବା ଏହି ସହଜ ଓ ସୁନ୍ଦର ଘରୋଇ ଉପଚାରକୁ ନିହାତି ଟ୍ରାଏ କରି ଦେଖନ୍ତୁ । ତେବେ ଓଠ ଫାଟିବାର ବିଭିନ୍ନ ପ୍ରକାର କାରଣ ରହିଛି । ସେଥିମଧ୍ୟରୁ ଯେଉଁ ମାନେ ଆବଶ୍ୟକ ମୁତାବକ ପାଣି ପିଇନଥାନ୍ତି । ସେମାନଙ୍କ ଓଠ ବହୁ ସମୟରେ ଫାଟିଥାଏ । କାରଣ ଶରୀରକୁ ଆବଶ୍ୟକ ହେଉଥିବା ସଠିକ ପରିମାଣର ପାଣି ନପିଇବା ଦ୍ଵାରା ଓଠ ଡ୍ରାଏ ହୋଇ ଫାଟିବାକୁ ଆରମ୍ଭ କରିଥାଏ ।

ତେବେ ଓଠକୁ ସୁନ୍ଦର କରିବା ପାଇଁ କରିବାକୁ ଥିବା ରେମିଡି ପାଇଁ ପ୍ରଥମେ ଏକ ବିଟ ର ଆବଶ୍ୟକ ପଡିବ । ପ୍ରଥମେ ଏକ ବିଟ ଆଣି ତାହାର ଅଳ୍ପ ଖଣ୍ଡେ ଫାଳ କାଟି ଦିଅନ୍ତୁ । ତାପରେ ବିଟର ସେହି କଟା ଅଂଶର ଚୋପା ବାହାର କରି ତାହାକୁ ଗ୍ରେଭ ଅର୍ଥାତ ଛେଲି ଦିଅନ୍ତୁ । ତାପରେ ସେହି ଗ୍ରେଭିଙ୍ଗରୁ ଏକ ଛଣା ସାହାଜ୍ଯରେ ତାହାର ରସ ବାହାର କରି ଦିଅନ୍ତୁ ।

ତାପରେ ସେଥିରେ ଅଳ୍ପ ବେସନ ଅର୍ଥାତ ଚାମଚର ଚାରି ଭାଗରୁ ଭାଗେ ବେସନ ଆଡ୍ କରନ୍ତୁ ।  ବେସନ ଓଠର କଳାପଣକୁ ହଟାଇବାରେ ସାହାଜ୍ଯ କରିଥାଏ । ତାପରେ ସେଥିରେ ବେସନ ମୁତାବକ ସାମାନ୍ୟ ଆଲୋଭେରା ଜେଲ୍ ମଧ୍ୟ ଆଡ୍ କରନ୍ତୁ । ତାପରେ ସେଥିରେ 2 ରୁ 3 ଡ୍ରପ ଗ୍ଲିସେରିନ ଆଡ୍ କରନ୍ତୁ ।

ତାପରେ ଏହି ସବୁକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ତାପରେ ଆପଣ ନିଜର ଓଠରେ ଏହାକୁ ଭଲ ଭାବେ ମସାଜ କରି ଲଗାନ୍ତୁ । କିଛି ସମୟ ପରେ ଏହାକୁ ପାଣି ସହାୟତାରେ ଧୋଇ ଦିଅନ୍ତୁ । ଏଥିରେ ଥିବା ସମସ୍ତ ସାମଗ୍ରୀ ଆପଣଙ୍କ ଓଠର କଳାପଣକୁ ଦୂର କରି ଓଠକୁ ସଫ୍ଟ ଏବଂ ଗୋଲାପୀ କରିବାରେ ସାହାଜ୍ଯ କରିଥାଏ ।

ଏହାକୁ ଓଠରେ ଲଗାଇ ଧୋଇ ସାରିବା ପରେ ଆପଣ କୌଣସି ଭଲ ଏକ ଲୀପ ବାମ ବା ଭେସ୍ଲିନ ଓଠରେ ଲଗାଇ ପାରିବେ । ଯାହା ଦ୍ଵାରା ଆପଣଙ୍କ ଓଠ ସୁନ୍ଦର ଦେଖାଯାଇଥାଏ । ଏହାକୁ ସପ୍ତାହରେ ଥରେ ଲେଖାଏଁ କିଛି ସପ୍ତାହ ପର୍ଯ୍ୟନ୍ତ କରି ଦେଖନ୍ତୁ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।