“କହୁଛନ୍ତି ନା କଣ ରିଲ୍ ହିରୋଇନ ଥିଲି ଏବେ ରିୟଲ ହିରୋଇନ ହେଇଗଳି, କେଡେ ନିର୍ଲଜ ହିରୋଇନ ସେ…” ଦେଖନ୍ତୁ ବାବୁ – ପ୍ରକୃତି ମାମଲାରେ ଏହି ଆଇନାଜୀବୀଙ୍କ ଖାସ ମନ୍ତବ୍ୟ

ଓଲିଉଡ ଅଭିନେତା ବାବୁଶାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ପ୍ରେମ ସମ୍ପର୍କ ଏବେ ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ବିଭିନ୍ନ ବୁଦ୍ଧିଜୀବୀ, ସହ କଳାକାର ଓ ସାଧାରଣ ଲୋକ ସମସ୍ତେ ବିଭିନ୍ନ ପ୍ରକାରର ମତ ଦେଉଛନ୍ତି । ଅଧିକାଂଶ ଲୋକ ଚାହୁଁଛନ୍ତି କି ବାବୁଶାନ ନିଜ ପରିବାର ପାଖକୁ ଫେରି ଆସନ୍ତୁ ବୋଲି । କାରଣ ବାବୁଶାନ ନିଜେ ପ୍ରେମ ବିବାହ କରିଥିଲେ ଓ ତାଙ୍କ ପତ୍ନୀଙ୍କ ଔରସରୁ ତାଙ୍କର ଗୋଟିଏ ଦେଢ ବର୍ଷର ପୁଅ ମଧ୍ୟ ଅଛି ।

ନିଜ ବୈବାହିକ ଜୀବନ ଓ ବ୍ୟକ୍ତିଗତ ଜୀବନ ଉଭୟକୁ କଳଙ୍କିତ ନକରି ସମୟ ସମୟ ଥାଉ ଥାଉ ସୁଧୁରି ଯିବାକୁ ସଭିଏଁ ପରାମର୍ଶ ଦେଉଛନ୍ତି । ଏତିକି ବେଳେ ରାଜଧାନୀର ଆଉ ଜଣେ ବରିଷ୍ଠ ଆଇନଜୀବୀ ନିଜ ମତ ରଖିଛନ୍ତି । ସେ ଉଭୟ ପକ୍ଷକୁ ଅନୁଧ୍ୟାନ କରି କହିଛନ୍ତି ଯେ, ନିହାତି ଭାବେ ପ୍ରକୃତି ମିଶ୍ର ଓ ତାଙ୍କ ପରିବାର ବାବୁଶାନଙ୍କ ଟଙ୍କା ଓ ସମ୍ପତ୍ତି ଉପରେ ନଜର ରଖିଛନ୍ତି । ଏତେ ସବୁ ହେଲା ପରେ ବି ପ୍ରକୃତି ଭିଡିଓ ବନେଇ କହୁଛନ୍ତି ମୁଁ ରିଲ୍ ଲାଇଫ ହିରୋଇନ ଥିଲି ଆଉ ଏବେ ରିୟଲ ଲାଇଫ ହିରୋଇନ ହୋଇଗଲି ।

ଏହା ତାଙ୍କ ନିର୍ଲଜତାର ପରିଚୟ ବୋଲି ସେ କହିଛନ୍ତି ।ନିହାତି ଭାବେ କିଛି ଟଙ୍କା ପଇସା କାରବାର ଥିବ ସେଥିପାଇଁ ପ୍ରକୃତିଙ୍କ ପରିବାର ନିଜ ଝିଅର ଭୁଲ ଥାଇ ମଧ୍ୟ ତାଙ୍କୁ ସମର୍ଥନ କରୁଛନ୍ତି । ବାବୁଶାନ ନିଜେ ପ୍ରେମ ବିବାହ କରିଥିଲେ ତେଣୁ ନିଜେ ବୁଝିବା ଦରକାର କି ତାଙ୍କର ପତ୍ନୀ ଏବଂ ଛୋଟ ପୁଅ ଅଛି ।

ସେମାନଙ୍କ ପ୍ରତି ତାଙ୍କର କର୍ତ୍ତବ୍ୟ ଏବଂ ଆବଶ୍ୟକତା ସେ ନିଜେ ବୁଝିବା ଦରକାର । ଆଉ ଏହି ମାମଲାକୁ ଆଉ କୋର୍ଟ କଚେରୀ କିମ୍ବା ଥାନା ଯାଏଁ ନନେବା ଉଚିତ ବୋଲି ସେ ମତ ଦେଇଛନ୍ତି । ସେ କହିଛନ୍ତି କି, ଉଭୟଙ୍କ ପରିବାରର ସଦସ୍ୟ ବାବୁଶାନ, ପ୍ରକୃତି ଓ ତୃପ୍ତିଙ୍କ ଉପସ୍ଥିତିରେ ବସି ଏହି ମାମଲାରେ ନିଜର ମତ ରଖନ୍ତୁ । ସେମାନେ ଏକ ନିଷ୍ପତ୍ତିରେ ପହଞ୍ଚନ୍ତୁ ଓ ସେହି ନିଷ୍ପତ୍ତିକୁ ନେଇ ଥାନାରେ ରଖନ୍ତୁ ।

ଏହାପରେ ଯାହା ବି କିଛି ସମାଧାନ ହେବ ତାହା ନିଜ ଭିତରେ ସେମାନେ ସାମଧାନ କରିବା ଠିକ ହେବ ବୋଲି ଆଇନଜୀବୀ ଜଣକ ନିଜ ମତ ଦେଇଛନ୍ତି । ତେବେ ଏହି ଆଇନଜୀବୀଙ୍କ ଏଭଳି ପରାମର୍ଶ ଆପଣଙ୍କୁ କିଭଳି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।