ଫିଲ୍ମ ପ୍ରମୋଶନ ନେଇ Babushan ଙ୍କୁ ଅପମାନିତ କଲେ ଫିଲ୍ମ ପ୍ରଯୋଜକ, ଏନେଇ Babushan ଙ୍କ ଟିମ୍ ନିଜେ ଦେଲା ସୂଚନା, ଜାଣନ୍ତୁ ସଂପୂର୍ଣ୍ଣ ଖବର

ବାବୁଶାନ ଓ ପ୍ରକୃତି ବିବାଦ ଦିନକୁ ଦିନ ତେଜିବାରେ ଲାଗିଛି । ଘଟଣାଦିନ ବାବୁଶାନ । ପ୍ରକୃତି ଓ ତୃପ୍ତିଙ୍କ ଭିଡିଓ ଭାଇରାଲ ହେବା ପରେ ସେଠାରୁ ସିଧା ଚେନ୍ନାଇ ଚାଲି ଯାଇଥିଲେ ବାବୁଶାନ ଓ ପ୍ରକୃତି । ଓଡିଆ ଆସୋସିଏସନ ଅଫ ମାଡ୍ରାସ ତରଫରୁ ଉଭୟଙ୍କୁ ନିମନ୍ତ୍ରଣ କରା ଯାଇଥିଲା ୮୬ତମ ଉତ୍କଳ ପାଳିବା ପାଇଁ । ଏହାସହ ସେମାନେ ଫିଲ୍ମ ପ୍ରମୋଶନ ସହ ନୂଆ ଫିଲ୍ମ “ଦମନ” ର ଘୋଷଣା କରିବା ପାଇଁ ମଧ୍ୟ ଯାଇଥିଲେ ।

କିନ୍ତୁ ଓଡିଶାରେ ସକାଳେ ଏଭଳି ଏକ ନିନ୍ଦନୀୟ ଘଟଣା ଘଟିବା ପରେ ଦମନ ଫିଲ୍ମର ପ୍ରଯୋଜକ ବାବୁଶାନଙ୍କୁ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମନା କରି ଦେଇଥିଲେ । ଏପଟେ ଫିଲ୍ମ ଦମନ ର ପୁରା ଟିମ୍ ଓଡିଶା ପହଞ୍ଚି ସାରିଛନ୍ତି । ଚେନ୍ନାଇରେ ଥାଇ ମଧ୍ୟ ଦମନ ଫିଲ୍ମ ପ୍ରମୋଶନରେ ବାବୁଶାନ ଯୋଗ ଦେଇ ନଥିବା ବୋଲି ଦମନ ସିନେମାର ଟିମ୍ ପକ୍ଷରୁ ମନ୍ତବ୍ୟ ଦିଆ ଯାଇଥିଲା । କିନ୍ତୁ ଏହି ମନ୍ତବ୍ୟକୁ ବାବୁଶାନଙ୍କ ଟିମ୍ ଖଣ୍ଡନ କରିଛନ୍ତି ।

ବାବୁଶାନଙ୍କ ଟିମ୍ ପକ୍ଷରୁ କୁହାଯାଇଛି ଯେ, ଦମନ ପକ୍ଷରୁ ଦିଆ ଯାଇଥିବା ମନ୍ତବ୍ୟ ସଂପୂର୍ଣ୍ଣ ଭାବେ ଭୁଲ ଖବର । ଦମନ ଫିଲ୍ମର ପ୍ରମୋଶନ ପାଇଁ ବାବୁଶାନ ସଂପୂର୍ଣ୍ଣ ପ୍ରସ୍ତୁତ ଥିଲେ । ହେଲେ ଫିଲ୍ମ ପ୍ରଯୋଜକ ତାଙ୍କୁ ଫେରିଯିବାକୁ କହିଥିଲେ ଓ ଏହାସହ ବ୍ୟକ୍ତିଗତ ମାମଲାରେ ପଶିବାକୁ ଚେଷ୍ଟା କରିଥିଲେ ।

ଏମିତିକି ଦମନ ଫିଲ୍ମ ଠାରୁ ଦୂରେଇ ରହିବା ସହ ବାବୁଶାନଙ୍କ ଅନୁପସ୍ଥିତିରେ ଫିଉଳ୍ମ ରିଲିଜ କରିବା ପାଇଁ କୁହା ଯାଇଥିଲା । ଯାହାକି ବାବୁଶାନ ଏବଂ ତାଙ୍କ ଟିମ୍ କୁ ଅପମାନ କରିବା ସହ ମାନସିକ ସ୍ତରରେ ଆଘାତ ପହଞ୍ଚାଇଛି । ଏନେଇ ବାବୁଶାନ ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି । ଏପଟେ ଫିଲ୍ମ ପ୍ରଯୋଜନା ଟିମ୍ ତରଫରୁ କୁହାଯାଇଛି କି, ବାବୁଶାନ ମାନସିକ ସ୍ତରରେ ପ୍ରସ୍ତୁତ ନଥିଲେ ସେଥିପାଇଁ ସେ ତାଙ୍କୁ ମନା କରିଥିଲେ ।

ଅନ୍ୟପରେ ଦମନ ଟିମ୍ ପକ୍ଷରୁ ଦିଆ ଯାଇଥିବା ମନ୍ତବ୍ୟକୁ ବାବୁଶାନ ଟିମ୍ ପକ୍ଷରୁ କିନ୍ତୁ ଖଣ୍ଡନ କରାଯାଇଛି । ଏକଥା ବାବୁଶାନ ନିଜେ ଜାରି କରିଥିବା ଭିଡିଓରେ ମଧ୍ୟ ଜଣାଇଥିଲେ । ଯାହାକି ଫିଲ୍ମ ପ୍ରମୋଶନକୁ ନେଇ ଆଉ ଏକ ନୂଆ ବିବାଦ ସୃଷ୍ଟି ହେଉଥିବାର ଦେଖିବାକୁ ମିଳୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।