ବନ୍ଧୁଗଣ ଦୁଇ କିମ୍ବା ତିନି ବେଳେବେଳେ ଏହାଠାରୁ ଅଧିକ ସଂଖ୍ୟକ ଛୁଆ ଜନ୍ମ କରିଥିବା ମହିଳାଙ୍କ ଖବର ଆପଣ କେବେ ନା କେବେ ଶୁଣିଥିବେ । ଯାହାକୁ ମେଡିକାଲ୍ ଟର୍ମରେ ମଲ୍ଟିପଲ୍ ପ୍ରେଗନେନ୍ସି ମଧ୍ୟ କୁହାଯାଏ । ତେବେ ଏହି ପ୍ରଶ୍ନ ସବୁବେଳେ ଆମ ମନରେ ଆସିଥାଏ ଯେ କିଛି ମହିଳା କିଭଳି ଏକସଙ୍ଗେ ଏକରୁ ଅଧିକ ପିଲାଙ୍କୁ ଜନ୍ମ ଦିଅନ୍ତି । ତେବେ ଏଭଳି କାହିଁକି କିଛି ମହିଳାଙ୍କ କ୍ଷେତ୍ରରେ ଦେଖାଯାଏ ତାହା ଆସନ୍ତୁ ଜାଣିବା ।
ଆଇଡେଣ୍ଟିକାଲ ଟ୍ଵିନ୍ସ;- ଏହା ଖୁବ୍ କମ୍ ଦେଖାଯାଇଥାଏ । ଗୋଟିଏ ଅଣ୍ଡାରୁ ଜନ୍ମ ହୋଇଥିବା ଛୁଆଙ୍କୁ ଆଇଡେଣ୍ଟିକାଲ୍ ଟ୍ୱିନ କୁହାଯାଏ । ଏହା ସେତେବେଳେ ହୋଇଥାଏ ଯେତେବେଳେ ଏକ ଅଣ୍ଡକୋଷରୁ ଶୁକ୍ରାଣୁ ଫର୍ଟିଲାଇଜ୍ ହୋଇଥାଏ । ଏହାପରେ ଫର୍ଟିଲାଇଜ୍ ଅଣ୍ଡ ଏକ ବା ଅଧିକ ଭାଗରେ ପ୍ରସାରିତ ହୋଇଯାଏ । ଏହି ପିଲାଙ୍କ ଚେହେରା ଏବଂ ଶରୀର ଏକ ସମାନ ହେବା ସହ ହାବଭାବ ମଧ୍ୟ ଏକ ହୋଇଥାଏ ।
ଫ୍ରେଟରନାଲ ଟ୍ଵିନ୍ସ;- ଭିନ୍ନ ଭିନ୍ନ ଅଣ୍ଡକୋଷରୁ ଜନ୍ମ ନେଇଥିବା ଛୁଆଙ୍କୁ ଫ୍ରେଟରନାଲ୍ ଟ୍ୱିନ୍ସ କୁହାଯାଏ । ଏହା ସେତେବେଳେ ହୋଇଥାଏ ଯେତେବେଳେ ଦୁଇ କିମ୍ବା ଅଧିକ ଅଣ୍ଡକୋଷ ଅଲଗା ଅଲଗା ସ୍ପର୍ମରେ ଫର୍ଟିଲାଇଜ୍ ହୋଇଥାନ୍ତି । ଯଦି ମହିଳାଙ୍କ ଘରେ ପୂର୍ବରୁ ହିଁ ଫ୍ରେଟରନାଲ୍ ପିଲା ରହିଛନ୍ତି ତେବେ ଏହାର ସମ୍ଭାବନା ବଢିଯାଏ । ଅଧିକାଂଶ ଯାଆଁଳା ଛୁଆ ଏହିଭଳି ଜନ୍ମ ହୋଇଥାନ୍ତି । ଏହି ଟ୍ୱିନ୍ସ ଏକ ଭଳି ବି ଦେଖାଯାନ୍ତି ଏବଂ ଭିନ୍ନ ବି ଦେଖାଯାନ୍ତି ।
ଯାଆଁଳା ଛୁଆ ଜନ୍ମ ହେବା ପାଇଁ ଅନେକ କାରଣ ଥିଲେ ମଧ୍ୟ ଏଥିରୁ ୪ ଟି ପ୍ରମୁଖ କାରଣ ଉପରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ।
ବୟସ;- ୩୦ ରୁ ୪୦ ବର୍ଷୀୟା ମହିଳାଙ୍କ ଠାରେ ଯାଆଁଳା ଛୁଆ ହେବାର ସମ୍ଭାବନା ଅଧିକ ଥାଏ । ଡାକ୍ତରଙ୍କ କହିବାନୁସାରେ ବୟସ ଅଧିକ ହୋଇଗଲେ ଓଭାରୀର ସନ୍ତୁଳନରେ ଚେଞ୍ଜ ଆସେ ଏବଂ ଯାଆଁଳା ଛୁଆ ଜନ୍ମ ହେବାର ସମ୍ଭାବନା ବଢିଯାଏ ।
ଆମିଷ ତଥା ଫ୍ୟାଟ୍ ଜାତୀୟ ଖାଦ୍ୟ ଖାଉଥିବା ମୋଟା ମହିଳାଙ୍କଠାରେ ଯାଆଁଳା ଛୁଆ ହେବାର ସମ୍ଭାବନା ଅଧିକ ଥାଏ ।
ଫର୍ଟିଲିଟି ଟ୍ରିତମେଣ୍ଟ;- ଯେଉଁ ମହିଳାମାନେ ଆଇଭିଏଫ୍ ର ସାହାରା ନେଇଥାନ୍ତି କିମ୍ବା ଫର୍ଟିଲିଟି ମେଡିସିନ୍ ଖାଇଥାନ୍ତି ସେମାନଙ୍କ ଠାରେ ଯାଆଁଳା ଛୁଆ ଜନ୍ମ ହେବାର ସମ୍ଭାବନା ବଢିଯାଇଥାଏ ।
ପରିବାର ଇତିହାସ;- ପୂର୍ବରୁ ମହିଳାଙ୍କ ପରିବାରରେ ମା,ଭଉଣୀ,ଜେଜେମାଙ୍କ ଠାରେ ଯଦି ଏଭଳି ଯାଆଁଳା ଛୁଆ ଜନ୍ମ ହୋଇଥାନ୍ତି ତେବେ ମହିଳାଙ୍କ ଠାରେ ମଧ୍ୟ ଯାଆଁଳା ଛୁଆ ଜନ୍ମ ହେବାର ସମ୍ଭାବନା ବଢିଯାଏ । ମହିଳା ଅଣ୍ଡାକୋଷ ସୃଷ୍ଟି କରୁଥିବାରୁ ପରିବାରରେ ମା’ ଭଉଣୀଙ୍କ ଜିନ୍ସ ତାଙ୍କ ପାଖକୁ ଚାଲିଆସିଥାଏ ।
ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।