ହେଡଫୋନ କାନ ପାଇଁ କେତେ ହାନିକାରକ ଅଟେ ? କଣ ଆପଣ ଜାଣିଛନ୍ତି

କହିବାକୁ ଗଲେ ବର୍ତ୍ତମାନ ସମୟରେ ଆପଣ ଯେଉଁଠି ବି ଦେଖିବେ କେବଳ ଟେକ୍ନୋଲୋଜି ହିଁ ଟେକ୍ନୋଲୋଜି । ସମସ୍ତେ ଆଜିକାଲି ଟେକ୍ନୋଲୋଜି ମଧ୍ୟରେ ଘେରି ରହିଛନ୍ତି । ଟେକ୍ନୋଲୋଜି ଆସିବା ଦ୍ଵାରା ସମସ୍ତଙ୍କର ସବୁ କାମ ବହୁତ ସହଜ ତ ହୋଇ ଯାଇଛି କିନ୍ତୁ ଏହା ସହିତ ବହୁତ ଅସୁବିଧା ବି ସାମ୍ନାକୁ ଆସୁଛି । ଏହି ଆଧାରରେ ଆଜି ଆମେ ହେଡଫୋନ ଓ ଇୟରଫୋନ ବିଷୟରେ କଥା ହେବା ।

ହେଡଫୋନ ଓ ଇୟରଫୋନ ଏକ ଏମିତି ଡିଭାଇସ ଅଟେ ଯାହାକୁ ବର୍ତ୍ତମାନ ସମୟରେ ଯୁବପିଢି ଲଗାତାର ବ୍ୟବହାର କରୁଛନ୍ତି । ଯେଉଁମାନଙ୍କ ମଧ୍ୟରେ ୯୯ % ଲୋକମାନଙ୍କୁ ଏହା ଜଣା ନାହିଁ କି ଏହି ଦୁଇଟି ଡିଭାଇସ ଦ୍ଵାରା ଆମକୁ କେତେ ଅସୁବିଧା ହୋଇଥାଏ । ଆଜି ଆମେ ହେଡଫୋନ ଓ ଇୟରଫୋନ ବିଷୟରେ ଏମିତି କିଛି ତଥ୍ୟ ଦେବୁ ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

·    ଯଦି ଆପଣ ହେଡଫୋନ ବ୍ୟବହାର କରୁଛନ୍ତି ତେବେ କେବେ ବି ୯୦ ଡେସିମାଲ ଠାରୁ ଅଧିକ ଆବାଜରେ ଗୀତ ଶୁଣନ୍ତୁ ନାହିଁ । ଏହା ଦ୍ଵାରା ଜଲ୍ଦି ଆପଣ କାଲା ହୋଇ ପାରନ୍ତି । ଯଦି ଆପଣ ୧୦୦ ଡେସିମାଲ ଠାରୁ ଅଧିକ ଆବାଜରେ ଗୀତ ୧୫ ମିନିଟ ପର୍ଯ୍ୟନ୍ତ ଶୁଣୁଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କ ଶୁଣିବା ଶକ୍ତି କମ ହୋଇପାରେ ।

·    ଏକ ରିସର୍ଚ ଅନୁସାରେ ଜଣା ପଡିଛି ଯେଉଁ ବ୍ୟକ୍ତି ଦିନରେ ଓ ରାତିରେ ଅଧିକ ଭଲ୍ୟୁମ ଦେଇ ଗୀତ ଶୁଣୁଛନ୍ତି ତାଙ୍କର କାନରେ  ସ୍ତବ୍ଧ ହୋଇଯାଏ । ଯଦି କାନ ସ୍ତବ୍ଧ ହୋଇଯାଏ ତେବେ କିଛି ସମୟ ପର୍ଯ୍ୟନ୍ତ ଆପଣ ବାହାର ଆବାଜ ଶୁଣି ପାରିବେ ନାହିଁ । କିନ୍ତୁ ଧୀରେ ଧୀରେ ଶୁଣାଯାଏ ।

·    ଯଦି ଆପଣ ନିଜର ହେଡଫୋନ ଓ ଇୟରଫୋନ ଅନ୍ୟ କାହାକୁ ଦେଉଛନ୍ତି କିମ୍ବା ଅନ୍ୟ କାହାର ହେଡଫୋନ ଓ ଇୟରଫୋନ ବ୍ୟବହାର କରୁଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ କାରଣ ଏହା ଦ୍ଵାରା ଆପଣଙ୍କୁ ଇନଫେକ୍ସନ ହୋଇପାରେ ।

·    ଯଦି ଆପଣଙ୍କୁ ଅଧିକ ଭଲ୍ୟୁମ ଦେଇ ଗୀତ ଶୁଣିବାକୁ ଭଲ ଲାଗେ ତେବେ ଏହି ଅଭ୍ୟାସକୁ ବଦଳାଇ ଦିଅନ୍ତୁ କାରଣ ଏହା ଦ୍ଵାରା ଆପଣ ସବୁବେଳେ ଚିନ୍ତିତ ରହିବେ ।

·    ଅତ୍ୟଧିକ ହେଡଫୋନ ଓ ଇୟରଫୋନ ବ୍ୟବହାର କରିବା ଦ୍ଵାରା ଆପଣଙ୍କ କାନ ବିନ୍ଧା ବି ହୋଇଥାଏ ଯାହାକୁ ପ୍ରାୟତଃ ଲୋକମାନେ ନଜର ଅନ୍ଦାଜ କରି ଦିଅନ୍ତି ।

·    ଏହାକୁ ବ୍ୟବହାର କରିବା ସମୟରେ ଇଲେଟ୍ରିକ ୱେବ ବାହାରିଥାଏ ଯାହା ସିଧା ମସ୍ତିଷ୍କ ସମ୍ବନ୍ଧିତ ସମସ୍ୟା ଉତ୍ପନ୍ନ କରିଥାଏ । ଏକ ରିସର୍ଚ ଅନୁସାରେ ଯେଉଁ ଲୋକମାନେ ସବୁବେଳେ ହେଡଫୋନ ଓ ଇୟରଫୋନ ବ୍ୟବହାର କରନ୍ତି ସେମାନଙ୍କ ମଧ୍ୟରେ ମସ୍ତିଷ୍କ ସମ୍ବନ୍ଧିତ ସମସ୍ୟା ଅଧିକ ଦେଖାଯାଏ ।