ରୋହିତ ଶର୍ମା ଖୋଲିଲେ ରାଜ୍, କହିଲେ କଣ ଅଟେ କ୍ରିକେଟରେ ଡେବ୍ୟୁ କରିବାର ସଠିକ ବୟସ, ଜାଣନ୍ତୁ

ଭରତ ଓ ନ୍ୟୁଜଲ୍ୟାଣ୍ଡ ମଧ୍ୟରେ ହୋଇଥିବା ଦୁଇ ପକ୍ଷୀୟ ସିରିଜରେ ରୋହିତ ଶର୍ମା ଆଘାତ ପାଇଥିଲେ । ଆଜିକାଲି ରୋହିତ ଶର୍ମା ନେସନାଲ କ୍ରିକେଟ ଏକାଡେମିରେ ରହି ନିଜର ଫିଟନେସ୍ ଠିକ କରୁଛନ୍ତି । ଟି20 ସିରିଜର ଶେଷ ମ୍ୟାଚରେ ରୋହିତ ଶର୍ମାଙ୍କୁ କାନ୍ଧରେ ଆଘାତ ଲାଗିଥିଲା । ଏହା ଦ୍ଵାରା ସେ ୱାନଡେ ସିରିଜ ଓ ଟି20 ସିରିଜ ଖେଳିପାରି ନଥିଲେ । ଭାରତ ଫେରିବା ପରେ ଆଜିକାଲି ରୋହିତ ନିଜ ପରିବାର ସହିତ ସମୟ ଅତିବାହିତ କରୁଛନ୍ତି । କିଛି ଦିନ ତଳେ ସେ ଏକ ଚାଟ ଶୋ ରେ ସାମିଲ ହୋଇଥିଲେ । ସେଥିରେ ସେ ଖୁଲସା କରିଥିଲେ କି , କୌଣସି ଖେଳରେ ସାମିଲ ହେବା ପାଇଁ ଉଚିତ ବୟସ କେତେ ହେବା ଉଚିତ । ତେବେ ଆସନ୍ତୁ ଜାଣିବା ରୋହିତ କରିଥିବା ଏହି ଖୁଲାସା ବିଷୟରେ ।

କୌଣସି ଖେଳରେ ସାମିଲ ହେବା ପାଇଁ ସଠିକ ବୟସ କେତେ ହେବା ଉଚିତ


ଚିକିତ୍ସା ପାଇଁ ଫେରିଥିବା ରୋହିତ ଶର୍ମା କିଛି ଦିନ ତଳେ ଏକ ଚାଟ ଶୋରେ ସାମିଲ ହୋଇଥିଲେ, ଯେଉଁଠି ତାଙ୍କୁ ପଚରାହୋଇଥିଲା କି ଏକ ଖେଳରେ ସାମିଲ ହେବା ପାଇଁ ସଠିକ ବୟସ କେତେ ହେବା ଉଚିତ ?, ପ୍ରଶ୍ନର ଉତ୍ତର ଦେଇ ରୋହିତ କହିଥିଲେ କି କୌଣସି ଖେଳାଳିକୁ ନିଜ ସ୍ଵପ୍ନ ବା ଇଛାକୁ ପୂରଣ କରିବା ପାଇଁ ବୟସର କୌଣସି ସୀମା ନଥାଏ । ଆମକୁ ନିଜ ସ୍ଵପ୍ନକୁ କେବେବି ଛାଡିବା କଥା ନୁହେଁ ।

ରୋହିତ ଏହି ଖେଳାଳିକୁ କହିଲେ ଆଦର୍ଶ


ଭାରତୀୟ ବ୍ୟାଟ୍ସ ମ୍ୟାନ ରୋହିତ ଶର୍ମା ଅଷ୍ଟ୍ରେଲିଆର ଦିଗ୍ଗଜ ଖେଳାଳି ମାଇକେଲ ହସୀଙ୍କର ଉଦାହରଣ ଦେଇଥିଲେ । ରୋହିତ କହିଥିଲେ, ‘ମାଇକେଲ ୩୦ ବର୍ଷରେ ନିଜ ଦେଶ ପାଇଁ ଡେବ୍ୟୁ କରିଥିଲେ । ସେ ନିଜ ଦେଶ ପାଇଁ ୬-୭ ବର୍ଷ କ୍ରିକେଟ ଖେଳିଲେ ଓ ମିଷ୍ଟର କ୍ରିକେଟର ନାମରେ ପ୍ରସିଦ୍ଧ ହୋଇଥିଲେ । ଆମେ ତାଙ୍କ ଠାରୁ ବହୁତ କିଛି ଶିଖି ପାରିବା । କୌଣସି ଖେଳକୁ ଆରମ୍ଭ କରିବା ପାଇଁ କିଛି ବୟସ ସୀମା ନଥାଏ’ ।

ରୋନାଲ୍ଡୋ ବିଷୟରେ ମଧ୍ୟ କହିଥିଲେ

ରୋହିତ ସେହି ଚାଟ ଶୋ ସମୟରେ ଫୁଟବଲର କ୍ରିଷ୍ଟିୟାନୋ ରୋନାଲ୍ଡୋଙ୍କ ବିଷୟରେ ମଧ୍ୟ କହିଥିଲେ । ରୋହିତ କହିଥିଲେ, ‘ରୋନାଲ୍ଡୋ ବହୁତ କମ ବୟସରେ ନିଜ ପିତାଙ୍କୁ ହରାଇଥିଲେ ଓ ବଡ ହେବା ପର୍ଯ୍ୟନ୍ତ ବହୁତ ସଂଘର୍ଷ କରିଥିଲେ । ଏତେ ସବୁ ହେଇ ମଧ୍ୟ ସେ ହାର ମାନି ନଥିଲେ, ଦେଖନ୍ତୁ ଆଜି ସେ କେଉଁଠି ।