ଜାଣନ୍ତୁ କାହିଁକି ଚା ଦୋକାନ କରିଥିବା ଓଡିଶାର ଏହି ବ୍ୟକ୍ତିଙ୍କୁ ରାଷ୍ଟ୍ରପତି କରିଲେ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ, ପିଏମ ମୋଦୀ ବି କରନ୍ତି ତାଙ୍କର ପ୍ରଶଂସା

୧୬ ମାର୍ଚ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ସମାରୋହରେ ପଦ୍ମଶ୍ରୀ ପୁରସ୍କାର ବିଜେତାଙ୍କୁ ସମ୍ମାନିତ କରିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଲୋକମାନଙ୍କୁ ତାଙ୍କର ଅଦ୍ଭୁତ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଛି । ଏହି ବ୍ୟକ୍ତିମାନଙ୍କ ମଧ୍ୟରେ ପଦ୍ମଶ୍ରୀ ସମ୍ମାନ ପାଇଥିବା ମାନଙ୍କ ମଧ୍ୟରେ ଅଛନ୍ତି ଆମ ଓଡିଶାର ଡୀ ପ୍ରକାଶ ରାୱ । ତାଙ୍କର ଏକ ଚା ଦୋକାନ ଅଛି ।

ଆପଣମାନେ ବର୍ତ୍ତମାନ ଚିନ୍ତା କରୁଥିବେ କି ଚା ଦୋକାନ କରୁଥିବା ବ୍ୟକ୍ତିଙ୍କର କେଉଁ ଯୋଗ୍ୟତା କାରଣରୁ ତାଙ୍କୁ ସମ୍ମାନିତ କରା ଯାଇଛି । କହି ଦେଉଛୁ ଯେ ଡୀ ପ୍ରକାଶ ରାୱଙ୍କୁ ଶିକ୍ଷା କ୍ଷେତ୍ରରେ ସାମାଜିକ ସେବା କରିବା ନିମନ୍ତେ ପଦ୍ମଶ୍ରୀ ଦିଆଯାଇଛି ।

ପିଲାମାନଙ୍କୁ ପଢାନ୍ତି ଡୀ ପ୍ରକାଶ ରାୱ

ଡୀ ପ୍ରକାଶ ରାୱ ଓଡିଶାର କଟକ ସହରର ନିବାସୀ ଅଟନ୍ତି । ଏବଂ ତାଙ୍କରର ଏକ ଚା ଦୋକାନ ଅଛି । ଏହା ଛଡା ସେ ବସ୍ତିରେ ରହୁଥିବା ପିଲାମାନଙ୍କୁ ନେଇ ଏକ ସ୍କୁଲ ବି ଚଲାନ୍ତି । ଏଠି ୭୦ ରୁ ଅଧିକ ପିଲାମାନେ ପଢନ୍ତି । ଡୀ ପ୍ରକାଶ ରାୱଙ୍କର ପିଲାବେଳ ବହୁତ ଗରିବ ଥିଲେ । ସେ ପଢାରେ ବହୁତ ଭଲ ଥିଲେ, କିନ୍ତୁ ଦରିଦ୍ରତା କାରଣରୁ ୫ ବର୍ଷ ବୟସରେ ହିଁ ତାଙ୍କୁ ପଢା ଛାଡିବାକୁ ପଡିଲା । ଏହା ପରେ ୬ ବର୍ଷ ବୟସରେ ହିଁ ସେ ଚା ବିକ୍ରି କରିବାକୁ ଆରମ୍ଭ କରିଦେଲେ ।

ତାଙ୍କ ମନରେ ସବୁବେଳେ ଗୋଟିଏ ଦୁଖ ରହୁଥିଲା କୁ ସେ ନିଜର ଶିକ୍ଷା ପୁରା ନ କରି ପାରିଲେ ନାହିଁ । ଯେତେବେଳେ ସେ ବଡ ହେବାକୁ ଲାଗିଲେ ତେବେ ତାଙ୍କୁ ଲାଗିଲା କି ଯେଉଁଭଳି ଭାବରେ ତାଙ୍କୁ ଗରିବୀ କାରଣରୁ ପଢା ଛାଡିବାକୁ ପଡିଲା ଏହା କୌଣସି ଅନ୍ୟ ପିଲାଙ୍କ ସହ ନେ ହେଉ । ସେଥିପାଇଁ ସେ ବସ୍ତିରେ ରହୁଥିବା ପିଲାମାଙ୍କୁ ପଢାଇବା ଆରମ୍ଭ କରିଦେଲ । ସେ ଚା ଦୋକାନ ସହିତ ସ୍କୁଲ ବି ଚଳାଇଲେ ।

କେବଳ ଏତିକି ନୁହେଁ ତାଙ୍କୁ ସମୟ ମିଳିଲେ ହସ୍ପିଟାଲକୁ ଯାଇ ରୋଗୀମାନଙ୍କର ସେବା ବି କରନ୍ତି । ଏଥିପାଇଁ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଛି ।

ପିଲାମାନଙ୍କର ଭବିଷ୍ୟତ ସୁଧାରିବା ପାଇଁ ଖୋଲିଲେ ସ୍କୁଲ

ପ୍ରକାଶ ରାୱ କହିଲେ କି ତାଙ୍କ ସ୍କୁଲର ପିଲାମାନଙ୍କୁ ରାସ୍ତାରେ ବୁଲିବା ଏବଂ ଘରେ ବସିବାକୁ ଭଲ ଲାଗେ ନାହିଁ ତାଙ୍କୁ ସ୍କୁଲରେ ପଢିବାକୁ ଭଲ ଲାଗେ । ଡୀ ପ୍ରକାଶ ରାୱ ଏଠି ପିଲମାନଙ୍କୁ କେବଳ ଶିକ୍ଷା ଦିଅନ୍ତି ନାହିଁ, ଏହା ଛଡା ବି ସେ ସେମାନଙ୍କୁ ଗୀତ, ପାଣିରେ ପହଁରିବା ଏବଂ ଯୁଡୋ ଇତ୍ୟାଦି ବି ଶିଖାଇ ଥାନ୍ତି । ଏହି କାରଣରୁ ସ୍କୁଲରେ ପିଲାମାଙ୍କର ମନ ଲାଗିଥାଏ ।

ତାଙ୍କର ଏହି କାମ ପାଇଁ ପିଏମ ମୋଦୀ ବି ରେଡିଓର କାର୍ଯ୍ୟକ୍ରମ ‘ମନ କି ବାତ’ରେ ତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି । ଏହା ପୂର୍ବରୁ ବି ମୋଦୀ ନିଜେ ରାୱଙ୍କ ସହ ଯାଇ ଦେଖା କରିଥିଲେ । ପିଏମ ମୋଦୀଙ୍କ ସହ ଦେଖା କରିବା ବିଷୟରେ ରାୱ କହିଲେ କି ମୋଦୀ ଯେତେବେଳେ ଓଡିଶା ଆସିଥିଲେ ତେବେ ସେ ୧୫ – ୨୦ ଜଣ ପିଲାମାନଙ୍କ ସହ ମୋଦୀଙ୍କୁ ଦେଖା କରିବାକୁ ଯାଇଥିଲେ ।

ସେ ସମୟରେ ପିଏମ ମୋଦୀ ମୋତେ କହିଥିଲେ କି ସେ କେବଳ ତାଙ୍କ ସହିତ ହିଁ ଦେଖା କରିବାକୁ ଆସିଛନ୍ତି, ମୁଁ ଆପଣଙ୍କ ବିଷୟରେ ସବୁକିଛି ଜାଣିଛି । ଏହି ଘଟଣା ପରେ ଲୋକମାନେ ରାୱଙ୍କର ପାଦ ଧରି ନମସ୍କାର କରିବାକୁ ଲାଗିଲେ । ପିଏମ କହିଥିଲେ କି ଏହା ପରେ ସେ ଯେତେବେଳେ ବି ଓଡିଶା ଆସିବେ ସେତେବେଳେ ସେ ତାଙ୍କ ସ୍କୁଲରେ ଭୋଜନ କରି ନିଶ୍ଚିତ ଯିବେ ।

ଆଶାକରୁଛୁ ଆମର ଏହି ପୋଷ୍ଟଟି ନିଶ୍ଚୟ ଭଲ ଲାଗିଥିବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।