କାହା ପାଦଧୂଳି ଘରେ ପଡିବା ମାତ୍ରେ ଗରିବ ଲୋକ ବି ଧନୀ ହୋଇଯାଏ ? ଏହାସହ ଜାଣନ୍ତୁ ଆହୁରି 20+ ଅନୁଚିନ୍ତା

ଜୀବନରେ ନୀତି ନିୟମ ପ୍ଳାନ କରିବା ନିତାନ୍ତ ଆବଶ୍ୟକ ହୋଇଥାଏ, ଏହାଦ୍ବାରା ଅଭାବ ଅସୁବିଧା ଦୂର ହୋଇ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ । ପୋଡି ଯାଇଥିବା ବସ୍ତ୍ର ବା ନିଆଁହୁଳା ପଡି ଟିକେବି କଣା ହୋଇଥିବା ବସ୍ତ୍ର କେବେବି ପିନ୍ଧିବା ଉଚିତ ନୁହେଁ, ଏହା ଅମଙ୍ଗଳକାରୀ ହୋଇଥାଏ । ମାଙ୍କଡ ଯଦି ଘର ଭିତରକୁ ପଶିଯାଏ ତେବେ ଅର୍ଥହାହୀ ହୋଇଥାଏ, ତେଣୁ ହନୁମାନ ଚାଳିଶା ପାଠ କରିବା ସହ ଦକ୍ଷିଣା ଦାନ କରିବା ଉଚିତ ।

ଲୁଣକୁ ସବୁବେଳେ କାଚପାତ୍ରରେ ରଖିବା ଉଚିତ ଏବଂ ସେଥିରେ ଚାରୋଟି ଲବଙ୍ଗ ପକାଇଲେ ଋଣଭାର ଦୂର ହୋଇ ଆର୍ଥିକସ୍ଥିତି ଭଲ ରହିଥାଏ । ପ୍ରତ୍ଯେକ ଦିନ ଗୀତାର ଗୋଟିଏ ଶ୍ଳୋକ ପାଠ କରିବା ଉଚିତ ଏବଂ ଗର୍ଭବତୀ ମହିଳାମାନେ ଗୀତା ପାଠ କଲେ ବହୁତ ମଙ୍ଗଳ ହୋଇଥାଏ । ଠାକୁର ପୂଜା କରିବା ସମୟରେ ତମ୍ବା ବାସନ ବ୍ୟବହାର କରିବା ଉଚିତ ଏବଂ ସୂର୍ଯ୍ୟଙ୍କୁ ଜଳଦାନ ସମୟରେ ତମ୍ବା ମୁଦି ପିନ୍ଧିଲେ ମଙ୍ଗଳକାରୀ ହୋଇଥାଏ ।

ସୂର୍ଯ୍ୟ ଅସ୍ତ ହେବା ପରେ ବାହାର ଲୋକଙ୍କୁ କେବେବି କ୍ଷୀର, ହଳଦୀ ଏବଂ ଝାଡୁ ଦେବା ଉଚିତ ନୁହେଁ, ଏହା ଅମଙ୍ଗଳକାରୀ ହୋଇଥାଏ । ମହୁଫେଣା ଯଦି ଘରେ କିମ୍ବା ବାଡିରେ ହୋଇଥାଏ ତେବେ ଭାଙ୍ଗିବା ଉଚିତ ନୁହେଁ, ଏହା ବହୁତ ଶୁଭଫଳ ପ୍ରଦାନ କରିଥାଏ । ଦୋକାନରେ ଦୁଇଟି ଗୋମତୀଚକ୍ର ଲାଲ କପଡାରେ ବାନ୍ଧି ପଇସା ବାକ୍ସରେ ରଖିବା ଦ୍ଵାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ ।

ନିମ୍ବଗଛ କେବେବି କାଟିବା ଉଚିତ ନୁହେଁ କିମ୍ବା ନିମ୍ବକାଠ ଜାଳିବା ଅନୁଚିତ, କାରଣ ଏହାର ଧୂଆଁ ନାକରେ ବାଜିଲେ ନପୁଂସକତା ଦେଖା ଦେଇଥାଏ । ନଖ କିମ୍ବା ଦାଢି କେବେବି ବାଥରୁମରେ କାଟିବା ଅନୁଚିତ, ଏହା କ୍ଷତିକାରକ ତଥା ଅମଙ୍ଗଳକାରୀ ହୋଇଥାଏ । ଶନିବାର ଦିନ କେବେବି ଲୁହା, ଚମଡା ଜାତୀୟ ଦ୍ରବ୍ଯ, ତେଲ, ଲୁଣ ଏବଂ କୋଇଲା କିଣିବା ଅନୁଚିତ କିମ୍ବା ଘରକୁ ଆଣିଲେ ଅମଙ୍ଗଳ ହୋଇଥାଏ ।

ଛେଳି ଖୁରାର ଧୂଳି କିମ୍ବା ଘୁଷୁରି ଖୁରାର ଧୂଳି ଘରେ ପଡିବା ଉଚିତ ନୁହେଁ ଏହାଦ୍ବାରା ଧନହାନି ହୋଇ ଦରିଦ୍ରତା ପ୍ରାପ୍ତ ହୋଇଥାଏ । ଗାଈ ଖୁରାର ଧୂଳି, ଧାନର ଧୂଳି, ଭଣଜା ପାଦଧୂଳି କିମ୍ବା ବ୍ରାହ୍ମଣ ପାଦଧୂଳି ଘରେ ପଡିଲେ ଦରିଦ୍ରତା ବୃଦ୍ଧି ହୋଇ ଧନବୃଦ୍ଧି ହୋଇଥାଏ । ରବିବାର ଦିନ ବେଲଗଛ ପୂଜା କରି ପ୍ରଦକ୍ଷିଣ କରିବା ଦ୍ଵାରା ମଙ୍ଗଳ ହୋଇଥାଏ, ଏହିପରି ୭ଟି ରବିବାର କରିବା ଦ୍ଵାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

ଗୁରୁଜନଙ୍କ ପାଖରେ ବସିବା ସମୟରେ କେବେବି ବଡ ପାଟିରେ ହସିବା ଉଚିତ ନୁହେଁ କିମ୍ବା ଆଙ୍ଗୁଠି ଫୁଟାଇବା ଅନୁଚିତ, ଏହାଦ୍ବାରା ଅମଙ୍ଗଳ ହୋଇଥାଏ । ଯଦି କାଳସର୍ପ ଦୋଷ ରହିଥାଏ କିମ୍ବା ବିବାହ ବିଳମ୍ବ ହେଉଥାଏ ତେବେ ବାଥରୁମରେ ଆଳତୀ କର୍ପୁର ରଖିବା ଦ୍ଵାରା ମଙ୍ଗଳ ହୋଇଥାଏ । ଦୀପାବଳୀ, ଶିବରାତ୍ରି, ଜନ୍ମାଷ୍ଟମୀ ଏବଂ ଦୋଳପୂର୍ଣ୍ଣିମା ଦିନ ରାତିରେ ଉଜାଗର ରହି ଠାକୁରଙ୍କ ନାମ ସ୍ମରଣ କରିବା ଦ୍ଵାରା ଭାଗ୍ୟ ଉଜ୍ଵଳ ହୋଇଥାଏ ।

ଘର ସାମ୍ନାରେ କେବେବି ପଥର ଗଦାକରି ରଖିବା ଉଚିତ ନୁହେଁ କିମ୍ବା କଣ୍ଟାଗଛ ଏବଂ କ୍ଷୀର ବାହାରୁଥିବା ଗଛ ରଖିବା ଅନୁଚିତ, ଏହାଦ୍ବାରା ଅଶୁଭ ହୋଇଥାଏ । ଯଦି ବିଜୁଳି ଘଡଘଡି ମାରୁଥାଏ ତେବେ ଦଧିଚିଙ୍କ ନାମ ସାତଥର ନେବା ଦ୍ଵାରା ବିଜୁଳି ଘଡଘଡି କିଛି କ୍ଷତି କରି ନଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।