କାହିଁକି କାଦୁଅ ବିଲରେ ଧାନ ରୋଇଲେ ସାଂସଦ Aparajita Sarangi ? ଏ ନେଇ ସେ କଣ କହିଲେ ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ । କଥା ରେ ଅଛି ଯଦି କେହି ଦୁଃଖୀ ର ଦୁଃଖ ଜାଣିବାକୁ ଚାହୁଁଥାନ୍ତି, ତେବେ ତା ଦୁଃଖକୁ ତା ନିକଟରେ ଯାଇ ହିଁ ବୁଝାଯାଇ ପାରିବ । ବନ୍ଧୁଗଣ ଇତିହାସ ରେ ମଧ୍ୟ ଦେଖା ଯାଇଛି ଯେ ରାଜା ନିଜ ପ୍ରଜା ର ପ୍ରକୃତ ଦୁଃଖ କଷ୍ଟ କୁ ଜାଣିବା ପାଇଁ ପ୍ରାୟତଃ ମଝିରେ ମଝିରେ ନିଜ ସିଂହାସନ ରୁ ଓହ୍ଲାଇ ପ୍ରଜାଙ୍କ ଭିତରେ ଯାଇ ତାଙ୍କ ଦୁଃଖ କୁ ବୁଝି ଥାନ୍ତି । ଏହାଦ୍ବାରା ସଧାରଣ ବ୍ୟକ୍ତି ନିଜ ଶାସକଙ୍କ ସହ କଥା ହେବା ସମୟରେ ମନରେ କୌଣସି ପ୍ରକାର ର ସଂଶୟ ନ ରଖି ନିଜ ମନର ସମସ୍ତ କଥା ନିଜ ଶାସକଙ୍କୁ ଖୋଲି ଜଣାଇ ପାରିଥାଏ । 

ବନ୍ଧୁଗଣ ଆଜି ର ସମୟରେ ମଧ୍ୟ ସାଂସଦ ଅପରାଜିତା ଷଡଙ୍ଗୀ ସେହି ଭଳି କିଛି କରିଥିବାର ଲୋକ ମାଧ୍ୟମ କୁ ଆସିଅଛି । ସେ ନିଜେ ଚାଷୀ ଭାଇ ବନ୍ଧୁ ମାନଙ୍କ ସହ, କ୍ଷେତର ମାଟିରେ ପଶି ଧାନ ରୋଉ ଥିବାର ଦେଖା ଯାଇଛି । ତାଙ୍କୁ ଏପରି କରିବାର କାରଣ ପଚାରିବାରୁ ସେ କହିଛନ୍ତି, ସେ ଚାଷୀ ଭାଇ ବନ୍ଧୁ ମାନଙ୍କ ପାଖକୁ ଯିବାର ଏକ ମୁଖ୍ୟ କାରଣ ଥିଲା ।

ସବୁକଥା ଭଳି ସମ୍ବାଦ ର ମଧ୍ୟ ଏକ ଶୈଳୀ ରହିଅଛି । ଯଦି ଏକ ଜନ ପ୍ରତିନିଧି ନିଜ ମଞ୍ଚ ଉପରେ ବସି ଚାଷୀ ମାନଙ୍କୁ ତାଙ୍କର ଦୁଃଖ ସମସ୍ଯା ବିଷୟରେ ପଚାରନ୍ତି ତେବେ ହୁଏତ ସେ ନିଜ ମନର କଥା ବା ନିଜର ସମସ୍ତ ଦୁଃଖ ସମସ୍ଯା ତାଙ୍କ ଆଗରେ ଖୋଲି କରି କହି ନ ପାରନ୍ତି ।

ହୁଏତ ସେ ମଧ୍ୟ ତାହାକୁ ବୁଝି ନ ପାରନ୍ତି, ବା ଠିକ ଭାବରେ ହୃଦୟଙ୍ଗମ କରି ନ ପାରନ୍ତି । ତେଣୁ ସେ ନିଜେ ମଞ୍ଚ ଉପରୁ ଓହ୍ଲାଇ ତାଙ୍କ ନିକଟ କୁ ଯାଇ ତାଙ୍କ ସହ କ୍ଷେତରେ ଧାନ ରୋପନ କରିଥିଲେ । ଏବଂ ତାଙ୍କ ମାନଙ୍କୁ ପ୍ରଶ୍ନ ମଧ୍ୟ କରିଥିଲେ କି ସେମାନେ କାହା ଜମି ରେ କାମ କରୁଛନ୍ତି, ଓ ତାହାଛଡା ଦିନକୁ କେତେ ରୋଜଗାର କରୁଛନ୍ତି, ଚାଳୁଛନ୍ତି କିପରି, ଓ ଯେତେ ଟଙ୍କା ଦରକାର ତାହା ସେତେ ଅନୁସାରେ ମିଳି ପାରୁଛି ନା ନାହିଁ ?

ଏହି ସବୁ ପ୍ରଶ୍ନ କରିବା ଫଳ ରେ ଚାଷୀ ଭାଇ ମାନେ ମଧ୍ୟ ନିଜ ମନ ଖୋଲି ବିଭିନ୍ନ ବିଷୟରେ କହିବାକୁ ଆରମ୍ଭ କରିଥିଲେ । ତାହାପରେ ଏହା ମଧ୍ୟ କହିଥିଲେ କି ବର୍ତମାନ ତ ତଳି ନାହିଁ ତ ସେ କେମିତି ଲଗେଇବେ ? ତାହାଛଡା ଆହୁରି ଭିନ୍ନ ଭିନ୍ନ ସମସ୍ଯା ମଧ୍ୟ ଖୋଲି କରି ଜଣାଇ ଥିଲେ । ତାଙ୍କ ଅନୁସାରେ ସେ ଯେଉଁ ଉଦେଶ୍ୟ ଟିକୁ ନେଇ ନିଜ ମଞ୍ଚ ରୁ ଓହ୍ଲାଇ ଆସିଥିଲେ ତାହା ଫଳୀଭୂତ ହୋଇଛି ।

ତାହାଛଡା ସେ ଆହୁ ଏକ ସନ୍ଦେଶ ମଧ୍ୟ ଦେଇଛନ୍ତି, କି ଯେତେ ସବୁ ଶାସକ ମାନେ ରହିଛନ୍ତି । ସେମାନେ ନିଜେ ଜନତା ମାନଙ୍କ ପାଖକୁ ଯାଇ ତାଙ୍କ ପାଖରେ ରହି ତାଙ୍କ ଦୁଃଖ ବୁଝି ସେମାନଙ୍କର ଦୁଃଖ ର ନିବାରଣ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଏହି ପୋଷ୍ଟଟି ଭଲଲାଗେ, ତେବେ ଆମ ପେଜ ଟିକୁ ଲାଇକ ଏବଂ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ