ବର୍ଷା ମ୍ୟାଡମ ମୋ ବାପାଙ୍କ ଦେହ ଅସୁସ୍ଥ । ସେ କାହାକୁ ବି ଚିହ୍ନି ପାରୁ ନାହାନ୍ତି । କିନ୍ତୁ ମୁଁ ମୋ ବାପାଙ୍କୁ ଆଜି ଏମିତି କିଛି କହି ଆସିଛି ଯାହା ଗୋଟେ ପୁଅ ପକ୍ଷେ ସମ୍ଭବ ନୁହେଁ । ଆଉ ଏବେ ମୋତେ ଯାହା ଫିଲ ହେଉଛି ମୁଁ ହିଁ ଜାଣିପାରୁଛି । ହଁ ଦର୍ଶକ ବନ୍ଧୁ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଆଜି ପୁଣି ଥରେ କାନ୍ଦି ପକାଇଛନ୍ତି । ସୋସିଆଲ ମିଡିଆରେ କାନ୍ଦି କାନ୍ଦି ଅନୁଭବ ମହାନ୍ତି କିଛି ଏମିତି କଥା କହିଛନ୍ତି ଯାହାକୁ ଶୁଣିବା ପରେ କେହି ବି ଧର୍ଯ୍ୟ ଧରି ରହିପାରିବେ ନାହିଁ ।
ସେ ତାଙ୍କ ଦୁଃଖ କୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ହାତ ଯୋଡି ଗୁହାରି ହୋଇଛନ୍ତି ବର୍ଷା ଙ୍କ ଆଗରେ ଅନୁଭବ । ସେ ତାଙ୍କ ଦୁଃଖ ବଖାଣିବା ସମୟରେ କୋହ ସମ୍ଭାଳି ପାରୁ ନ ଥିଲେ । କାରଣ ତାଙ୍କ ବାପାଙ୍କ ପାଇଁ ସେ ଏବେ ଦୁଃଖୀତ ହୋଇ ପଡିଛନ୍ତି । ତାଙ୍କ ବାପାଙ୍କର ଏମିତି ଅବସ୍ଥା ସମୟରେ ବର୍ଷା ଙ୍କର ଏମିତି ଅଭିନୟ ତାଙ୍କୁ ଆହୁରି ଅଧିକ ଆଘାତ ଦେଇଛି । ଏମିତି କିଛି ଭାବନା କୁ ଅନୁଭବ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ଅନୁଭବ କାନ୍ଦି କାନ୍ଦି କହିଛନ୍ତି କି ବାପଙ୍କର ଡାଇଲେସିସ ଅଛି । ସେ କାହାକୁ ଜାଣିପାରୁ ନାହାନ୍ତି । ବାରମ୍ବାର ବେହୋସ ହୋଇ ଯାଉଛନ୍ତି । ବାପାଙ୍କ ପାଇଁ ମା କି ଘରର କେହି ସଦସ୍ୟ ସୋଇପାରୁ ନାହାନ୍ତି । ସକାଳ 5ଟା ଯାଏଁ ସମସ୍ତେ ଆମେ ଅନିଦ୍ରା ହୋଇ ରହିଛୁ । ବର୍ଷା ମ୍ୟାଡମ ମୋ ବାପାଙ୍କ କଷ୍ଟ କୁ ଟିକେ ବି ଅନୁଭବ କରିଲେ ନାହିଁ ।
ଯଦି ଅନୁଭବ କରିଥାନ୍ତେ ତେବେ ଛାଡପତ୍ର ପାଇଁ ରାଜି ହୋଇଥାନ୍ତା । ଏମିତି କିଛି କହିଛନ୍ତି ଅନୁଭବ ମହାନ୍ତି । ବର୍ଷା ଙ୍କୁ ଟ୍ବିଟ ରେ ଗତ କିଛି ତଳେ ଗୁହାରି କରିଥିଲେ ଅନୁଭବ କି ଆମେ ସ୍ଵାମୀ ସ୍ତ୍ରୀ ହୋଇ ନ ରହିଲେ କଣ ହେଲା ଗୋଟେ ଭଲ ବନ୍ଧୁ ହିସାବ ରେ ତ ରହିପାରିବା । ମୁଁ ତୁମକୁ ବହୁତ ଭଲ ପାଏ । ଛାଡପତ୍ର ଭଲରେ ଭଲରେ ହୋଇଯାଉ ବୋଲି ଏମିତି କହି ବର୍ଷାଙ୍କୁ ଅନୁରୋଧ କରିଥିଲେ ଅନୁଭବ ।
କିନ୍ତୁ ଅନୁରୋଧ କୁ ଗ୍ରହଣ କରି ନ ଥିଲେ ବର୍ଷା । ସିଧା ସିଧା ସୋସିଆଲ ମିଡିଆରେ ବର୍ଷା ବ୍ଲକ କରି ଦେଇଥିଲେ ଅନୁଭବ ଙ୍କୁ । ଯାହା ପରେ ସୋସିଆଲ ମିଡିଆରେ କାନ୍ଦି କାନ୍ଦି କିଛି ଏମିତି ବଖାଣିଛନ୍ତି ଅନୁଭବ । କାନ୍ଦି ଅକନ୍ଦି ତାଙ୍କ ଦୁଃଖ କୁ ବଖାଣିଛନ୍ତି ଅନୁଭବ ଯାହାକୁ ଶୁଣିଛି ସାରା ଓଡିଆ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
ସେପଟେ ପରିବାର ଅଦାଲତ ରେ ଛାଡପତ୍ର ମାମଲା ଖାରଚ ହେବା ପରେ ଏମିତି ଭାଙ୍ଗି ଅଡିଛନ୍ତି ଅନୁଭବ । ପ୍ରତିଟି ସମୟରେ ସୋସିଆଲ ମିଡିଆରେ ଛାଡପତ୍ର ପାଇଁ ଗୁହାରି କରୁଛନ୍ତି ଅନୁଭବ ବର୍ଷା ଙ୍କୁ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।