କାହିଁକି ପାଳନ ହୁଏ ରଜ ? ଜାଣନ୍ତୁ ଏହା ପଛର ଅକୁହା କଥା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କୁମାରୀ ଝିଅ ମାନଙ୍କର ରଜପର୍ବ ହେଉଛି ଏକ ବିଶିଷ୍ଠ ପର୍ବ । ଏହି ପର୍ବରେ ଝିଅ ମାନେ ନୂତନ ପୋଷାକକୁ ପିନ୍ଧି ହୋଇ ପାଦରେ ଅଳତା ଓ ହାତରେ ମେହେନ୍ଦୀ ଲଗାଇ ସଜବାଜ ହୋଇଥାନ୍ତି । ଏହି ୩ ଦିନ ରଜପର୍ବ ସମସ୍ତ ଝିଅ, ବୋହୁ ମାନେ ଖୁବ ଧୂମଧାମ ସହକାରେ ପାଳନ କରିଥାନ୍ତି । ଏହା ସହିତ କଟା, ବଟା ଓ ସଫାସଫି ଆଦି କାର୍ଯ୍ୟକୁ ଝିଅ ମାନେ କରିବା କରିବା ପାଇଁ ବାରଣ ହୋଇଥାଏ ।

ତେବେ ଓଡିଶାର ଏହି ମୁଖ୍ୟ ପର୍ବ ରାଜପର୍ବକୁ କାହିଁକି ପାଳନ କରାଯାଇଥାଏ ? ତାହା କଣ ଆପଣ ଜାଣିଛନ୍ତି ! ତେବେ ଆସନ୍ତୁ ଏହି ସମ୍ପର୍କରେ ଆଲୋଚନା କରିନେବ । ତେବେ ଯେପରି ପ୍ରତ୍ଯେକଟି ଝିଅ, ବୋହୁ ମାନଙ୍କର ମାସିକ ଋତୁସ୍ରାବ ବା ମାସିକ ଧର୍ମ ହୋଇଥାଏ । ସେହିପରି ମାତା ବସୁମତୀ ବା ବସୁଧା ମା’ ଙ୍କର ମଧ୍ୟ ମାସିକ ଧର୍ମ ହୋଇଥାଏ । ତେବେ ରଜ ୩ ଦିନ ଯାକ ବସୁମତୀ ମା’ ରଜସ୍ଵିଳା ନାରୀ ହୋଇଥାନ୍ତି ।

ସେହି ରଜସ୍ଵୀଳା  ଶବ୍ଦରୁ ରଜ ଶବ୍ଦଟି ଆସିଅଛି । ତେଣୁ ଏହି ୩ ଦିନ ଝିଅ ମାନଙ୍କୁ ଠାକୁର ପୂଜା କରିବାକୁ ମଧ୍ୟ ବାରଣ କରାଯାଇଥାଏ। ଯେହେତୁ ମା’ ବସୁଧା ଏହି ରଜ ୩ ଦିନ ନିଜର ମାସିକ ଧର୍ମ ପାଳନ କରିଥାନ୍ତି । ତେଣୁ ଭୂମୀ ଉପରେ କୌଣସି କାର୍ଯ୍ୟ ରଜ ୩ ଦିନ କରିବା ପାଇଁ ବାରଣ କରାଯାଇଥାଏ । ଯେପରି କୌଣସି ମଧ୍ୟ ଚାଷୀ ଭାଇ ହଲ, ଲଙ୍ଗଳ ଧରି ଭୂମୀ ମା’ ଉପରେ ଚାଷ କରି ଭୂମୀ ମା’ ଙ୍କୁ ଆଘାତ ଦିଅନ୍ତି ନାହିଁ ।

ଏହା ସହ ଝିଅ ମାନେ ମଧ୍ୟ ଏହି ରଜ ୩ ଦିନ ଖାଲି ପାଦରେ ଭୂମୀ ଉପରେ ଚାଲିବାକୁ ବାରଣ କରାଯାଇଥାଏ । ଯାହା ଦଦ୍ଵାରା ମା’ ବସୁଧାଙ୍କୁ କଷ୍ଟ ହୋଇଥାଏ । ତେଣୁ ଝିଅ ମାନେ ଏହି ସମୟରେ ନିଜର ପାଦରେ କଦଳୀ ପଟୁଆ ପିନ୍ଧି ଭୂମୀ ଉପରେ ଚାଲିବାର ବିଧି ରହିଥାଏ । ଯେପରି ମହିଳା ମାନଙ୍କର ମାସିକ ଧର୍ମ ସମୟରେ ତାଙ୍କୁ କଷ୍ଟ, ଯନ୍ତ୍ରଣାର ସାମ୍ନା କରିବାକୁ ପଡିଥାଏ ।

ସେହିମାରି ବସୁମତୀ ମା’ ଙ୍କୁ ମଧ୍ୟ ଏହି ୩ ଦିନ କଷ୍ଟ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ତେଣୁ ଏହି ସମୟରେ ଝିଅ ମାନଙ୍କୁ ଘରର ସମସ୍ତ କାର୍ଯ୍ୟରୁ ନିବୃତ୍ତ ରଖାଯାଇଥାଏ । କାରଣ ଝିଅ ମାନେ ମଧ୍ୟ ଘରର ଲକ୍ଷ୍ମୀ ସଦୃଶ ହୋଇଥାନ୍ତି । ରଜର ଶେଷ ଦିନକୁ ବସୁମତୀ ସ୍ନାନ କୁହାଯାଇଥାଏ । ଏହି ଦିନ ରଜସ୍ଵୀଳା ହୋଇଥିବା ବସୁମତୀ ମା’ ସ୍ନାନାଦି କାର୍ଯ୍ୟ କରି ଶୁଦ୍ଧପୁତ୍ତ ହୋଇଥାନ୍ତି ।

ତେଣୁ ଓଡିଆ ଘରେ ଘରେ ଶୀଳପୁଆରେ ହଳଦୀ ଓ ଅନ୍ୟାନ୍ୟ ସାମଗ୍ରୀର ସମିଶ୍ରଣରେ ମା’ ଙ୍କୁ ସ୍ନାନ କରାଯାଇଥାଏ । ଏହାପରେ ରଜ ପର୍ବ ଶେଷ ହୋଇଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ