କିଛି ସମୟ ମଧ୍ୟରେ ଯୂଈରେ ଜଳିଥାନ୍ତା ଶବ, ହେଲେ ଉଠିବସିଲା ଜିଅନ୍ତା ଶବ, ଯାହାକୁ ଦେଖି ଘର ଲୋକେ ହେଲେ ଆଶ୍ଚର୍ଯ୍ୟ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କିଛି ସମୟ ମଧ୍ୟରେ ଜଳିବାକୁ ଯାଉଥିଲା ଯୂଈ ! ହେଲେ ଶବ ଉଠି ବସିଲା । ତେବେ ଖବର ମୁତାବିକ ଏଭଳି ଘଟଣା କପ୍ଟିପଦା ଥାନା ଅନ୍ତର୍ଗତ ଭାଲୁହୁରୁଡା ଗ୍ରାମରେ ଦେଖିବାକୁ ମିଳିଛି । ତେବେ ସେହି ଗ୍ରାମର ସୁହାଗିନୀ ବିନ୍ଧାଣୀ ନାମକ ଏକ ମହିଳା ଗତ କିଛି ଦିନ ଧରି ସ୍ଵାସ୍ଥ ଖରାପ ଥିବା ହେତୁ ଅସୁସ୍ଥ ହୋଇପଡିଥିଲେ । ହେଲେ କାଲି ଗତ ରାତିରେ ଦେହ ଅଧିକ ଅସୁସ୍ଥ ହୋଇପଡିବା କାରଣରୁ ତାଙ୍କୁ ହଟାତ ମେଡିକାଲକୁ ନିଆ ଯାଇଥିଲା ।

ସେଠାରେ ଡାକ୍ତର ତାଙ୍କୁ ମୃ-ତ ବୋଲି ଘୋଷଣା କରିଥିଲେ । ଯେତେବେଳେ ଘର ପରିବାର ଲୋକେ ଜାଣିବାକୁ ପାଇଥିଲେ । ଯେ ସୁହାଗିନୀଙ୍କର ମୃ-ତ୍ୟୁ ଘଟି ଯାଇଛି । ସେତେବେଳେ ପୁରା ପରିବାରରେ ଦୁଃଖର ଛାୟା ଖେଳି ଯାଇଥିଲା । ତାପରେ କିଛି ସମୟ ଗଲା ପରେ ମୃ-ତ ସୁହାଗିନୀଙ୍କର ଅନ୍ତିମ ଦାହ ପାଇଁ ସମସ୍ତ ସରଞ୍ଜାମ ଯୋଗାଡ କରିବାରେ ଘର ଲୋକେ ଲାଗି ପଡିଥିଲେ । ଏହାରି ମଧ୍ୟରେ ଅନ୍ତିମ ସଂସ୍କାର ପାଇଁ ମଧ୍ୟ କାଠ ମଧ୍ୟ ଯୋଗାଡ ହୋଇ ସାରିଥିଲା ।

ହେଲେ ହଟାତ ସେଠାରେ ଏପରି ଏକ ସ୍ଥିତି ଉପୁଜିଥିଲା । ଯାହାକୁ ଆଖିରେ ନଦେଖିଲେ କେହି ମଧ୍ୟ କେବେ ବି ବିଶ୍ବାସ କରିପାରିବେ ନାହିଁ । କାରଣ ହଟାତ ମରିଯାଇଥିବା ମହିଳା ଜଣଙ୍କ ଉଠି ବସିଥିଲେ । ଏହାପରେ ଘର ଲୋକଙ୍କୁ ପାଣି ପିଇବାକୁ ମଧ୍ୟ ମାଗିଥିଲେ । ଯାହାକୁ ଦେଖି ଘର ପରିବାର ଲୋକେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେତେବେଳେ ସୁହାଗିନୀଙ୍କର ନିଶ୍ଵାସ ଓ ପ୍ରଶ୍ଵାସ ଚାଲୁଥିଲା ବୋଲି ମଧ୍ୟ ଘର ଲୋକେ କହିଥିଲେ ।

ଏହାପରେ ଘର ଲୋକେ ସଙ୍ଗେ ସଙ୍ଗେ ଗୁଣିଆକୁ ଡାକି ଉକ୍ତ ମହିଳା ଜଣଙ୍କୁ ଝଡାଫୁଙ୍କା କରିବାକୁ ଲାଗିଥିଲେ । ଏହାପରେ ପୁଣି ଥରେ ଉକ୍ତ ମହିଳାଙ୍କୁ ନେଇ ଘର ଲୋକେ ଡାକ୍ତରଖାନାକୁ ଯାଇଥିଲେ । ସେଠାରେ ପୁଣି ଡାକ୍ତର ଉକ୍ତ ମହିଳାଙ୍କୁ ମୃ-ତ ଘୋଷଣା କରିଥିଲେ । ଯାହାକୁ ନେଇ ଡାକ୍ତରଖାନା ପରିସରରେ ଅପ୍ରୀତିକର ପରିବେଶ ଦେଖା ଯାଇଥିଲା ।

ଏହା ବିଶ୍ବାସ ନା ଅନ୍ଧ ବିଶ୍ବାସ ଯାହାକୁ ନେଇ ଘର ଲୋକେ ଏପରି କରୁଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠୁଛି ? ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଅପଡେଟ ପାଇବା ପାଇଁ ଆମ ସହ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏହା ସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ