ଛୋଟ ଝିଅଟି ପୋଲିସକୁ ଦାନ କରିଦେଲା ୧.୫୦ ଲକ୍ଷ ଟଙ୍କା, କହିଲା – ମୋର ଜନ୍ମଦିନ ଠୁ ଅଧିକ ଲୋକମାନଙ୍କର ସୁରକ୍ଷା ଅଧିକ ଜରୁରୀ, ଜାଣନ୍ତୁ ପୁରା ଘଟଣା

ତାମିଲନାଡୁର ଚେନ୍ନଈର ଏକ ୯ ବର୍ଷର ଝିଅ ହୃଦୟରୁ ବଡ ପଣିଆ ଦେଖାଇଛି । ଝିଅଟି ପୋଲିସଙ୍କୁ ୧.୫ ଲକ୍ଷ ଟଙ୍କା ଦାନ ଦେଇଛି । ଝିଅଟି ଏହା ଏଥିପାଇଁ କରିଛି କାରଣ ପୋଲିସ ୩୦ ଟି କ୍ଲୋଜ୍ଡ ସର୍କିଟ ଟେଲିଭିଜନ (CCTV) କିଣି ପାରିବ । ୯ ବର୍ଷୀୟ ଶ୍ରୀହିତାଙ୍କର ପିତା ଏହି ଟଙ୍କା ତାହାର ଜନ୍ମଦିନ ପାଇଁ ବଞ୍ଚାଇ ରଖିଥିଲେ ।

ଯେତେବେଳେ ଶ୍ରୀହିତାକୁ ଜଣା ପଡିଲା କି ଚେନ୍ନଈ ପୋଲିସଙ୍କୁ CCTV କ୍ୟାମେରାର ଆବଶ୍ୟକତା ଅଛି ତେବେ ସେ ଏହି ନିଷ୍ପତ୍ତି ନେଲା । ସେ କହିଲା କି ମୋ ଜନ୍ମ ଦିନ ଅପେକ୍ଷା ଲୋକମାନଙ୍କର ସୁରକ୍ଷା ଜରୁରୀ ଅଟେ । ଚେନ୍ନଈ ପୋଲିସ ଥର୍ଡ ଗ୍ରେଡର ନାମକ ଏକ ଯୋଜନା ଆରମ୍ଭ କରିଥିଲେ, ଯାହାକି ‘ଥର୍ଡ ଆଈ’ ଯୋଜନାରୁ ପ୍ରେରିତ ଥିଲା ଯାହା ଦ୍ଵାରା ଟ୍ରାଫିକର ସୁରକ୍ଷାକୁ ବଢାଯିବ ।

ସିସିଟିଭି କ୍ୟାମେରା ମାଧ୍ୟମରେ ନିୟମ ଭାଙ୍ଗୁଥିବା ଲୋକମାନଙ୍କୁ ଉଚିତ ଦଣ୍ଡ ଦିଆଯିବ । ଶ୍ରୀହିତାକୁ ଏହି କଥାର ସୂଚନା ସେତେବେଳେ ମିଳିଲା ଯେତେବେଳେ ପୋଲିସ ତାଙ୍କ ପିତାଙ୍କର କାର୍ଯୀଳୟରେ ଏକ ଅନୁଷ୍ଠାନ ଆୟୋଜିତ କରି ଥିଲେ ।

ଏହା ପରେ ଶ୍ରୀହିତା ନିଜର ଜନ୍ମଦିନର ଟଙ୍କାକୁ ଏହି ଭଲ କାମରେ ଲଗାଇବା ପାଇଁ ନିଷ୍ପତ୍ତି ନେଲେ । ବର୍ତ୍ତମାନ ହିଁ ଶ୍ରୀହିତାକୁ ସିସିଟିଭି ଯୋଜନାର ଆୟୋଜିତ ଉଦ୍ଘାଟନ ସମାରୋହରେ ଚେନ୍ନାଈର ପୋଲିସ ତାଙ୍କର ଉଦାରତା ପାଇଁ ତାକୁ ସମ୍ମାନିତ କରିଛନ୍ତି । ତାକୁ ସହରର ପୋଲିସ ଆୟୁକ୍ତ ଏ କେ ବିଶ୍ଵନାଥନଙ୍କ ସହ ସାକ୍ଷାତ କରିବା ପାଇଁ ମଧ୍ୟ ଆମନ୍ତ୍ରିତ କରାଯାଇଥିଲା ।

ଏକ ରିପୋର୍ଟ ଅନୁସାରେ କୁହାଯାଉଛି କି ୨୦୧୧ରେ ଚେନ୍ନାଈରେ ୪୦ଟି ଜଙ୍କସନ ଉପରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ଏକ ଫର୍ମକୁ କଥିତ ରୂପରେ ୨.୬୯ କୋଟି ଟଙ୍କା ଦିଆଯାଇଥିଲା । କିନ୍ତୁ ସରକାରକୁ ଏଥିରେ ବହୁତ କ୍ଷତି ହୋଇଥିଲା । ରିପୋର୍ଟ ଆସିଥିଲା କି ଗୋଟିଏ ବି କ୍ୟାମେରାର ଡେଲିଭରି ହୋଇ ନାହିଁ ।

ଯଦି ଆପଣଙ୍କୁ ଶ୍ରୀହିତାଙ୍କ କାମ ଭଲ ଲାଗିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।