କରମଣ୍ଡଳ ଟ୍ରେନ ଦୁର୍ଘଟଣାରେ ବାପା ସବୁଦିନ ପାଇଁ ଚାଲିଗଲେ, ହେଲେ ଝିଅ କହୁଛି ମୋ ବାପା…. ଦେଖନ୍ତୁ video

ନମସ୍କାର ବନ୍ଧୁଗଣ । ଏବେ ବି ଆଖି ଆଗରୁ ଯାଇନି ସେ ଦ୍ରୁଶ୍ଯ । ଭୁଲି ହେଉନି ସେ ଦ୍ରୁଶ୍ଯ । ଟିଭି ରେ ବାହାନଗା ନାଁ ଶୁଣିଲେ ଭୟ ଲାଗୁଛି । ବାପାଙ୍କୁ ହରାଇବା ପରେ ଟ୍ରେନରେ କେବେ ଯିବେ ବୋଲି ସାହସ ଯୁଟାଇ ପାରୁ ନାହାନ୍ତି । ବାହାଘର ର 10 ଦିନ ପରେ ବାପାଙ୍କୁ ହାରାଇଥିବା ଏ ଗୋଟେ ଝିଅର କଥା । ଆଉ ବାପାଙ୍କ ଶୁଦ୍ଧିକ୍ରିୟା କିଛି ଏମିତି ଢଙ୍ଗରେ ବଖାଣିଛନ୍ତି ସେଦିନର ବ୍ୟଥା ।

ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନିଳଗିରି ବ୍ଲକ ଅଜୋଧ୍ୟା ଗାଁ ର କେଷେଇ ପରିବାର । ଯିଏ ଜୁନ 2 କାଳ ସୁକରବର ଦିନ ଘଟିଥିବା ଟ୍ରେନ ଦୁଘଟଣା ରେ ଘରର ଏକମାତ୍ର ରୋଜଗାରିଆ ମୁରବି ଙ୍କୁ ହରାଇଛି । ଝିଅ ବାହାଘର ବଡ ଆଡମ୍ବର ରେ କରିଥିଲେ ବାପା । ବାହାଘର ଯେମିତି କିଛି ଅସୁବିଧା ନ ହୁଏ ସେଥିଲାଗି ଧାର କରାଯା କରିଥିଲେ ।

ଆଉ ସେଥିପାଇଁ ଚେନ୍ନାଇ ଯାଇଥିଲେ ବାପା ରୋଜଗାର କରିବା ଲାଗି । ଜୁନ 2 ସୁକରବର ଦିନ ଠିକ ସନ୍ଧ୍ୟା 7ଟା ବେଳେ ହଠାତ କରମଣ୍ଡଲ ଟ୍ରେନ ଦୁର୍ଘଟଣା ର ଶିକାର ହୋଇଥିଲା । ଚାହୁଁ ଚାହୁଁ ହଜାର ହଜାର ଲୋକ ପ୍ରାଣ ହରାଇ ଥିଲେ । ଆଉ ସେହି ଦୁର୍ଘଟଣା ରେ ବାପା ସବୁ ଦିନ ପାଇଁ ଆଖି ବୁଜି ଦେଲେ । ବାହାଘର ମାତ୍ର 10 ଦିନ ପରେ ବାପା ଆଖି ବୁଜି ଥିବାରୁ ଏବେ ବି କାନ୍ଦି କାନ୍ଦି ଦିନ କାଟୁଛନ୍ତି ଝିଅ ମୋନାଲିସା ।

ଆଉ କହୁଛନ୍ତି ମୋତେ ବେଳେବେଳେ ଲାଗୁଛି ବାପା ଚେନ୍ନାଇ ରେ ଅଛନ୍ତି । ଖାଲି ଝିଅ ନୁହେଁ ବରଂ ଭାଇ କୁ ହରାଇ କାନ୍ଦି କାନ୍ଦି ନୟାନ୍ତ ହେଲେଣି ଭଉଣୀ । ମୋନାଲିସା ଙ୍କ ବାପା ଙ୍କୁ ହରାଇ ତାଙ୍କ ଭଉଣୀ ବି କାନ୍ଦି କାନ୍ଦୁ ଝୁରି ହେଉଛନ୍ତି । ହେଲେ ମାସ ଟା ପରେ ଆସିବାକୁ ଯାଉଛି ରାକ୍ଷୀ ପୂର୍ଣ୍ଣିମା ଏ କଥା କହି କାନ୍ଦି ପକାଉଛନ୍ତି ମୋନାଲିସା ଙ୍କ ବାପା ଙ୍କ ଭଉଣୀ ।

କରମଣ୍ଡଳ ଟ୍ରେନ ଦୁର୍ଘଟଣା ରେ ହଜାର ହଜାର ଲୋକଙ୍କର ପ୍ରାଣ ଚାଲି ଯାଇଛି । କିଏ ବାପା ଙ୍କୁ ତ ଆଉ କିଏ ଭାଇ କୁ ତ ଆଉ କିଏ ସ୍ଵାମୀ କୁ ହରାଇ ଗୁମୁରି ଗୁମୁରି କାନ୍ଦୁ ଛନ୍ତି । ଆଉ ସେହି ଟ୍ରେନ ଦୁର୍ଘଟଣାର ପୁନରାବୃତ୍ତି ନ ହେଉ ବୋଲି ସମସ୍ତେ କହୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।