ଯେଉଁ ମହିଳାଙ୍କ ଏହି ଅଙ୍ଗ ଉପରେ ଚୁଟି ରହିଥାଏ, ସେମାନଙ୍କ ସ୍ଵଭାବ କିଭଳି ରହିଥାଏ ? Bayagita tips

ହିନ୍ଦୁ ଧର୍ମରେ ଘରର ନାରୀଙ୍କୁ ଲକ୍ଷ୍ମୀ ବୋଲି କୁହାଯାଇଥାଏ । ସେଥିପାଇଁ ତ ଘରେ ଯେତେବେଳେ ଝିଅଟିଏ ଜନ୍ମ ହୋଇଥାଏ । ସେତେବେଳେ ଘରକୁ ଲକ୍ଷ୍ମୀ ଆସିଲା ବୋଲି କୁହାଯାଇଥାଏ । ବନ୍ଧୁଗଣ ସାମୁଦ୍ରିକ ଶାସ୍ତ୍ରରେ ସୌଭାଗ୍ୟଶାଳୀ ମହିଳା ମାନଙ୍କର ବିଶେଷତା ଉପରେ ଆଲୋଚନା କରାଯାଇଛି । ଯାହାକି ସେହି ମହିଳା ମାନଙ୍କର ଶାରୀରିକ ଗଠନକୁ ଦେଖି କିଛି ଅଙ୍ଗରୁ ସେହି ମହିଳା ସୌଭାଗ୍ୟବତୀ କି ନାହିଁ, ତାହା ଜଣା ପଡିଯାଇଥାଏ ।

1- ଯେଉଁ ମହିଳା ମାନଙ୍କର ନଖ ଗୋଲାପୀ ଓ ସୁନ୍ଦର ହୋଇଥାଏ । ଏହା ସେହି ମହିଳା ମାନଙ୍କର ସୁନ୍ଦର ଚରିତ୍ର ଓ ସ୍ଵଭାବ ବିଷୟରେ କହିଥାଏ । ଏହି ମହିଳା ମାନେ ନିଜ ପରିବାରକୁ ବହୁତ ଅଧିକ ଭଲ ପାଇଥାନ୍ତି । 2- ଯେଉଁ ମହିଳା ମାନଙ୍କର ମଧ୍ୟମା ଆଙ୍ଗୁଠି ବଡ ହୋଇଥାଏ । ଏହି ମହିଳା ମାନଙ୍କ ଭାଗ୍ୟରେ ଅଧିକ ଦୁଃଖ ରହିଥାଏ ।

3- ଯେଉଁ ମହିଳା ମାନଙ୍କର ବାମ ଗାଲରେ କଳାଜାଇ ରହିଥାଏ । ଏହି ମହିଳା ମାନେ ଭଲ ଭଲ ଖାଦ୍ୟ ରୋଷେଇ କରିବା ଠାରୁ ନେଇ ନିଜେ ଖାଇବା ଓ ଅନ୍ୟକୁ ଖୁଆଇବାକୁ ବହୁତ ଅଧିକ ପସନ୍ଦ କରନ୍ତି । 4- ଯେଉଁ ମହିଳା ମାନଙ୍କର ନାକ ଲମ୍ବା ହୋଇଥାଏ । ସେହି ନାରୀ ମାନେ ସବୁ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ନିଜ ମଧ୍ୟରେ ସାହସ ରଖିଥାନ୍ତି । ଏଥିସହ ଏମାନେ ଖର୍ଚୀ ସ୍ଵଭାବର ହୋଇଥାନ୍ତି ।

5- ଯେଉଁ ମହିଳା ମାନଙ୍କର ଲମ୍ବା ଲମ୍ବା ଆଙ୍ଗୁଠି ରହିଥାଏ । ଏହି ମହିଳା ମାନେ ପଢିବାକୁ ଭଲ ପାଇବା ସହ ବୁଦ୍ଧିମତୀ ମଧ୍ୟ ହୋଇଥାନ୍ତି । ଏଥିସହ ନିଜ ପରିବାରକୁ ସବୁବେଳେ ଖୁସିରେ ରହିବାକୁ ଚେଷ୍ଟା କରିଥାନ୍ତି । 6- ଯେଉଁ ମହିଳାଙ୍କ ପାଦ ଗୋଲାପୀ ଓ କୋମଲ ତଥା ସୁନ୍ଦର ହୋଇଥାଏ । ଏହି ମହିଳା ମାନେ ନିଜର ସ୍ଵାମୀ କି ପ୍ରେମିକକୁ ବହୁତ ଖୁସିରେ ରଖିଥାନ୍ତି ।

7- ଯେଉଁ ମହିଳା ମାନଙ୍କର ପାଦ ତଳେ ତ୍ରିକୋଣ ଚିହ୍ନ ରହିଥାଏ । ସେମାନେ ବହୁତ ଚତୁର ଓ ବୁଦ୍ଧିମତୀ ମଧ୍ୟ ହୋଇଥାନ୍ତି । ଏମାନେ ପ୍ରତ୍ଯେକଟି କାର୍ଯ୍ୟକୁ ବୁଝି ବିଚାରୀ ହିଁ କରିବାକୁ ପସନ୍ଦ କରିଥାନ୍ତି । 8- ବଡ ବଡ ଆଖି ଥିବା ମହିଳା ମାନଙ୍କର ପ୍ରେମ ବିବାହ ବହୁ ସମୟରେ ହୋଇଥାଏ । ଏମାନଙ୍କ ହରିଣୀ ଭଳି ଆଖିକୁ ଯିଏ ଦେଖିଥାନ୍ତି, ସିଏ ପସନ୍ଦ କରିନେଇଥାନ୍ତି ।

9- ଯେଉଁ ମହିଳାଙ୍କ କେଶ ଲମ୍ବା, ଘନ ଓ ସୁନ୍ଦର ହୋଇଥାଏ । ସେହି ମହିଳା ଘରର ସୌଭାଗ୍ୟକୁ ବଢାଇଥାନ୍ତି । 10- ଯେଉଁ ମହିଳାଙ୍କର ଚେହେରାର ଓଠର ଉପର ଭାଗରେ ଚୁଟି ରହିଥାଏ । ଏହି ନାରୀ ମାନେ ବହୁତ ରାଗୀ ସ୍ଵଭାବର ହୋଇଥାନ୍ତି । ଏମାନେ ସବୁବେଳେ ନିଜ କଥାକୁ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି । ଏମାନେ ସବୁବେଳେ ନିଜ ହିସାବରେ ଘରକୁ ଚଳାଇବାକୁ ପସନ୍ଦ କରିଥାନ୍ତି । ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ