ଦୁନିଆର ସବୁ ବ୍ୟକ୍ତି ଜୀବନରେ ଧନି ହେବାକୁ ଚାହେଁ କିନ୍ତୁ ସବୁ ବ୍ୟକ୍ତିଙ୍କର ଜୀବନ ରେ ଏହା ସମ୍ଭବ ହୋଇନଥାଏ । ଯେଉଁ ବ୍ୟକ୍ତି ଧନି ଥାଏ ସେ ଚାହେଁ କି ସେ କେବେ ଗରିବ ନହେଉ । କିନ୍ତୁ ଭାଗ୍ୟ କିଏ ଦେଖିଚି । ଏଠି ପାଇଁ ସବୁ ବ୍ୟକ୍ତି ଅତି ସହଜରେ ଧନୀ ହୋଇପାରନ୍ତି ନାହିଁ । ଜୋତିଶ ଶାସ୍ତ୍ରରେ ବାସ୍ତୁ ଦୋଷକୁ ଏକ ମୁଖ୍ୟ ସ୍ଥାନ ଦିଆଯାଇଛି । ଯେଉଁ ଘରେ ବାସ୍ତୁ ଦୋଷ ଥାଏ ସେହି ଘରେ ବହୁତ ପ୍ରକାର ର ସମସ୍ୟା ଉତ୍ପର୍ଣ୍ଣ ହୋଇଥାଏ ।
ଏହି ବାସ୍ତୁ ଦୋଷ ପାଇଁ ବ୍ୟକ୍ତିକୁ ଦାରିଦ୍ର୍ୟତାର ସମ୍ମୁଖିନ ହେବାକୁ ପଡିଥାଏ ଓ ଅର୍ଥ ଖୁବ ଶୀଘ୍ର କାର୍ଯ୍ୟ ହୋଇଯାଏ । ବ୍ୟକ୍ତିକୁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ସୁଯୋଗ ମିଳେ ନାହିଁ । ଆଜି ଆମେ ଆପଣଙ୍କ ଏହି ସମସ୍ୟାକୁ ଦୂର କରିବା ପାଇଁ ଏପରି କିଛି ୫ ଟି ଜିନିଷ ଘରେ ରଖିବା ଦ୍ୱାରା ଆର୍ଥିକ ପରିସ୍ଥିତିର ସମ୍ମୁଖିନ ହେବାକୁ ପଡେ ନାହିଁ ଏବଂ ବ୍ୟକ୍ତି ଶୁଖ ଶାନ୍ତି ଓ ଧନ ଧାନ୍ୟ ରେ ପରି ପୁର୍ଣ୍ଣ ହୋଇଯାଏ ।

ପ୍ରଥମ – ଭଗବାନ ଗଣେଶଙ୍କ ପ୍ରତିମା
ଭଗବାନ ଗଣେଶଙ୍କୁ ଵିଘ୍ନ ହର୍ତା କୁହାଯାଏ । ଗୃହରେ ଯେତେବେଳେ କୌଣସି ନୂଆ କାର୍ଯ୍ୟ କରାଯାଏ ସର୍ବ ପ୍ରଥମେ ଗଣେଶଙ୍କ ପୂଜା କରାଯାଏ । କୁହାଯାଏ କି ଗଣେଶ ବନ୍ଦନା ସର୍ବ ପ୍ରଥମେ କରିବା ଦ୍ୱାରା କୌଣସି କାର୍ଯ୍ୟରେ ସମସ୍ୟା ଉତ୍ପର୍ଣ୍ଣ ହୁଏ ନାହିଁ । ଏଥିପାଇଁ ଆମକୁ ଘରେ ଗଣେଶ ମୂର୍ତି ରଖିବା ଉଚିତ ।
ଦ୍ଵିତୀୟ – ବଂଶୀ

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ବଂଶୀ ରଖିଲେ ଘରେ ସବୁ ପ୍ରକାରର ବାସ୍ତୁ ଦୋଷ ଦୂର ହୋଇଥାଏ । ବଂଶୀ ଭଗବାନ କୃଷ୍ଣଙ୍କ ଅତି ପ୍ରିୟ ହୋଇଥାଏ । ଭଗବାନ ଯେତେବେଳେ ଖୁସିରେ ଥାଆନ୍ତି ସେହି ସମୟରେ ବଂଶୀ ବଜାଇଥାନ୍ତି । ଘରେ ଚାନ୍ଦିର ବଂଶୀ ରଖିବା ଦ୍ୱାରା ଘରେ କେବେବି ଆର୍ଥିକ ସମସ୍ୟା ଉତ୍ପର୍ଣ୍ଣ ହୁଏ ନାହିଁ । କୁହାଯାଏ କି ମା ଲକ୍ଷ୍ମୀଙ୍କୁ ଚାନ୍ଦିର ବଂଶୀ ବହୁତ ପ୍ରିୟ ହୋଇଥାଏ । ସେଥିପାଇଁ ଯେଉଁ ଘରେ ଚାନ୍ଦିର ବଂଶୀ ଥାଏ ସେହି ଘରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ ଏବଂ ସେହି ଘର ଧନ ଧାନ୍ୟରେ ସମୃଦ୍ଧ ଶାଳୀ ହୋଇଥାଏ । ଆପଣ ସାଧାରଣ ବଂଶୀ ମଧ୍ୟ ରଖି ପାରିବେ ।
ତୃତୀୟ – ଦକ୍ଷିଣା ବର୍ତୀ ଶଙ୍ଖ

ପୂଜା ଘରେ ଶଙ୍ଖ ରଖିବା ଶୁଭ ହୋଇଥାଏ । ଏହାକୁ ସକାଳ ଓ ସନ୍ଧ୍ୟାବେଳେ ବଜାଇବା ଉଚିତ । ଶଙ୍ଖ ଧ୍ୱନି ଦ୍ୱାରା ଘରର ସବୁ ନକରାତ୍ମକ ପ୍ରଭାଵ ଦୂର ହୋଇଯାଏ । ଘରେ ଦଖିନାବର୍ତୀ ଶଙ୍ଖ ରଖିବା ଉଚିତ । କାହିଁକି ନା ଏହି ଶଙ୍ଖ ଥିବା ସ୍ଥାନରେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଏହି ଶଂଖକୁ ଲାଲ କପଡାରେ ଗୁଡ଼ାଇ ରଖିବା ଉଚିତ । ଏହା ଦ୍ବାରା ଘରେ ଶୁଖ ଶାନ୍ତି ବୃଦ୍ଧି ହୋଇଥାଏ ।
ଚତୁର୍ଥ – ଲକ୍ଷ୍ମୀ କୁବେର ପ୍ରତିମା

ଘରେ ଲକ୍ଷ୍ମୀଙ୍କ ସହ କୁବେର ପ୍ରତିମା ରଖିବା ଦ୍ୱାରା ବହୁତ ଶୁଭ ହୋଇଥାଏ । କୁବେର ଉତ୍ତର ଦିଗର ସ୍ୱାମୀ ହୋଇଥାନ୍ତି । ଏଥିପାଇଁ ଘରର ଉତ୍ତର ଦିଗରେ ଏହି ପ୍ରତିମା ରଖିବା ଉଚିତ । କୁବେର ଦେବତାଙ୍କୁ ଅସ୍ୟ ବୃଦ୍ଧିର ଦେବତା କୁହାଯାଏ । ଏଠି ପାଇଁ ଏହି ଲକ୍ଷ୍ମୀ ଓ କୁବେର ପ୍ରତିମା ଘରେ ରଖିବାଜ଼ ଦ୍ୱାରା ଘର ଶୁଖ ଶାନ୍ତି ଓ ଧନ ଧାନ୍ୟ ରେ ପୂର୍ଣ୍ଣ ହୋଇଯାଏ ।
ପଞ୍ଚମ – ମାଛ

ଘରେ ମାଛ ରଖିବା ଦ୍ୱାରା ବାସ୍ତୁ ଦୋଷ ଦୂର ହୋଇଥାଏ । ଘର ଓ ଅଫିସରେ ମାଛ ରଖିବା ଦ୍ୱାରା ଘରେ ସକରାତ୍ମକ ପ୍ରଭାବ ବୃଦ୍ଧି ହୋଇଥାଏ । ଘରେ ଆକ୍ବାରିଅମ ରେ ୯ ଟି ମାଛ ରଖିବା ଉଚିତ । ଏହାଦ୍ୱାର ଘରେ ଆର୍ଥିକ ପରିସ୍ଥିତିରେ ଉର୍ଣ୍ଣତି ହୋଇଥାଏ ।
ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।