Vastu Tips- ଯେତେ ରୋଜଗାର କଲେ ବି ନିଅଣ୍ଟ ହେଉଛି କି ? ପ୍ରଚୁର ଟଙ୍କା ରୋଜଗାର କାରିବା ଏହି ଉପାୟକୁ ଥରେ କରି ଦେଖନ୍ତୁ, ଏତେ ଟଙ୍କା ଆସିବ ଯେ ସମ୍ଭାଳି ପାରିବେନି

ନିଜ ଆବଶ୍ୟକତା ଓ ସଉକ ପୂରଣ କରିବା ପାଇଁ ପ୍ରତ୍ଯେକ ବ୍ୟକ୍ତି ଚାହିଁଥାନତିକି ତାଙ୍କ ପାଖରେ ପ୍ରଚୁର ଟଙ୍କା ରହୁ । କିନ୍ତୁ ସମସ୍ତଙ୍କର ଏହି ଇଚ୍ଛା ପୂରଣ ହୋଇ ନଥାଏ । ଆଜିକାଲି ଦୁନିଆରେ ପଇସାକୁ ହିଁ ସବୁକିଛି ବୋଲି ମାନା ଯାଇଥାଏ । ଯଦି ଆପଣ ଆର୍ଥିକ ଅସୁବିଧାର ସମୁଖୀନ ହେଉଛନ୍ତି ଓ ଯେତେ ରୋଜଗାର କଲେ ମଧ୍ୟ ନିଅଣ୍ଟ ହେଉଛି ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ବିଶେଷ ଟିପ୍ସ ନେଇ ଆସିଛୁ । ଚାଲନ୍ତୁ ଦେଖିବା ପ୍ରଚୁର ଟଙ୍କା ରୋଜଗାର ପାଇଁ କଣ କରିବାକୁ ହେବ ।

ଆପଣ ଯେତେବେଳେ ବି ଦିନସାରାର କାମ ଶେଷ କରି ବିଶ୍ରାମ ନେବାକୁ ଯାଉଛନ୍ତି ତେବେ ସବୁବେଳେ ଦକ୍ଷିଣ କିମ୍ବା ପୂର୍ବ ଦିଗକୁ ମୁଣ୍ଡ କରି ଶୁଅନ୍ତୁ । ଦିନରୁ ୫ଟି ତୁଳସୀ ପାତ୍ର ତୋଳି କରି ରଖିଥାନ୍ତୁ, ଆଉ ଶୋଇବା ବେଳେ ସେହି ତୁଳସୀ ପତ୍ରକୁ ନିଜ ମୁଣ୍ଡ ତଳେ ଦେଉଥିବା ତକିଆ ତଳେ ରଖି ଦିଅନ୍ତୁ । ଏହା ରଖିବା ସମୟରେ ନିଜ ଇଷ୍ଟ ଦେବ କିମ୍ବା ଲକ୍ଷ୍ମୀ ନାରାୟଣଙ୍କୁ ଧ୍ୟାନ କରି ଶୋଇବେ । ଧ୍ୟାନ ରଖିବେ ବି ଉତ୍ତର କିମ୍ବା ପୂର୍ବ ଦିଗକୁ ମୁଣ୍ଡ ରଖି ବସିବେ ଏବଂ ଦକ୍ଷିଣ କିମ୍ବା ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବେ ।

ଏମିତି ସବୁଦିନ ବିଶ୍ବାସର ସହ କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ଘରକୁ କେମିତି ଟଙ୍କା ଆସିବ ଆପଣ କଳ୍ପନା ମଧ୍ୟ କରି ପାରିବେନି । ଆପଣ ଯେଉଁ କାର୍ଯ୍ୟ କରୁଛନ୍ତି ସେଥିରୁ ଲାଭ ପାଇବେ ଏବଂ ଯଦି ଯେତେ ରୋଜଗାର କରୁଥିଲେ ମଧ୍ୟ ଆପଣଙ୍କ ଘରକୁ ତାହା ପାଉନି ତେବେ ଏହି ସମସ୍ଯା ନିଶ୍ଚିତ ଭାବେ ଦୂର ହୋଇଯିବ । ଆପଣ ଆଉ ଅଯଥା ବେକାର ଖର୍ଚ୍ଚ କରିବେ ନାହିଁ ଏବଂ ଆପଣଙ୍କ ଆର୍ଥିକ ସମସ୍ଯା ଧୀରେ ଧୀରେ ଦୂର ହେବାକୁ ଲାଗିବ ।

ଏହା ବ୍ଯତୀତ ଯଦି ସ୍ଵାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଟିକେ ଟିକେ କଥାରେ କଳି ଝଗଡା ଲାଗୁଛି ମାରପିଟ ହେଉଛି ତେବେ ଆପଣ ୨୧ଦିନ ପର୍ଯ୍ୟନ୍ତ ଗୋଟିଏ ବ୍ରତ କରନ୍ତୁ । ସେହି ବ୍ରତଟି ହେଉଛି ଆପଣ ପ୍ରତିଦିନ ୫ଟି ତୁଳସୀ ପାତ୍ର ନିଜ ପକେଟରେ ରଖିବେ । ଏହାକୁ ପ୍ରତି ୨୪ ଘଣ୍ଟାରେ ବଦଳାଇ ଦେବେ ଓ ଈଶ୍ଵରଙ୍କୁ ମଧ୍ୟ ଧ୍ୟାନ କରୁଥିବେ । ଦେଖିବେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କିଛି ଦିନ ମଧ୍ୟରେ ସମ୍ପର୍କରେ ମଧୁର ହୋଇଯିବ । ଆପଣଙ୍କ ଭିତରେ ବୁଝାମଣା ବୃଦ୍ଧି ପାଇବ ।

ଏହି ତୁଳସୀ ପତ୍ର ଆପଣଙ୍କର ପାରିବାରିକ ସମସ୍ଯା ସହ ଆର୍ଥିକ ସମସ୍ଯା ମଧ୍ୟ ଦୂର କରିବାରେ ସହାୟକ ହେବ । ଯେକୌଣସି ବେପାର କାର୍ଯ୍ୟରେ ଯାଉଛନ୍ତି ଠିକ ଏହିପରି ୫ଟି ତୁଳସୀ ପତ୍ର ନିଜ ପାଖରେ ରଖନ୍ତୁ ଓ ଭଗବାନଙ୍କୁ ସ୍ମରଣ କରନ୍ତୁ । ଦେଖିବେ ଆପଣ ସବୁ କାର୍ଯ୍ୟରେ ସଫଳ ହେବା ସହ ଧନରେ ମାଲାମାଲ ହୋଇଯିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।