ରାଜଧାନୀର ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଅର୍ଚ୍ଚନାର ବେଲ୍ ଖାରଜ କରାଯିବା ପରେ ପୋଲିସ ତାକୁ ଝାରପଡା ଜେଲରେ ଜେରା କରିଛି । ସୂଚନା ମିଳିଛି କି, ଇତିମଧ୍ୟରେ କମିଶନରେଟ ପୋଲିସର ଏକ ସ୍ଵତନ୍ତ୍ର ଟିମ୍ ଝାରପଡା ଜେଲ ଯାଇ ଅର୍ଚ୍ଚନାକୁ ପଚରାଉଚରା କରିଛି । ନୟାପଲ୍ଲୀ, ଖଣ୍ଡଗିରି ଛଡା କ୍ୟାପିଟାଲ ଥାନା ଓ ଅନ୍ୟ ଥାନା ମାନଙ୍କରେ ଅର୍ଚ୍ଚନା ନାଁରେ ହୋଇଥିବା କେସ୍ ସମ୍ବନ୍ଧରେ ପୋଲିସ ଅର୍ଚ୍ଚନା ନାଗକୁ ଜେରା କରିଛି ।
ଅର୍ଚ୍ଚନା କେମିତି ସାମ୍ରାଜ୍ୟ ଆରମ୍ଭ କରିଥିଲା ? ତା’ ପଛରେ କାହା କାହାର ହାତ ରହିଛି ? ଅଳ୍ପଦିନରେ ସେ କୋଟି କୋଟି ଟଙ୍କାର ମାଲିକାଣୀ କେମିତି ହେଲା ? ଏସବୁ ନେଇ ଅର୍ଚ୍ଚନାକୁ ପଚରାଉଚରା କରୁଛି ପୋଲିସ । ଆଉ ସବୁଠୁ ବଡକଥା ହେଲା ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ପୋଲିସର ସବୁ ପ୍ରଶ୍ନର ଉତ୍ତର ଗୋଟି ଗୋଟି କରି ଦେଉଛି ସୁନ୍ଦରୀ ଅର୍ଚ୍ଚନା ।
ଏହାରି ମଧ୍ୟରେ ଚର୍ଚ୍ଚା ହେଉଛି କି, ପ୍ରମାଣ ଥିବା ନେତା, ବ୍ୟବସାୟୀ, ବିଲଡର ଓ ପ୍ରତିଷ୍ଠିତ ପ୍ରଯୋଜକମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲେ ପୋଲିସ ଉପରେ ଉପୁଜୁଥିବା ସନ୍ଦେହ ଦୂର ହୋଇଯିବ । ରାଜ୍ୟରେ ଗତ ଦୁଇ ଦଶନ୍ଧି ମଧ୍ୟରେ ଏତେ ଅଧିକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସି ନଥିଲା । ରାଜ୍ୟର ରାଜଧାନୀରେ ଘଟିଥିବା ଏହି ଘଟଣା ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ । ଏହି ମାମଲାରେ ଏଯାଏଁ ଇଡି କିମ୍ବା ଆୟକର ବିଭାଗ ତଦନ୍ତ ଆରମ୍ଭ କରି ନଥିବା ମଧ୍ୟ ସମସ୍ତଙ୍କୁ ବିସ୍ମିତ କରୁଛି ।
ଯାହା ସମସ୍ତଙ୍କ ସନ୍ଦେହକୁ ଆହୁରି ଘନୀଭୂତ କରୁଛି । ରାଜଧାନୀରେ ବଡବଡିଆ ନେତା, ମନ୍ତ୍ରୀ, ପ୍ରଯୋଜକ ଓ ବିଭିନ୍ନ ବର୍ଗର ଅଫିସର ମାନଙ୍କୁ ନିଜ ମାୟାଜାଲରେ ଫସେଇ ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲା ଅର୍ଚ୍ଚନା । ଆଉ ସକାଳ ହେଲେ ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ଓ ଭିଡିଓ ଦେଖାଇ ବ୍ଳାକମେଲ କରୁଥିଲା । ଏଭଳି କାର୍ଯ୍ୟ କରି ଅଳ୍ପ ଦିନ ମଧ୍ୟରେ ରାଜଧାନୀରେ ରାଜପ୍ରସାଦ ଭଳି ଘର ତୋଳିଥିଲା ଅର୍ଚ୍ଚନା । ଏସବୁ କାର୍ଯ୍ୟରେ ସ୍ଵାମୀ ଜଗବନ୍ଧୁ ଚାନ୍ଦ ମଧ୍ୟ ଅର୍ଚ୍ଚନାକୁ ସହଯୋଗ କରୁଥିଲା ।
ଆଉ ପାପର ଘଡା ଭରିଯିବା ପରେ ପାପ ସାମ୍ରାଜ୍ୟର ପର୍ଦ୍ଦାଫାଶ ହୋଇଛି । ଏବେ ଝାରପଡା ଜେଲରେ ନିଜ କଲା କର୍ମର ଫଳ ଭୋଗ କରୁଛି ମାୟାବିନୀ ଅର୍ଚ୍ଚନା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।