ଜେଜେବାପା କୋର୍ଟରେ କରୁଥିଲେ ଚୌକୀଦାରୀ, ପିତା ଅଟନ୍ତି କୋର୍ଟରେ ଡ୍ରାଇଭର, ହେଲେ ପୁଅ ଏବେ ଜଜ, କିଛି ଏମିତ ତାଙ୍କ ସଫଳତାର କାହାଣୀ

କୁହନ୍ତି କି ସ୍ଵପ୍ନ ସେତେବେଳେ ପୁରା ହୋଇଥାଏ ଯେତେବେଳେ ତାକୁ ଦେଖା ଯାଇଥାଏ । ଯଦି ଥରେ ଆପଣ ନିଜର ସ୍ଵପ୍ନକୁ ପୁରା କରିବା ପାଇଁ ଠିକ କରି ନେବେ ତ ତେବେ ଆପଣଙ୍କୁ କେହି ବି ଅଟକାଇ ପାରିବ ନାହିଁ । ଆପଣଙ୍କର ସ୍ଥିତି ଯେମିତି ନା କାହିଁକି ହୋଇ ଥାଉ ଆପଣ ବିନା ହାର ମାନି ଲଗାତାର ଚେଷ୍ଟା କରୁଥିବେ ତେବେ ଦିନେ ନା ଦିନେ ଆପଣଙ୍କୁ ସଫଳତା ନିଶ୍ଚିତ ମିଳିବ ।

ଏହି କଥାକୁ ମଧ୍ୟପ୍ରଦେଶର ସହର ଇଂଦୌରରେ ରହୁଥିବା ଚେତନ ବଜାଡ ପ୍ରମାଣିତ କରି ଦେଇଛନ୍ତି । କହିବାକୁ ଗଲେ ୨୬ ବର୍ଷୀୟ ଚେତନ ସିବିଲ ଜଜ କ୍ଳାସ – II ରିକ୍ରୂଟମେଂଟ ଟେଷ୍ଟରେ ପାସ ହୋଇ ଯାଇଛନ୍ତି ।

କିନ୍ତୁ ଏହା ଏତେ ବି ସହଜ ନ ଥିଲା । ଚେତନ କହିଲେ କି ଏହା ତାଙ୍କର ଚତୁର୍ଥ ପ୍ରୟାସ ଥିଲା । ପ୍ରଥମ ଥର ଅସଫଳ ହେବା ପରେ ସେ ନିରାଶ ହୋଇଯାଇଥିଲେ କିନ୍ତୁ ତାଙ୍କର ପିତା ଗୋବର୍ଧନଲାଲ ବଜାଡ଼ ନିଜ ପୁଅକୁ ସାହସ ଓ ଚେଷ୍ଟା କରିବାକୁ ବାରମ୍ବାର କହୁଥିଲେ । ଆପଣଙ୍କୁ କହି ଦେଉଛୁ ଯେ ପିତା ଗୋବର୍ଧନଲାଲ ଇଂଦୌର ଜିଲ୍ଲାର ଅଦାଲତରେ ଡ୍ରାଇବର ଅଟନ୍ତି ଯେତେବେଳ କି ତାଙ୍କର ଜେଜେବାପା ହରିରାମ ବଜାଡ଼ ଏହି ଅଦାଲତରେ ଚୌକୀଦାରୀ କରୁଥିଲେ ।

ଗୋବର୍ଧନଲାଲ ବଜାଡ଼ଙ୍କର ୩ଟି ସନ୍ତାନ ଅଛି । କହିବାକୁ ଗଲେ ତାଙ୍କର ସ୍ଵପ୍ନ ଥିଲା କି ତାଙ୍କର ଗୋଟିଏ ପୁଅ ଜଜର ଚୌକିରେ ନିଶ୍ଚିତ ବସୁ । ଏମିତିରେ ତାଙ୍କର ଏହି ସ୍ଵପ୍ନକୁ ବଡ ପୁଅ ଚେତନ ପୁରା କରିଛି । ସେ ପ୍ରଥମେ ଆଇନରେ ନିଜର ଗ୍ରେଜୁଏଶନ ପୂରା କରିଲେ । ଏହା ପରେ ସେ ଜଜ ହେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେ ।

ମଧ୍ୟ ପ୍ରଦେଶ ହାଇ କୋର୍ଟ ଜବଲପୁର ଏଗ୍‍ଜାମିନେଶନ ସେଣ୍ଟର ଦ୍ଵାରା ଜାରି ପ୍ରୋବୀଜନଲ ସିଲେକ୍ସନ ଲିସ୍ଟରେ ଚେତନ ୪୫୦ ମାର୍କରୁ ୨୫୭.୫ ଅଙ୍କ ହାସଲ କରିଛନ୍ତି । ଓବୀସୀ କୈଟେଗରୀରେ ବି ସେ ୧୩ ତମ ରୈଂକ ହାସଲ କରିଛନ୍ତି ।

ଚେତନ ସବୁବେଳେ ନିଜର ପିତାକୁ ହିଁ ନିଜର ଆଦର୍ଶ ମାନିଛନ୍ତି । ସେ ତାଙ୍କ ଠାରୁ ପ୍ରେରଣା ନେଇ ହିଁ ଆଇନ ଫୀଲ୍ଡରେ କ୍ୟାରିୟର କରିବା ପାଇଁ ଠିକ କରିଥିଲେ । ଚେତନଙ୍କ ପରିବାରରେ ପୁଅର ଏହି ସଫଳତାରେ ବହୁତ ଖୁସି ଅଛନ୍ତି । ଅନ୍ୟ ପଟେ ସୋସିୟାଲ ମିଡିୟାରେ ଚେତନଙ୍କର ଏହି ସଫଳତାର କାହାଣୀ ବି ଭାଇରାଲ ହେଉଛି । ଚେତନଙ୍କର କହିବ ଅଟେ କି ଯେତେବେଳେ ସେ ଜଜ ହେବେ ତେବେ ତାଙ୍କର ପ୍ରଥମ ପ୍ରାଥମିକତା ଏହା ହେବ କି ଲୋକମାନଙ୍କୁ ଶୀଘ୍ର ରୁ ଅତି ଶୀଘ୍ର ନ୍ୟାୟ ମିଳିଯାଉ ।

ଆଶାକରୁଛୁ ଚେତନଙ୍କର ଏହି ସଫଳତା ଆପଣଙ୍କୁ ନିଶ୍ଚିତ ପ୍ରେରିତ କରିବ । ତାଙ୍କ ପାଇଁ ଗୋଟେ ସେଆର କରନ୍ତୁ । ଆଗକୁ ଏମିତି ଅନେକ ପ୍ରେରଣାଦାୟକ ଲେଖାଗୁଡିକ ପାଇଁ ଓଡିଆ ଫାଷ୍ଟ ପେଜକୁ ଏବେହିଁ ଲାଇକ କରନ୍ତୁ । ଧନ୍ୟବାଦ ।