ଲଗାତାର ୨ ଥର ଲୋକସଭା ନିର୍ବାଚନ ହାରିବା ପରେ କଂଗ୍ରେସକୁ ଆସିଲା ଅକଲ, କହିଲେ ମୋଦୀଙ୍କୁ ସବୁବେଳେ ଖଳନାୟକ ବନେଇବା ବନ୍ଦ କର, କାହିଁକି ନା…

ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ଓ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ବର୍ତ୍ତମାନ ହିଁ ବିପକ୍ଷ ଦଳକୁ କହିଲେ କି ସବୁବେଳେ ପିଏମ ମୋଦୀଙ୍କର କାର୍ଯ୍ୟ ଉପରେ ଅସହମତି କରିବା ଓ ତାଙ୍କୁ ଦେଶ ସାମନାରେ ଖଳନାୟକ କରିବା ଦ୍ଵାରା କୌଣସି ଲାଭ ମିଳିବ ନାହିଁ । ସେ ସ୍ପଷ୍ଟ କରିଦେଲେ କି ଯଦି କଂଗ୍ରେସ ଓ ଅନ୍ୟ ବିପକ୍ଷ ସତ୍ତାରେ ଫେରିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ମୋଦୀଙ୍କର ୨୦୧୪ରୁ ୨୦୧୯ ମଧ୍ୟରେ କରିଥିବା କାମର ପ୍ରଶଂସା କରିବାକୁ ପଡିବ ।

ଦେଶର ଜନତା ଏହାକୁ ବୁଝି ଥିଲା ଯାହା ଦ୍ଵାରା ୩୦ ପ୍ରତିଶତ ମତଦାତାମାନେ ପୁଣିଥରେ ମୋଦୀଙ୍କୁ ସରକାର କରିବାକୁ ସାହାର୍ଯ୍ୟ କରିଥିଲେ । କହିଦେଉଛୁ ଯେ ୨୦୧୯ର ଲୋକସଭା ନିର୍ବାଚନରେ ବିଜେପି ୩୭.୪ % ଓ ଯେତେବେଳେ କି ସତ୍ତାରୂଢ଼ NDAକୁ୪୫ ପ୍ରତିଶତ ମତଦାନ ହାସଲ ହୋଇଥିଲା ।

ଜୟରାମ ରମେଶ ଏହି କଥା ଉପରେ ଜୋର ଦେଲେ କି ମୋଦୀ ଏମିତି ଭାଷାଶୈଳୀର ବ୍ୟବହାର କରିଥାନ୍ତି କି ଯାହା ଲୋକମାନଙ୍କୁ ଯୋଡିବାର କାମ କରିଥାଏ । ଏମିତିରେ ଆମେ ଯେତେବେଳେ ଏହା ନ ମାନି ନେଇଛୁ କି ତାଙ୍କ କାମକୁ ଜନତା ପ୍ରଶଂସା କରୁଛନ୍ତି ସେତେବେଳେ ପର୍ଯ୍ୟନ୍ତ ଆମେ ବି ତାଙ୍କୁ ଟକ୍କର ଦେଇ ପାରିବୁ ନାହିଁ । ଜୟରାମ ଏହା ବି ସ୍ପଷ୍ଟ କରିଲେ କି ସେ ଏହି ସମସ୍ତ କଥା ମୋଦୀଙ୍କୁ ସହମତି ଓ ପ୍ରଶଂସା କରିବା ହେତୁ କରୁ ନାହାନ୍ତି ।

ସେ କେବଳ ଏତିକି ଚାହୁଁଛନ୍ତି କି ରାଜନୈତିକ ବର୍ଗର ଲୋକମାନେ ଏହି କଥାକୁ ସ୍ଵୀକାର କରନ୍ତୁ କି ସେ ଶାସନରେ ଏମିତି କିଛି ଖାସ ଜିନିଷକୁ ନେଇ ଆସନ୍ତୁ ଯାହା ପୂର୍ବରୁ କେହି ଆଣି ନ ଥିବେ ।

ଏହି ସମୟରେ ଜୟରାମ ରମେଶ ମୋଦୀ ସରକାରଙ୍କର ଯୋଜନା ଭଳି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଲା ଯୋଜନା (PMUJ)ର ଉଦାହରଣ ଦେଇ କହିଲେ କି କେମିତି ନରେନ୍ଦ୍ର ମୋଦୀ ଏହାକୁ ସଫଳତା ପୂର୍ବକ ଦେଶରେ ଲାଗୁ କରିଲେ । କିନ୍ତୁ ଆମେ ସମସ୍ତେ ଏହି ଯୋଜନାର ଥଟ୍ଟା କରିଥିଲୁ । ଜୟରମ କହିଲେ କି ଆମକୁ ଏହି କଥା ବିଷୟରେ ବୁଝିବାର ଅଛି କି କେମିତି ୨୦୦୯ରେ ସାଧାରଣ ନିର୍ବାଚନରେ ରାଷ୍ଟ୍ରୀୟ ରାଜନୀତିରେ ଏକ ସାଧାରଣ ନେତା ଆଜି ଦେଶର ପିଏମ ହୋଇ ଯାଇଛି ।

ସେହି ସମୟରୁ ସେ ଯେତେବେଳ ବି ନିର୍ବାଚନ ଲଢିଛନ୍ତି ସେ ସବୁଥିରେ ବିଜୟ ହାସଲ କରିଛନ୍ତି । କହିବାକୁ ଗଲେ ସବୁ ମିଶାଇ ଜୟରାମ ରମେଶଙ୍କର କହିବାର ଥିଲା କି ବିପକ୍ଷ ନେତା ମାନେ ମୋଦୀଙ୍କୁ ଖଳନାୟକ କରିବା ବନ୍ଦ କରନ୍ତୁ ଓ ତାଙ୍କ ଭଲ କାମରୁ ନିଜେ ବି କିଛି ଶିଖି ନିଅନ୍ତୁ । କାରଣ ସତ୍ତାରେ ଫେରିବାର ଏହା ହିଁ ଏକ ରାସ୍ତା ଅଟେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।