#MeToo: ତନୁଶ୍ରୀ – ନାନଙ୍କ ମାମଲାରେ ମୁହଁ ଖୋଲିଲା ପୁରା ବଲିଉଡ – ଦେଖନ୍ତୁ କଣ କହିଲେ ଅମିତାଭ ଓ ଆମିର

ଯୌନ ଉତ୍ପୀଡନ ବିରୁଦ୍ଧରେ କେଉଁ ମାନେ ଦେଲେ ତନୁଶ୍ରୀ ଦତ୍ତଙ୍କ ସାଥ

ବଲୀଉଡର ବରିଷ୍ଠ କଳାକାର ନାନା ପାଟେକର ଙ୍କ ଉପରେ ଓ ଫିଲ୍ମ ହର୍ନ ଓକେ ର ଡିରେକ୍ଟର ଏବଂ କୋରିୟଗ୍ରାଫର ଗଣେଶ ଆଚାର୍ଯ୍ୟ ଉପରେ ଯୌନ ଶୋଷଣର ଆରୋପ ଲଗାଇଥିବା ଏକ୍ଟ୍ରେସ ତନୁଶ୍ରୀ ଦତ୍ତାଙ୍କ ସାହାସର କିଛି ଲୋକ ବହୁତ ପ୍ରଶଂସା କରୁଥିବା ସମୟରେ କିଛି ଲୋକ ଏମିତି ମଧ୍ୟ ଅଛନ୍ତି ଯେଉଁମାନେ ଏହାର ବିରୋଧ କରିଛନ୍ତି ।  ବଲୀଉଡର କେତେଗୁଡିଏ ବୋଲ୍ଡ ଏକ୍ଟ୍ରେସ ଯେଉଁଠି ତନୁଶ୍ରୀଙ୍କ ସପୋର୍ଟରେ ନଜରକୁ ଆସିବା ବେଳେ ବଲୀଉଡ ର ବରିଷ୍ଟ କଳାକାର ମାନେ ଏହି ବିଷୟରେ କିଛି ମଧ୍ୟ କହିବାକୁ ମାନକରି କହିଲେ ସେମାନେ ଏହି ବିଷୟରେ କିଛି ଜାଣି ନାହାଁନ୍ତି ।

ବଲୀଉଡ ବାହାର ଦୁନିଆରେ ବହୁତ ପତ୍ରକାରମାନେ ଓ ସାଧାରଣ ଲୋକମାନେ ତନୁଶ୍ରୀଙ୍କ ସାହାସର ପ୍ରଶଂସା କରୁଛନ୍ତି ଯେ, ଡେରିରେ ହେଉ ପଛେ ସେ ଏହି ବିଷୟରେ ସେ ଖୋଲି କହିଲେ ବୋଲି । ତେବେ ଆସନ୍ତୁ ଜାଣିବା କେଉଁମାନେ ସେହି କଳାକାର ଯିଏ ତନୁଶ୍ରିଙ୍କ ସହ ଏହି ଲଢାଇ ରେ ଠିଆ ହୋଇଛନ୍ତି ଓ କେଉଁମାନେ ସେମାନଙ୍କ ସାଥ ଦେବାକୁ ମାନ କରିଦେଲେ ।

ରିଚ୍ଚା ଚଢା କହିଲେ ଏଥି ପାଇଁ ସାହସ ଦରକାର-

ତନୁଶ୍ରିଙ୍କ ସପୋର୍ଟ ରେ ରିଚା ଟ୍ବିଟର ମାଧ୍ୟମରେ କହିଲେ ଏକୁଟିଆ ରହିବା ଏକ ଦୁଖର ବିଷୟ । କେଉଁ ଭି ମହିଳା ଏମିତିତ ପବ୍ଲିସିଟି ଚାହେଁନାହିଁ ଯାହା ତାଙ୍କ ପାଇଁ ଟ୍ରୋଲ୍ଲିଙ୍ଗ ଓ ଅସମ୍ବେଦନଶିଳ ର କାରଣ ହେବ । ଯାହା ତାଙ୍କ ସହ ଘଟିଛି ତାହା ବହୁତ ଖରାପ । ତାଙ୍କର ଭୁଲ କେବଳ ଏତିକି ଯେ ସେ ଚୁପ ରହିଲେ ନାହିଁ । ତନୁଶ୍ରୀ ଙ୍କ ଭଳି ହେବା ପାଇଁ ବିଶେଷ ସାହସ ଦରକାର ।

ଅମିତାଭ ବଚ୍ଚନ କହିଲେ ସେ ତନୁଶ୍ରୀ ନୁହନ୍ତି-

ଏହି ବିବାଦ ବିଷୟରେ ଜଣାଶୁଣା ବଲୀଉଡ ଅଭିନେତା ଅମିତାଭ ବଚ୍ଚନ କହିଲେ ନା ତ ତାଙ୍କ ନାମ ତନୁଶ୍ରୀ ନା ତ ନାନା ପାଟେକର । ତେଣୁ ସେ ଏହି ପ୍ରଶ୍ନର ଉତ୍ତର କେମିତି ଦେବେ ।

ସଲମାନ କହିଲେ ସେ ଏବିଷୟରେ କିଛି ଜାଣି ନାହାନ୍ତି-

ସଲମାନ ଖାନ ଙ୍କୁ ଯେବେ ଏହି ବିଷୟରେ ପଚରା ଗଲା ତ ସେ କହିଲେ ସେ ଏହି ବିଷୟରେ କିଛି ଜାଣି ନାହାନ୍ତି ବୋଲି ।

ଆମିର ଖାନ କହିଲେ ସେ ଏ ବିଷୟରେ କିଛି କହିପାରିବେ ନାହିଁ-

ବଲୀଉଡ ର ସୋଶଲ ଏକ୍ଟିବିଷ୍ଟ ଓ ଜଣାଶୁଣା ଖାନ ମାନଙ୍କ ମଧ୍ୟରୁ ଅନ୍ଯତମ ଆମିର ଖାନ ଏହି ବିଷୟରେ କହିଲେ ସତ୍ୟ ବା କିଛି ତଥ୍ୟ ନ ମିଳବା ଜାକେ ସେ ଏହି ବିଷୟରେ କୀଚଚି କହିପାରିବେ ନାହିଁ । ଏହା ସହ ସେ ଏମିତି ମଧ୍ୟ କହିଲେ କି ଯଦି ଏମିତି ହୋଇଛି ତେବେ ଏହା ଦୁଖଦ ଅଟେ ।

ନାନା ପାଟେକର କହିଲେ କାନୁନି ଯାଞ୍ଚ ହେଉ-

ଯୌନ ଶୋଷଣ ଆରୋପ କରିଥିବା ତନୁଶ୍ରୀ ଦତ୍ତାଙ୍କ ଆରୋପକୁ ଭୁଲ କହି ନାନା ପାଟେକର କହିଲେ କି ତନୁଶ୍ରୀଙ୍କର ଏହି ଆରୋପ ବିଲକୁଲ ନିରାଧାର । ନାନା ପାଟେକର କହିଲେ ମୁଁ ଏହି କଥାକୁ କୋର୍ଟ ଜାକେ ନେବି, ଏବଂ କାନୁନି ଯାଞ୍ଚ କରିବେ ।