ଜର୍ମାନୀ କରୋନା କାରଣରୁ ହୋଇଥିବା କ୍ଷତିର ଭରଣ ପୋଷଣ ପାଇଁ ଚୀନ କୁ ପଠାଇଲା ୧୩୦ ଅରବ ୟୁରୋ ର ବିଲ, ଚୀନରେ ଏବେ

ମହାମାରୀ ସଙ୍କଟରେ ଫସିଥିବା ୟୁରୋପ ଦେଶମାନେ ଚୀନ ବିରୁଦ୍ଧରେ ଆବାଜ ଉଠାଇବା ଆରମ୍ଭ କରି ଦେଇଛନ୍ତି ଓ ଜର୍ମାନୀ ଚୀନକୁ ମହାମାରୀ ଭୂତାଣୁ ପାଇଁ ଦୋଷୀ ବୋଲି ମାନିଛି । ଆମେରିକା ସବୁଠୁ ପ୍ରଥମେ ଚୀନକୁ ମହାମାରୀ ଭୂତାଣୁ ପାଇଁ ଦୋଷୀ ବୋଲି କହିଥିଲା ଓ ଏବେ ଏହି ସୁଚିରେ ୟୁରୋପର ଦେଶମାନେ ବ୍ରିଟେନ, ଫ୍ରାନ୍ସ ଓ ଜର୍ମାନୀ ବି ଯୋଡି ହେଇ ଯାଇଛନ୍ତି ।

ବର୍ତ୍ତମାନ ହିଁ ଜର୍ମାନୀ ଚୀନ କୁ 130 ଅରବ ୟୁରୋ ର ବିଲ ପଠାଇଛି ଓ ଚୀନ କୁ ଏହି ଟଙ୍କା ଭରିବାକୁ କହିଛି । ଜର୍ମାନୀ ଚୀନ ଉପରେ ବିଶ୍ଵ ମହାମାରୀ ସୃଷ୍ଟି କରାଇବାର ଆରୋପ ଲଗାଇଛି ଓ ମହାମାରୀ ପାଇଁ ଚୀନ କୁ ଦାୟୀ କରିଛି । ଜର୍ମାନୀ ର ଏକ ନ୍ଯୁଜ ପେପର ରେ ଛପା ଯାଇଥିବା ଖବର ଅନୁସାରେ ଜର୍ମାନୀ ମହାମାରୀ ମହାମାରୀକୁ ନେଇ ଚୀନ ର ରାଷ୍ଟ୍ରପତି ଶୀ ଜିନପିଙ୍ଗଙ୍କୁ 130 ଅରବ ୟୁରୋ ର ବିଲ ପଠାଇଛି ।

ଜର୍ମାନୀ ତରଫରୁ ଯେଉଁ ବିଲ ପଠା ଯାଇଛି ସେଥିରେ ମହାମାରୀ ମହାମାରୀ କାରଣରୁ ଜର୍ମାନୀକୁ ହୋଇଥିବା କ୍ଷତି ବିଷୟରେ ବର୍ଣ୍ଣନା କରା ଯାଇଛି । ଜର୍ମାନୀ ଅନୁସାରେ ତାକୁ ମହାମାରୀ କାରଣରୁ 130 ଅରବ ୟୁରୋ ର କ୍ଷତି ହୋଇଛି । ମହାମାରୀ କାରଣରୁ ଜର୍ମାନୀ ର ଜିଡ଼ିପି ତଳକୁ ଖସି ଯାଇଛି ଓ ପ୍ରତି ବ୍ୟକ୍ତିକୁ ସମୁଦାୟ 1784 ୟୁରୋ ର କ୍ଷତି ହେଇଛି । ମହାମାରୀ କାରଣରୁ ଜର୍ମାନୀ ରେ ବି ଲକଡାଉନ ଲାଗିଛି ଓ ଏହି ଦେଶରେ 1 ଲକ୍ଷରୁ ଅଧିକ ଲୋକ ମହାମାରୀ ରେ ଗ୍ରସିତ ଅଟନ୍ତି ଯେତେବେଳେ କି ଏହି ଦେଶରେ ୪ ହଜାର ରୁ ଅଧିକ ଲୋକଙ୍କର ଜୀବନ ଚାଲି ଗଲାଣି ।

ଚୀନ ଜର୍ମାନୀ ଉପରେ ଲଗାଇଲା ଆରୋପ

ଜର୍ମାନୀ ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତି କୁ ଚୀନ ରାଷ୍ଟ୍ରବାଦ କୁ ବଢାଇବା ଓ ବିଦେଶୀଙ୍କୁ ଘୃଣା କରିବାର ଆରୋପ ଲଗାଇଛି । ଅନ୍ୟ ପକ୍ଷରେ ଆମେରିକା ବି ଲଗାତାର ଚୀନ ଉପରେ ଆରୋପ ଲଗାଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଶନିବାର ଦିନ ଚୀନକୁ ଧମକ ଦେଇ କହିଥିଲେ କି ଯଦି ଚୀନ ଏସବୁ ଜାଣି ଶୁଣି କରିଛି ତେବେ ତାକୁ ବହୁତ ବଡ ପରିଣାମ ଭୋଗିବାକୁ ପଡିବ । ସେ କହିଲେ କି ଯେତେବେଳେ ଏହି ସଂକ୍ରମଣ ଆରମ୍ଭ ହୋଇଥିଲା ସେତେବେଳେ ଏହାକୁ ଚୀନରେ ଅଟକା ଯାଇ ପାରିଥାନ୍ତା, କିନ୍ତୁ ଏମିତି ହେଲା ନାହିଁ ଏବେ ପୁରା ଦୁନିଆ ଏହାକୁ ଭୋଗୁଛନ୍ତି ।

ଚୀନରେ ଡିସେମ୍ବର ମାସରେ ଏହି ଭୂତାଣୁର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା ଓ ଜାନୁୟାରୀ ପର୍ଯ୍ୟନ୍ତ ଚୀନକୁ ଏହି କଥାର ଅନୁମାନ ଲାଗି ଯାଇଥିଲା କି ଏହି ଭୂତାଣୁ କେତେ ଘାତକ ଅଟେ । ଏହା ପରେ ମଧ୍ୟ ଚୀନ ଅନ୍ୟ ଦେଶମାନଙ୍କୁ ଓ WHO କୁ ବି ଭୁଲ ସୂଚନା ଦେଲା । ଏହା ସହିତ ବିମାନ ଯାତ୍ରାକୁ ବି ଚାଲୁ ରଖିଥିଲା । ଯେଉଁ କାରଣରୁ ଏହି ଭୂତାଣୁ ପୁରା ଦୁନିଆରେ ବ୍ୟାପିଗଲା ।