ଜନଧନ ଖାତାରୁ ଟଙ୍କା ବାହାର କରିବାକୁ ଗଲେ ବୃଦ୍ଧ ମହିଳା, ବ୍ୟାଙ୍କ ବାଲା କହିଲେ – ତୁମେ ତ ମରି ସାରିଛ, ଟଙ୍କା କେମିତି ଦେବୁ, ଆଉ ତା ପରେ

ବିହାରର ଛପରାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଜଣେ ବୃଦ୍ଧ ମହିଳା ଯେତେବେଳେ ନିଜ ଜନଧନ ଖାତାରୁ ଟଙ୍କା ବାହାର କରିବାକୁ ଗଲେ ତ ବ୍ଯାଙ୍କବାଲା କହିଲା କି – ତୁମେ ତ ମରି ସାରିଛ । ତୁମକୁ ତୁମ ଖାତାର ପଇସା କେମିତି ଦେବୁ । ଏହା ଶୁଣି ଆପଣଙ୍କୁ ଟିକେ ଅଜବ ଲାଗୁଥିବ, କିନ୍ତୁ ଏହା ସତ ଅଟେ । ଛପରାର ବନିୟାପୁର ପ୍ରଖଣ୍ଡର ଧବରୀ ଟୋଲା ଗାଁ ର ଗରିବ ମହିଳା ଚାନୋ ଦେବୀଙ୍କ ସହିତ ଏମିତି ହେଇଥଲା । ଚାନୋ ଦେବୀ ଲକଡାଉନ ସମୟରେ ଯେତେବେଳେ ନିଜ ଜନଧନ ଖାତାରୁ ପଇସା ବାହାର କରିବାକୁ ଗଲେ ତେବେ ତାଙ୍କୁ ଏମିତି ଜବାବ ମିଳିଲା । ଏବେ ତାଙ୍କୁ ଏହା ପ୍ରମାଣ ଦେବାକୁ ପଡୁଛି କି ସେ ଜୀବିତ ଅଛନ୍ତି ।

ଏହି ଘଟଣାଟି ଗତ ସପ୍ତାହର ଅଟେ । ଲକଡାଉନ କାରଣରୁ ଚାନୋ ଦେବୀଙ୍କୁ ବି ଟଙ୍କାର ଅଭାବ ହେଉଥିଲା । ଏହା ମଧ୍ୟରେ ସେ ଖବର ପାଇଲେ କି ଗ୍ରାମୀଣ ବ୍ଯାଙ୍କର ସିଏସପି ରେ କରୋନା ଲକଡାଉନ ସମୟରେ ସାମାଜିକ ସୁରକ୍ଷା ଯୋଜନା ଅନୁସାରେ ଲୋକଙ୍କୁ ପଇସା ମିଳୁଛି । ଚାନୋ ଦେବୀ ବି ନିଜ ଟଙ୍କା ବାହାର କରିବାକୁ ସେଠାରେ ପହଞ୍ଚିଲେ । କିନ୍ତୁ ସିଏସପି ସଞ୍ଚାଳକଙ୍କ ଠାରୁ ତାଙ୍କୁ ଜଣା ପଡିଲା କି ଖାତା ତ ବନ୍ଦ ହେଇ ଯାଇଛି ।

ଯେତେବେଳେ ଏହି ବୃଦ୍ଧ ମହିଳା କାରଣ ପଚାରିଲେ ତେବେ ତାଙ୍କୁ ଜବାବ ମିଳିଲା କି ମୃତ ଅଟନ୍ତି ଏଥିପାଇଁ ଆପଣଙ୍କ ଖାତା ବନ୍ଦ ହେଇ ଯାଇଛି । ଚାନୋ ଦେବୀ ବହୁତ ଚିନ୍ତିତ ଥିଲେ । ତାଙ୍କୁ ବୁଝା ପଡୁ ନଥିଲା କି ଏମିତି ହେଲା କେମିତି । ଏମିତି ତ ଲକ ଡାଉନ ତା ଉପରେ ଟଙ୍କାର ଅଭାବ ଓ ଏବେ ନିଜକୁ ଜୀବିତ ପ୍ରମାଣିତ କରିବାର ଚେଷ୍ଟା । ସେ ବ୍ଯାଙ୍କ କୁ ପଚାରିଲେ କି ତାଙ୍କୁ କିଏ ମୃତ ଘୋଷିତ କରିଛନ୍ତି । ସେତେବେଳେ ତାଙ୍କୁ ଜଣା ପଡିଲା କି ଗାଁ ର ମହିଳା ସରପଞ୍ଚ ପୁନମ ଦେବୀ ହିଁ ତାଙ୍କ ମୃତ୍ୟୁ ର ପ୍ରମାଣ ପତ୍ର ଜାରି କରିଥିଲା ।

ସରପଞ୍ଚଙ୍କ ଲେଟର ହେଡ ରେ ଲେଖା ଯାଇଥିଲା କି ଚାନୋ ଙ୍କ ମୃତ୍ୟୁ ୯ ଅକ୍ଟୋବର ୨୦୧୯ ରେ ହିଁ ହେଇ ସାରିଥିଲା । ଆଶ୍ଚର୍ଯ୍ଯକର କଥା ଏହା ଥିଲା କି ଲେଟର ହେଡ ରେ ସାଇନ ସରପଞ୍ଚ ପୁନମ ଦେବୀ ହିଁ କରିଥିଲେ । ପଚରା ଯିବାରୁ ପଞ୍ଚାଯତ ମହିଳା ସରପଞ୍ଚ କହିଲେ କି ଏହି ଭୁଲ ତାଙ୍କ ସାନ ପୁଅ କରିଛି । ମାନେ ଲେଟର ହେଡ ରେ ଦସ୍ତଖତ ତାଙ୍କ ପୁଅ ହିଁ କରିଥିଲା ।