Janmashtami Puja 2022: ଜନ୍ମାଷ୍ଟମୀ ପୂର୍ବରୁ ଘରକୁ ଆଣନ୍ତୁ ଏହି 6 ଟି ଜିନିଷ, ଧନ ସମ୍ପତ୍ତିରେ ପୁରି ଉଠିବ ଘର

ଆସନ୍ତା ୧୮ ଅଗଷ୍ଟ ଗୁରୁବାର ଦିନ ପାଳିତ ହେବ ପବିତ୍ର ଜନ୍ମାଷ୍ଟମୀ । ଭାଦ୍ରବ ମାସର କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଜନ୍ମ ନେଇଥିଲେ ଶ୍ରୀକୃଷ୍ଣ । ତେଣୁ ଏପ୍ରତିବର୍ଷ ଏହିଦିନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରାଯାଏ । ତେବେ ଏହିଦିନ କିଛି ଖାସ୍ ଗୁପ୍ତ ଉପାୟ ମଧ୍ୟ ଲୋକେ କରିଥାନ୍ତି । ଯାହା କରିବା ଦ୍ଵାରା ଘରକୁ ସୁଖ ସମୃଦ୍ଧି ଆସିଥାଏ । ଯେଉଁମାନଙ୍କ ଜାତକରେ ଚନ୍ଦ୍ରମା ଦୁର୍ବଳ ଥାନ୍ତି ସେମାନେ ଏହି ବ୍ରତ ପାଳନ କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହିଦିନ କରା ଯାଉଥିବା କିଛି ସହଜ ଉପାୟ ।

ଜନ୍ମାଷ୍ଟମୀ ଦିନ ଶ୍ରୀକୃଷ୍ଣଙ୍କୁ ଗାଈ ଏବଂ ବାଛୁରୀ ଅର୍ପଣ କରିବା ଅତ୍ୟନ୍ତ ଶୁଭ ଅଟେ । ଯଦି ଆପଣ ଅସଲ ଗାଈ ଏବଂ ବାଛୁରୀ କିଣିବାକୁ ସକ୍ଷମ ଅଟନ୍ତି ତେବେ କିଣନ୍ତୁ । ନଚେତ ଆପଣ ରୂପାର କିମ୍ବା ମାଟିର ଗାଈ ଏବଂ ବାଛୁରୀ ମୂର୍ତ୍ତି କିଣି ଘରକୁ ଆଣିପାରିବେ । ଖାରାପ ଆର୍ଥିକ ସ୍ଥିତିରେ ଦିନ ବିତୁଥିଲେ ଏହିଦିନ ନିଶ୍ଚୟ ଭାବେ ଗାଈ ବାଛୁରୀ ମୂର୍ତ୍ତି ଘରକୁ ଆଣନ୍ତୁ । ଏହା ଧନ ସମ୍ପତ୍ତି ଆଗମନ କରାଇବା ସହ ସନ୍ତାନ ପ୍ରାପ୍ତିରେ ମଧ୍ୟ ସାହାଯ୍ୟ କରିଥାଏ ।

ଜନ୍ମାଷ୍ଟମୀ ଦିନ ଶ୍ରୀକୃଷ୍ଣଙ୍କୁ ବୈଜୟନ୍ତୀ ମାଳା ବା କାଇଁଚ ମାଳା ଅର୍ପଣ କରିବା ବେଶ ଲାଭଦାୟକ ହୋଇଥାଏ । ଏହାପରେ ଆପଣ ଚାହିଁଲେ ସେହି ମାଳାକୁ ନିଜେ ଧାରଣ କରିପାରିବେ କିମ୍ବା ଟଙ୍କା ପଇସା ରଖୁଥିବା ସ୍ଥାନରେ ରଖିପାରିବେ । ଏହି ମାଳାକୁ କୌଣସି ହଳଦିଆ କିମ୍ବା ସବୁଜ କପଡାରେ ବାନ୍ଧି ରଖିବା ଦ୍ଵାରା ଧନ ଆକର୍ଷିତ ହୋଇ ଆସିଥାଏ ।

ପବିତ୍ର ଜନ୍ମାଷ୍ଟମୀ ଦିନ ଆପଣ ଦକ୍ଷିଣାବର୍ତ୍ତୀ ଶଙ୍ଖ ଘରକୁ ଆଣିପାରିବେ । ଯେଉଁ ଘରେ ଏହି ଶଙ୍ଖ ରହିଥାଏ ସେହି ଘରେ କେବେବି ଧନ ସମ୍ପତ୍ତିର ଅଭାବ ହୁଏନାହିଁ । ଏହାକୁ ବିଧିପୂର୍ବକ ଘରେ ସ୍ଥାପିତ କରିବା ଦ୍ଵାରା ଭୂତପ୍ରେତ ଏବଂ ନକରାତ୍ମକ ଶକ୍ତିର ପ୍ରବେଶ ହୁଏନାହିଁ । ଜନ୍ମାଷ୍ଟମୀ ଦିନ ଏହି ଶଙ୍ଖରେ କ୍ଷୀର ନେଇ ଶ୍ରୀକୃଷ୍ଣଙ୍କୁ ଅଭିଷେକ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ଶଙ୍ଖର ପ୍ରୟୋଗରେ ରୋଗ, କଷ୍ଟ ଓ ଦରିଦ୍ରତା ଦୂରେଇ ଯାଏ ।

ଯଦି ଘରର ବାସ୍ତୁଦୋଷ ଖରାପ ରହିଛି ତେବେ ଆପଣ ଜନ୍ମାଷ୍ଟମୀ ଦିନ ପ୍ରେମ ଓ ଶାନ୍ତିର ସନ୍ଦେଶ ଦେଉଥିବା ବାଉଁଶ ତିଆରି ବଇଁଶିକୁ ଘରକୁ ଆଣନ୍ତୁ । ଅଉଜାରେ ଶ୍ରୀକୃଷ୍ଣଙ୍କୁ ଏହି ବଇଁଶି ଅର୍ପଣ କରନ୍ତୁ ଓ ତା’ ପରଦିନ ଘରର ପୂର୍ବ ଦିଗର କାନ୍ଥରେ ଏହାକୁ ଲଗାଇ ଦିଅନ୍ତୁ । ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲେ ଏହି ବଇଁଶିକୁ ଶୋଇବା ଘରର କାନ୍ଥରେ ଲଗାଇ ଦିଅନ୍ତୁ ।

ଜନ୍ମାଷ୍ଟମୀ ଦିନ ଆପଣ ଘରକୁ ଅସଲି ଗୋମତୀ ଚକ୍ର ଆଣନ୍ତୁ । ଭଲ ଚାକିରି ପାଇବା ପାଇଁ ତଥା ଆର୍ଥିକ ସମସ୍ଯା ଦୂର କରିବା ପାଇଁ ୧୧ଟି ଗୋମତୀ ଚକ୍ର ନେଇ ଲଡୁଗୋପାଳଙ୍କୁ ଅର୍ପଣ କରନ୍ତୁ । ଏହାପରେ ଏକ ହଳଦିଆ କପଡାରେ ଏହାକୁ ବାନ୍ଧି ଘରେ କିମ୍ବା ଅଫିସରେ ଝୁଲାଇ ଦିଅନ୍ତୁ । ଶେଷ ଜିନିଷ ଯାହା ଆପଣ ଜନ୍ମାଷ୍ଟମୀ ଦିନ ଘରକୁ ଆଣିବେ ତାହା ହେଉଛି ମୟୂର ପଙ୍ଖ ।

ଆପଣଙ୍କ ଘରେ ସର୍ବଦା ଅଶାନ୍ତି ଲାଗି ରହୁଥିଲେ ହେଉଥିଲେ ଜନ୍ମାଷ୍ଟମୀ ଦିନ ଘରକୁ ମୟୂର ପଙ୍ଖ ଆଣି ଶ୍ରୀକୃଷ୍ଣଙ୍କୁ ଅର୍ପଣ କରନ୍ତୁ ଏବଂ ଏହାପରେ ବେଡରୁମରେ ଏହାକୁ ଲଗାଇ ଦିଅନ୍ତୁ । ଆମ ପୋଷ୍ଟ ଅନ୍ୟାମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।