ଜଣେ ପରିବା ବାଲା କାକା କରି ଦେଖାଇଲେ ଏମିତି କାମ କି ଫିଦା ହେଇଗଲେ ପୋଲିସ ବାଲା, ଭାଇରାଲ ହେଲା ଭିଡିଓ, ଆପଣ ବି ଦେଖନ୍ତୁ

ପ୍ରତେକ ମଣିଷ ଜୀବନରେ କିଛି ନା କିଛି ଘଟଣା ଘଟିଥାଏ । ଠିକ ସେହି ଭଳି ମଣିଷର ସଚୋଟତା ବା ନିଶ୍ଵାସାର୍ଥପର ଭାବନା ଅନେକ ଲୋକଙ୍କର ହୃଦୟକୁ ଛୁଇଁ ଥାଏ । କିଛି ଲୋକଙ୍କର ସଚୋଟତା ଯୋଗୁ ସେମାନେ ପ୍ରଶଂସାର ପାତ୍ର ହୋଇଥାନ୍ତି ।

ଏହି ଭଳି ସ୍ଵଭାବ ଥିବା ଲୋକ ମାନେ ନିଜର ଭଲ ଗୁଣ ପାଇଁ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇ ଖୁବ ଲୋକପ୍ରିୟ ହେଉଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ହୃଦୟଭରା କାହାଣୀ ନେଇ ଆସିଛୁ ଯାହା ହୁଏ ତ ଆପଣ ମାନେ ଆଗରୁ ଶୁଣି ନ ଥିବେ । ତେବେ ଆସନ୍ତୁ ଜାଣିବା ସେହି ବିବରଣୀଟି କଣ ଓ କାହାକୁ ନେଇ ଏହି ବିବରଣୀ ସୃଷ୍ଟି ହୋଇଛି ।

ମଧ୍ୟ ପ୍ରଦେଶରେ ଯେଉଁଠି କୋରୋନା ମହାମାରୀ ପାଇଁ ଅନେକ କଡା ନିୟମ ଲାଗୁ କରା ଯାଇଛି ସେଠାରେ ଏମିତି କିଛି ହୃଦୟକୁ ଛୁଇଁଲା ଭଳି ଘଟଣା ଘଟିଛି ଯାହାକୁ ଶବ୍ଦରେ ବର୍ଣ୍ଣନା କରି ହେବ ନାହି ।

ସାରା ଦେଶରେ ଯେପରି ଡାକ୍ତର ମାନେ ନିଜର କର୍ତ୍ତବ୍ୟ ପୁରା କରିବାରେ କିଛି କମି ରଖୁ ନାହାନ୍ତି ଠିକ ସେହି ଭଳି ଆମ ଦେଶର ପୋ-ଲି-ସ ମାନେ ମଧ୍ୟ ନିଜ କର୍ତ୍ତବ୍ୟ ବେଶ ନିପୁଣ ଭାବେ ନିଭାଉଛନ୍ତି । କୋରୋନା ଭାଇରସ ସମୟରେ ମଧ୍ୟ ପ୍ରଦେଶରେ ପୋ-ଲି-ସ ମାନେ ସାଧାରଣ ଜନତା ମାନଙ୍କୁ ଖାଦ୍ୟ ବଣ୍ଟନ କରିବା ସହ ଅନେକ ପ୍ରକାରର ସାହାଜ୍ଯ କରୁଛନ୍ତି । ମଧ୍ୟ ପ୍ରଦେଶର ଜଣେ ପୋ-ଲି-ସ କର୍ମୀ ଭଗବତ ପ୍ରସାଦ ସାଧାରଣ ଜନତାଙ୍କୁ ମାସ୍କ ବଣ୍ଟନ କରୁଥିଲେ ।

ଠିକ ସେହି ସମୟରେ ଜଣେ ବୃଦ୍ଧ ବ୍ୟକ୍ତି ପରିବା ଧରି ଆସି ପହଞ୍ଚି ଥିଲେ । ପୋ-ଲି-ସ କର୍ମୀ ଭଗବତ ପ୍ରସାଦ ରାସନର କିଛି ସାମଗ୍ରୀ ଆବଶ୍ୟକ ଅଛି ବୋଲି ସେହି ବୃଦ୍ଧ ବ୍ୟକ୍ତି ଜଣଙ୍କୁ ପଚାରି ଥିଲେ । କିନ୍ତୁ ସେହି ବୃଦ୍ଧ ବ୍ୟକ୍ତି ଜଣକ ଉତ୍ତାରେ ଏମିତି କିଛି କହିଥିଲେ ଯାହାକୁ ଶୁଣି ପୋ-ଲି-ସ କର୍ମୀ ଜଣକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ବୃଦ୍ଧ ବ୍ୟକ୍ତି ଜଣକ କହିଥିଲେ ଯେ ବର୍ତ୍ତମାନ ରାସନ ଦରକାର ନାହି ଯେବେ ଆବଶ୍ୟକ ପଡି ତେବେ କହିବି । ଏହି କଥାକୁ ଆଧାର କରି ପୋ-ଲି-ସ କର୍ମୀ ନିଜ ଟ୍ବିଟରେ ଲେଖିଛନ୍ତି ଯେ “ଯେଉଁ ମାନେ ମାନବତାକୁ ବିକ୍ରି କରି ପଇସା କମାଉଛନ୍ତି ସେମାନଙ୍କୁ ଏହି ବୃଦ୍ଧ ବ୍ୟକ୍ତିଙ୍କ ଠାରୁ କିଛି ଶିଖିବା ଦରକାର ଅଛି ।

ଯେଉଁ ମାନେ ୫୦୦ଟଙ୍କାର ଔଷଧ ୫୦୦୦ ଟଙ୍କାରେ ବିକ୍ରି କରୁଛନ୍ତି ସେମାନେ ମାନବତା କଣ ଭୁଲି ଯାଇଛନ୍ତି” । ଏହା ପରେ ପୋ-ଲି-ସ କର୍ମୀ ଓ ପରିବା ବିକ୍ରି କରୁଥିବା କାକାଙ୍କ ମଧ୍ୟରେ ଆଲୋଚନା ଜାରି ରହିବା ସମୟରେ ଭଗବତ ପ୍ରସାଦ ମାସ୍କ କାହିଁକି ପିନ୍ଧି ନାହାନ୍ତି ବୋଲି ତାଙ୍କୁ ପଚାରିଥିଲେ ।

ଉତ୍ତରରେ ଘରେ ଭୁଲି ଯାଇଛି ବୋଲି ବୃଦ୍ଧ ବ୍ୟକ୍ତି କହିଥିଲେ । ଏହା ପରେ ଆଦ୍ର ପୂର୍ବକ ପୋ-ଲି-ସ କର୍ମୀ ତାଙ୍କୁ ମାସ୍କ ଦେଇଥିଲେ । ଏହି ଘଟଣାରୁ ସ୍ପଷ୍ଟ ହେଉଛି ଯେ ମାନବତା ଏମିତି ଏକ ଜିନିଷ ଯାହା ଆବଶ୍ୟକ ସମୟରେ କାମରେ ଆସିଥାଏ । ଏହା ଛଡା ଯଦି କିଛି ଜିନିଷର ଆବଶ୍ୟକତା ରହିଛି ତେବେ ତାହାର ଡିମାଣ୍ଡ କରିବା ଉଚିତ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ