ଜମିବାଡିକୁ ନେଇ ଦିଅର ଭୁଲିଗଲା ଦିଅର ଭାଉଜ ସମ୍ପର୍କ, ଆଉ କିଛି ଏମିତି କରିଲା ଦିଅର ଭାଉଜ ସହ ଯାହା ପାଇଁ ଏବେ ଭାଉଜ…

ନମସ୍କାର ବନ୍ଧୁଗଣ, ଆଜିର ସମୟରେ ଜମିବାଡି ମାମଲା କୁ ନେଇ ଅନେକ ଘଟଣା ସାମ୍ନା କୁ ଆସୁଛି । ଯାହାକୁ ନେଇ ଅନେକ ବାଦ ବିବାଦ ସୃଷ୍ଟି ହେଉଛି । ଆଉ ଶେଷରେ ସାମାନ୍ଯ ଜମିବାଡି ପାଇଁ ନିଜ ନିଜ ଲୋକଙ୍କ ମଧ୍ୟରେ ଜୀବନ ନେବାକୁ ବି ପଛାଉ ନାହାନ୍ତି । ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏଭଳି ଏକ ଘଟଣା ସାମ୍ନା କୁ ଆସିଛି ।

ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଆସନ୍ତୁ ଆଉ ଡେରି ନ କରି ପୁରା ଖବର ବିଷୟରେ ଜାଣି ନେବା । ସୂଚନା ଅନୁଯାୟୀ ଜମିବାଡି ବିବାଦକୁ ନେଇ ଲଙ୍କା କାଣ୍ଡ । ଦିଅର ଭୁଲିଗଲା ହିତାହିତ ଜ୍ଞାନ । ସାମାନ୍ୟ ସମ୍ପତି ପାଇଁ ନିଜ ଭାଉଜ କୁ ଅତି ନି-ର୍ମ-ମ ଭାବେ ଆ-କ୍ର-ମ-ଣ କରିଲା ।

ଆଉ ଶେଷରେ ଭାଉଜ ଗୁ-ରୁ-ତ-ର ହୋଇ ମେଡିକାଲରେ ଜୀବନ ମରଣ ସହ ଲଢେଇ କରୁଛନ୍ତି । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ମୁଣ୍ଡଦିଆ ନୂଆ ଗାଁ ରେ । ଏହି ଗାଁର ଆରତୀ ରାଉତ ନିଜ ଜମି ଉପରେ ଘର ତିଆରି କରିଛନ୍ତି ।

ଘର ତିଆରି ପୂର୍ବରୁ ଉକ୍ତ ଜମିକୁ ନେଇ ଆରତୀ ଓ ତାଙ୍କ ଦିଅର ଶରତ ଚନ୍ଦ୍ର ରାଉତଙ୍କ ସମେତ ସ୍ଥାନୀୟ ଲୋକ ଙ୍କ ଉପସ୍ଥିତିରେ ସମାଧାନ କରା ଯାଇଥିଲା । ଜମିବାଡିକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ଆରତୀ ଯେଉଁ ସ୍ଥାନରେ ଘର ତିଆରି କରିଛନ୍ତି ସେଠାରେ ଦିଅର ଆସି ଏଠାରେ କଣ ପାଇଁ ଘର ତିଆରି କରୁଛ କହି ଗାଳି ଗୁଲଜ କରିଥିଲେ ।

ଏହା ସହ ଘରର ଅର୍ଦ୍ଧ ନିର୍ମିତ କାନ୍ଥକୁ ଗୋଇଠା ମାରି ଭାଙ୍ଗି ଦେଇଥିଲେ । ଏମିତି କରିବା ପରେ ଦିଅର କୁ ବିରୋଧ କରିଥିଲେ ଭାଉଜ ଆରତୀ । ଏହା ପରେ ଉତକ୍ଷିପ୍ତ ହୋଇ ଦିଅର ନିଜର ଭାଉଜ କୁ ମା-ଡ ମା-ରି ତଳେ ପକାଇବା ସହ ଏକ ମା-ରା-ଣା-ତ୍ମ-କ ଅ-ସ୍ତ୍ର ରେ ଆ-କ୍ର-ମ-ଣ କରିଥିଲା ।

ଯେଉଁଥି ରେ ଆରତୀ ଗୁରୁତର ହୋଇ ପଡିଥିଲେ । ଗୁରୁତର ଅବସ୍ଥାରେ ଆରତୀ ଙ୍କୁ ପ୍ରଥମେ ଉଦଳା ଓ ପରେ ଅବସ୍ଥା ସଙ୍କତ୍ତାପନା ହେବାରୁ ବାରିପଦା ଆଉ ତା ପରେ ଭୁବନେଶ୍ଵର ଘରୋଇ ମେଡିକାଲ କୁ ଠାନ୍ତର କରା ଯାଇଛି । ମେଡିକାଲ ରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ଆରତୀ ।

ଏହି ଘଟଣାକୁ ନେଇ ଆ-କ୍ର-ମ-ଣ-ରେ ଶିକାର ହୋଇଥିବା ମହିଳା ଙ୍କ ଝିଅ କପ୍ତିପଦା ଥାନା ରେ ଅଭିଯୋଗ କରିଥିଲେ । କିନ୍ତୁ ଏ ଯାଏଁ ପୋଲିସ ଆ-କ୍ର-ମ-ଣ-କା-ରୀ କୁ ଆ-ରେ-ଷ୍ଟ କରି ନାହିଁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।