ଯାଜପୁର ରେ ମଣିଷଖିଆ କୁମ୍ଭୀର ର ଆତଙ୍କ, ପାଣିକୁ ଟାଣି ନେଇ ଯାଉଛି ଆଉ ତାପରେ…

ମାତିଛି ମଣିଷ ଖିଆ କୁମ୍ଭୀର । ଯାହାକୁ ଦେଖୁଛି କୁଳ ଆଡକୁ ଟାଣି ନେଉଛି ଝୁଣି ଖାଇ ଯାଉଛି । ଲୁଣ ପାଣିରେ ମଗର ଏବେ ନିଜର ଶକ୍ତି ଦେଖାଉଛି । ଯାହାକୁ ଦେଖୁଛି ଟାଣି ନେଉଛି । ଆଉ ଝୁଣି ଝୁଣି ଖାଇ ଯାଉଛି । ହଁ ଦର୍ଶକ ବନ୍ଧୁ ନଦୀ ଭିତରେ କୁମ୍ଭୀର ମଣିଷ କୁ ଖାଉ ଥିବାର ଭିଡିଓ ଯାଜପୁର ରେ ରେକର୍ଡ କରା ଯାଇଛି ଯାହାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ବହୁଳ ଭାବେ ଭାଇରାଲ ହେବାରେ ଲାଗିଛି ।

ମଣିଷଖିଆ ମଗରର ଆତଙ୍କ ଦେଖି ଲୋକ ମାନେ ନଦୀ କୁଳକୁ ଯିବାକୁ ଭୟ କରୁଛନ୍ତି । ଯାଜପୁର ବରି ବ୍ଲକ ଅମଦପୁର ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ ନଦୀ କୁ ଶୌଚ ହେବାକୁ ଯାଉଥିଲେ ପାଲଟପୁର ଗାଁ ର ଅନାମ ଜେନା ଙ୍କ ସ୍ତ୍ରୀ ଜ୍ୟୋସ୍ନା ଜେନା । ସବୁ ଦିନ ପରେ ଜ୍ୟୋସ୍ନା ନିଜ ଜା ଙ୍କ ସହ ନଦୀ କୁ ଯାଉଥିଲେ । ଲୁଗା ସଫା କରିବା ସମୟରେ ହଠାତ ମଣିଷଖିଆ କୁମ୍ଭୀର ନଦୀ ଭିତରକୁ ତାଙ୍କୁ ଟାଣି ନେଇଥିଲା ।

ଆଉ ତାଙ୍କୁ ଝୁଣି ଖାଇଗଲା କୁମ୍ଭୀର । ମୃତକ ମହିଳା ଙ୍କ ପରିବାରରେ ଶାଶୁ, ଶ୍ଵଶୁର ଶଜ୍ଯାଶାୟୀ ଥିବା ବେଳେ ସ୍ଵାମୀ ଓ ଦୁଇ ପିଲା ପୋଲିଓ ଆକ୍ରାନ୍ତ ଅଛନ୍ତି । ଲୁଣୀଖିଆ ପାଣି ରେ କୁମ୍ଭୀର ଟି ନିଜର ଶକ୍ତି ଦେଖାଇ ମହିଳା ଙ୍କୁ ଟାଣି ନେଇ ଝୁଣି ଖାଇ ଯାଇଛି । ଖବର ପାଇବା ପରେ ଅଗ୍ନିସମ ବାହୀନି ଘଟଣା ସ୍ଥଳରେ ପହଞ୍ଚି ମୁଣ୍ଡ ବିହୀନ ମୃତ ଦେହ ଉଧାର କରିଛି ।

ପ୍ରଶାସନ ଓ ସ୍ଥାନୀୟ ବିଧାୟିକା ମୃତ ମହିଳାଙ୍କ ପରିବାରକୁ ଭେଟିଛନ୍ତି । ମୃତକ ଙ୍କ ପରିବାରକୁ ସାନ୍ତ୍ଵନା ଦେବା ସହ ଆର୍ଥିକ ସହାୟତା ପାଇଁ ଘୋଷଣା କରିଛନ୍ତି । ମଣିଷଖିଆ କୁମ୍ଭୀର ର ଭୟଙ୍କର ଦ୍ରୁଶ୍ଯ କୁ ଦେଖି ଲୋକେ ଆତଙ୍କିତ ହୋଇ ଉଠିଛନ୍ତି । ନଦୀ ରେ କୁମ୍ଭୀର ମାଟିଛି ବୋଲି ଡାକବାଜି ଜନ୍ତ୍ର ରେ ସଚେତନ କରାଉଛି ଯାଜପୁର ପ୍ରଶାସନ ।

ଗାଁ ଲୋକଙ୍କୁ ଏହି ନଦୀ କୁ ନ ଯିବା ପାଇଁ ବାରଣ କରା ଯାଇଛି । ପୂର୍ବରୁ ଏଭଳି ଅଘଟଣ ଘଟୁ ନ ଥିବା ବେଳେ କୁମ୍ଭୀର କୁ ମଧୁର ଜଳ ପରିକ୍ଷଣ ପାଇଁ କେହି ଛାଡି ନାହାନ୍ତି ? ଏ ନେଇ ସ୍ଥାନୀୟ ବାସୀ ଙ୍କ ମନରେ ସନ୍ଦେହ ଏବେ ସୃଷ୍ଟି ହୋଇଛି । କୁମ୍ଭୀର ବସ ବୃଦ୍ଧି ଓ ସୁରକ୍ଷା ପାଇଁ ଅନେକ ବ୍ୟବସ୍ଥା କରା ଯାଉଛି ।

ତେବେ କାହିଁଙ୍କି ଲୁଣୀ ଜଳରୁ ମଧୁର ଜଳ କୁ ଆସୁଛନ୍ତି କୁମ୍ଭୀର ଏବଂ କାହିଁଙ୍କି ନିରୀହ ଜୀବ ଜନ୍ତୁ ଜୀବନ ହାରୁଛନ୍ତି ? ଏହା ପଛରେ କିଛି ମନ୍ଦ ଉଦ୍ଦେଶ୍ୟ ନାହିଁ ତ ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି । ଏ ସବୁ ମଧ୍ୟରେ ନଦୀ କୂଳିଆ ଲୋକଙ୍କୁ ଏବେ ସୁରକ୍ଷା ଦେବା ଜରୁରୀ ହୋଇ ପଡିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।